ଏମ୍ଏସ୍ଏମ୍ଇ ଟ୍ରେଡ ଫେୟାର ୨୦୧୭ ରେ ଷ୍ଟାର୍ଟଅପ୍ ମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି ‘ସିଏସ୍ଆଇଆର’ର ଅଭିନବ ଜ୍ଞାନକୌଶଳ

msmeee ଚଳିତ ବର୍ଷ ଏମ୍ଏସ୍ଏମ୍ଇ ଟ୍ରେଡ ଫେୟାରରେ ଷ୍ଟାର୍ଟଅପ୍ ମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି ‘ସିଏସ୍ଆଇଆର’ର ଅଭିନବ ଜ୍ଞାନକୌଶଳ । ରାଜ୍ୟରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ବର୍ଗର ବ୍ୟବସାୟୀ ମାନଙ୍କ ପାଇଁ ଶିଳ୍ପାୟନ କ୍ଷେତ୍ରରେ ବୈଜ୍ଞାନିକ ଓ ବୈ÷ଷୟିକ ଜ୍ଞାନକୌଶଳର ପ୍ରଚାର ପ୍ରସାର କରିବା ଉଦେ୍ଧଶ୍ୟରେ ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ (ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ୍ ଏଂଟରପ୍ରାଇଜ୍) ବିଭାଗ ଦ୍ୱାରା ‘ଓଡ଼ିଶା ଏମ୍ଏସ୍ଏମ୍ଇ ଟ୍ରେଡ ଫେୟାର ୨୦୧୭’, ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଯୁବ ଉଦ୍ୟୋଗୀ ମାନଙ୍କୁ ବିଭିନ୍ନ ଶିଳ୍ପ ଓ ଏହା ପାଇଁ ଜରୁରୀ ବିଭିନ୍ନ ଜ୍ଞାନକୌଶଳ ବିଷୟରେ ସବିଶେଷ ସୂଚନା ଦିଆଯାଉଛି ।

ଏହି ୬ ଦିନିଆ କାର୍ଯ୍ୟକ୍ରମରେ ସିଏସ୍ଆଇଆର-ଆଇଆଇଏମ୍ଟି, ଭୁବନେଶ୍ୱର ଦ୍ୱାରା ୯ ଟି ପ୍ରଦର୍ଶନୀ ଷ୍ଟଲ ପ୍ରସ୍ତୁୁତ କରାଯାଇଛି । ଏଥିରେ ସିଏସ୍ଆଇଆର (କାଉନସିଲ ଅଫ ସାଇଂଟିଫିକ୍ ଆଣ୍ଡ ଇଂଡାଷ୍ଟ୍ରିଆଲ ରିସର୍ଚ୍ଚ) ଅନ୍ତର୍ଗତ ଆର ଆଣ୍ଡ ଡି ଇନଷ୍ଟିଟ୍ୟୁଟ ଗୁଡ଼ିକ ସମଗ୍ର ଦେଶରେ କାର୍ଯ୍ୟ କରୁଛନ୍ତି । ଏଥିରେ ସେମାନେ ଫୁଡ ପ୍ରୋସେସିଂ ଓ ହର୍ବାଲ ଉପଚାର, ଜଳ ଓ ପରିମଳ, ୱେଷ୍ଟ ମ୍ୟାନେଜମେଂଟ୍, ବିଲ୍ଡିଂ ମ୍ୟାଟେରିଆଲ୍ସ, ରିନ୍ୟୁବଲ ଏନର୍ଜି ଆଦି ଉପରେ ପ୍ରଦର୍ଶନ କରିଛନ୍ତି ।

