ନଭେମ୍ବର ଓ୍ୱାର୍ଲଡ ଫୁଡ୍ ଇଣ୍ଡିଆ-୨୦୧୭ରେ ଓଡ଼ିଶା ଅଂଶଗ୍ରହଣ କରିବ: ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା

foodindia

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ଆଜି ନୂଆଦିଲ୍ଲୀଠାରେ ଆଗାମୀ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥ#ବା ଓ୍ୱାର୍ଲଡ ଫୁଡ୍ ଇଣ୍ଡିଆ-୨୦୧୭ ସମ୍ବନ୍ଧୀୟ ବୈଠକରେ ଯୋଗଦେଇ ଉକ୍ତ ପ୍ରଦର୍ଶନୀରେ ଓଡ଼ିଶା ଅଂଶଗ୍ରହଣ କରିବ ବୋଲି ଜଣାଇଛନ୍ତିା ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀମାନଙ୍କ ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ତିନିଦିନ ବ୍ୟାପୀ ଆୟୋଜିତ ହେଉଥ#ବା ଏହି ପ୍ରଦର୍ଶନୀରେ ଓଡ଼ିଶାର ଲୋକପି୍ରୟ ହଳଦୀ, ସାମୁଦ୍ରିକ ଖାଦ୍ୟ, କାଜୁ, ମସଲା, ବାସମତି ଚାଉଳ ପ୍ରଭୃତି ପ୍ରଦର୍ଶିତ ହେବା ଏହି ପ୍ରଦର୍ଶନୀ ସମୟରେ ରାଜ୍ୟ ତା’ର ଉପରୋକ୍ତ ଉତ୍ପାଦନଗୁଡିକୁ କିପରି ବିଦେଶରେ ଆହୁରି ଆଦୃତି ମିଳିପାରିବ ସେଥ#ପ୍ରତି ବିଶେଷ ଧ୍ୟାନ ଦେବା ଉତ୍ତମ କିସମର ଉତ୍ପାଦନଗୁଡିକ ଯେପରି ପ୍ରଦର୍ଶିତ ହୁଏ ସେଥ#ପ୍ରତି ଗୁରୁତ୍ୱ ଦେବା
କେନ୍ଦ୍ର ସରକାର ପ୍ରସ୍ତୁତ କରୁଥ#ବା ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସ୍ଥାନିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଏହି ବୈଠକରେ କେତେକ ପରାମର୍ଶ ଦେଇଥ#ଲୋ ସେଗୁଡିକ ହେଲା ରାଜ୍ୟରେ ଅତ୍ୟାଧୁନିକ ପ୍ୟାକେଜିଂ କେନ୍ଦ୍ର ନିର୍ମାଣରେ କେନ୍ଦ୍ରୀୟ ଆଥ#ର୍କ ସହାୟତା, ଉଦ୍ୟୋଗୀମାନଙ୍କୁ ରିହାତି ଦରରେ ବୈଜ୍ଞାନିକ ଜ୍ଞାନକୌଶଳ ଯୋଗାଇଦେବା, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ନାବାର୍ଡ ଭଳି ଏକ ସ୍ୱତନ୍ତ୍ର ବ୍ୟାଙ୍କ ଗଠନ କରିବା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଟିକସ ଆଇନ ଓ ଆବେଦନ ପ୍ରକ୍ରିୟା ସରଳୀକରଣ କରିବା ଇତ୍ୟାଦିା
ଏହି ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା କହିଥ#ଲେ ଯେ ଦେଶରେ କାଜୁ ଉତ୍ପାଦନରେ ଓଡ଼ିଶା ତୃତୀୟ ସ୍ଥାନ ଅଧ#କାର କରିଥ#ବା ବେଳେ ନଡିଆ ଓ ଚାଉଳ ଉତ୍ପାଦନରେ ପଞ୍ଚମ ଓ ଷଷ୍ଠ ସ୍ଥାନ ହାସଲ କରିଛିା ପନିପରିବା ପ୍ରଭୃତି ମହଜୁଦ ରଖ#ବା ପାଇଁ ରାଜ୍ୟ ସରକାର ୨୦୨୦ ମସିହା ମଧ୍ୟରେ ୧୨୬୪ଟି ଶୀତଳ ଭଣ୍ଡାର ନିର୍ମାଣ କରି ୩.୫ ଲକ୍ଷ ମେଟି୍ରକ୍ ଟନ୍ର ପଦାର୍ଥ ସଂରକ୍ଷଣ ରଖ#ବା ପାଇଁ ସ୍ଥାନ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖ#ଛନ୍ତିା
ଆଜି ଏହି ବୈଠକରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ହରସିମ୍ରତ୍ କୌର ବାଦଲ ପୌରୋହିତ୍ୟ କରିଥ#ବା ବେଳେ କେନ୍ଦ୍ର ବିଭାଗୀୟ ସଚିବ ଶ୍ରୀ ଏ.କେ. ଶ୍ରୀବାସ୍ତବ ଓ ଅନ୍ୟାନ୍ୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ ରାଜ୍ୟ ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଏସ୍. କେ. ହୋତା ଏହି ବୈଠକରେ ଯୋଗଦେଇଥ#ଲୋ

Share in top social networks!