ଆମେରିକାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଭାରତରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ପୁଂଜି ନିବେଶ ପାଇଁ କଲେ ଆହ୍ୱାନ

dpjiusaଆମେରିକାର ହ୍ୟୁଷ୍ଟନ ସହରରେ ଚାଲିଥିବା ସିଇଆରଏ ସପ୍ତାହ -୨୦୧୭ ପାଳନ ଅବସରରେ ଭାରତର ନୂତନ ହାଇଡ୍ରୋ କାର୍ବନ ଏକ୍ସପ୍ଲୋରେସନ ଏବଂ ଲାଇସେନ୍ସିଂ ପଲିସି
(ଏଚଇଏଲପି) ସମ୍ପର୍କରେ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ କରା ଯାଇଥିଲା । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଆମେରିକା ଗସ୍ତରେ ଅଛି ।

ଭାରତରେ ଆଗାମୀ ଦିନରେ ହେବାକୁ ଥିବା ପୁଂଜି ବିନିଯୋଗର ସମ୍ଭାବନାରେ ବୈଶ୍ୱିକ ଭାଗିଦାରୀକୁ ପ୍ରୋତ୍ସାହନ ଦେବା ଏହି କାର୍ଯକ୍ରମର ଉଦେ୍ଧଶ୍ୟ ଥିଲା ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ଶକ୍ତି କ୍ଷେତ୍ରର ନେତୃବୃନ୍ଦ, ସରକାରୀ ଅଧିକାରୀ, ନୀତି ନିର୍ଧାରଣକାରୀ, ଶିଳ୍ପ ସହ
ଜଡିତ ପ୍ରଫେସନାଲ ମାନେ ସାମିଲ ହୋଇଥିଲେ । ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର
ମୋଦି ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ନୀତିଗତ ସଂସ୍କାର ଯେପରିକି ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଇଜ ଅଫ ଡୁଇଂ ବିଜନେଓ, ସ୍କିଲ ଇଣ୍ଡିଆ ଓ ଷ୍ଟାର୍ଟ ଅପ ଇଣ୍ଡିଆ ସମ୍ପର୍କରେ ସୂଚନା ଦେଇଥିଲେ ।

ଶ୍ରୀ ପ୍ରଧାନ କହିଥିଲେ ଯେ ମୋଦି ସରକାର ଭାରତର ଅପଷ୍ଟ୍ରିମ ସେକ୍ଟରରେ ଅନେକ ପ୍ରଗତିଶୀଳ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୨୦୨୨ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ନିର୍ଭରତାକୁ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଲକ୍ଷ୍ୟ ଆଧାରରେ ଏହା କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବର୍ତମାନ ସୁଦ୍ଧା ଭାରତର ତୈଳ ଓ ଗ୍ୟାସ କ୍ଷେତ୍ରରେ ୪୦ ବିଲିୟନ ଆମେରିକୀୟ ଡଲାରର ପୁଂଜି ନିବେଶ ହୋଇ ସାରିଛି ।

ଏହି ଅବସରରେ ଡିଜିଏଚର ମହା ନିର୍ଦେଶକ ଅତନୁ ଚକ୍ରବର୍ତୀ ଏହି ନୀତିର ବିଶେଷତ୍ୱ ସମ୍ପର୍କରେ ପ୍ରେଜେଂଟେସନ ପ୍ରଦାନ କରିଥିଲେ । ଏହା ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତୀୟ ବୈଜ୍ଞାନିକ ଓ ସିଇଓ ମାନଙ୍କ ସହ ଆଲୋଚନା କରିଥିଲେ । ଏହା ବ୍ୟତୀୟ ଶ୍ରୀ ପ୍ରଧାନ ସାଉଦି ଆରବର ଶକ୍ତି ମନ୍ତ୍ରୀ ଖାଲିଦ ଅଲ ଫଲିହଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ ।

Share in top social networks!