“ସିଏସ୍ଆଇଆର-ଆଇଆଇଏମ୍ଟି ଭୁବନେଶ୍ୱର ଏହାର ବୈଜ୍ଞାନିକ ଓ ବୈ÷ଷୟିକ ଜ୍ଞାନକୌଶଳର ପ୍ରଚାର ପ୍ରସାର କରି ଆସୁଛନ୍ତି, ଯାହା ଆମ ଦେଶର ତଥା ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଯୁବ ଇଞ୍ଜିନିୟର ଓ ଯୁବ ବୈଜ୍ଞାନିକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରୁଛି । ବିଶେଷତଃ ସରକାରଙ୍କ ଦ୍ୱାରା ପରାଚାଲିତ ମିଶନ କାର୍ଯ୍ୟକ୍ରମ, ଯଥା – ଷ୍ଟାର୍ଟଅପ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଆଦିରେ ଏହି ଯୁବ ପ୍ରତିଭାମାନଙ୍କ ପାଇଁ ଅନେକ ସୁଯୋଗ ରହିଛି । ଆଜି ଆମେ ବିଭିନ୍ନ ଖଣିଜ ତଥା ଧାତୁ ଶିଳ୍ପୋଦ୍ୟଗ କ୍ଷେତ୍ରରେ କମ୍ପାନୀମାନଙ୍କ ପ୍ରଥମ ପସନ୍ଦ, କାରଣ ଆମେ ସବୁବେଳେ ଧାତୁ ତଥା ଖଣିଜ ପଦାର୍ଥର ଗୁଣାତ୍ମକ ମାନ ବୃଦ୍ଧି କରି ଏହାର ବଜାର ଉପଲବ୍ଧି ପାଇଁ ଅହରହ ବୈ÷ଷୟିକ ଜ୍ଞାନକୌଶଳର ବିକାଶ କରି ଚାଲିଛୁ” ଆଜି ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା ଆୟୋଜିତ ଏକ ସେମିନାରରେ ବକ୍ତବ୍ୟ ଦେବାବେଳେ, ସିଏସ୍ଆଇଆର-ଆଇଆଇଏମ୍ଟି (ଇନଷ୍ଟିଟ୍ୟୁଟ୍ ଅଫ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲଜି ରିସୋର୍ସେସ୍), ଭୁବନେଶ୍ୱରର ନିଦେ୍ର୍ଧଶକ ପ୍ରୋଫେସର ବରଦା କାନ୍ତ ମିଶ୍ର କହିଛନ୍ତିି ।

ସିଏସ୍ଆଇଆର-ଆଇଆଇଏମ୍ଟି ଶିଳ୍ପ ଓ ବିଜ୍ଞାନ କ୍ଷେତ୍ରରେ ବିକାଶ ପାଇଁ ବିଭିନ୍ନ୍ ବର୍ଗରେ ବୈଜ୍ଞାନିକ ରିସର୍ଚ୍ଚ ଓ ନୂତନ ପଦ୍ଧତି ଗୁଡ଼ିକ ପ୍ରସ୍ତୁତ କରିବାରେ ଦକ୍ଷତା ଅର୍ଜନ କରିଛି । ଗତ ଦଶନ୍ଧି ଧରି ଆର ଆଣ୍ଡ ଡି ଇନଷ୍ଟିଟ୍ୟୁଟ ଗୁଡ଼ିକ, ସିଏସ୍ଆଇଆର-ଆଇଆଇଏମ୍ଟିଠାରେ ଶିଳ୍ପ କ୍ଷେତ୍ରରେ ଗ୍ଲୋବାଲାଜେସନ୍ ଓ ଜିରୋ ୱେଷ୍ଟ ପ୍ରୋସେସ୍ ଦ୍ୱାରା ପ୍ରକୃତିକ ଖଣିଜ ସମ୍ପଦର ସଂରକ୍ଷଣ ଓ ସଠିକ ଉପଯୋଗ ପାଇଁ ବାଟ ତିଆରି କରୁଅଛି ବୋଲି ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ବୈଜ୍ଞାନିକ, ସିଏସ୍ଆଇଆର-ଆଇଆଇଏମ୍ଟି, ଭୁବନେଶ୍ୱର କହିଛନ୍ତି ।

ସିଏସ୍ଆଇଆର-ଆଇଆଇଏମ୍ଟିି, ଭୁବନେଶ୍ୱର ବ୍ୟତୀତ ସିଏସ୍ଆଇଆର-ଏନ୍ଆଇଇଏସ୍ଟି, ଜୋରହଟ, ସିଏସ୍ଆଇଆର- ସିଆଇଏମ୍ଏପି, ଲଖ୍ନୌ, ସିଏସ୍ଆଇଆର-ଏନ୍ଆଇଆଇଏସ୍ଟି, ତିରୁଭନନ୍ତପୁରମ, ସିଏସ୍ଆଇଆର-ଆଇଆଇଆଇଏମ୍, ଜମ୍ମୁ, ସିଏସ୍ଆଇଆର-ସିଏଫଟିଆରଆଇ, ମସୌରୀ, ସିଏସ୍ଆଇଆର-ଏନ୍ବିଆରଆଇ, ଲଖ୍ନୌ ଏବଂ ସିଏସ୍ଆଇଆର-ଏନ୍ଏଏଲ, ବାଙ୍ଗାଲାର ଏହି ପ୍ରଦର୍ଶନୀରେ ଭାଗ ନେଇଛନ୍ତି ।

Share in top social networks!