ମୁଖ୍ୟ ମନ୍ତ୍ରୀ ପଟ୍ଟନାୟକଏମ୍.ଏସ୍.ଏମ୍.ଇ. ବାର୍ଷିକ ବାଣିଜ୍ୟ ପ୍ରଦର୍ଶନୀ ୨୦୧୭କୁ ଉଦ୍ଧଘାଟିତ କରିଛନ୍ତି

msme
ଆଜି ଭୁବନେଶ୍ୱର ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆ ଠାରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏମ୍.ଏସ୍.ଏମ୍.ଇ. ବାର୍ଷିକ ବାଣିଜ୍ୟ ପ୍ରଦର୍ଶନୀ ୨୦୧୭କୁ ଉଦ୍ଧଘାଟିତ କରିଛନ୍ତି । ଏମ୍.ଏସ୍.ଏମ୍.ଇ. ର ୩ଟି ମୁଖ୍ୟ ସ୍ତମ୍ଭ ଯଥା ପୁଞ୍ଜି, ବୈଷୟିକ ଜ୍ଞାନ ଓ ବଜାରୀକରଣ ର ଉଦେ୍ଧଶ୍ୟ ନେଇ ଚଳିତ ବର୍ଷର ପ୍ରଦର୍ଶନୀ ୨୫୦ଟି କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି, ଯାହା ମଧ୍ୟରୁ ୫୦ଟି ହେଉଛି ଷ୍ଟାର୍ଟଅପ୍ । ଏହି ଉଦ୍ଧାଟନୀ ସମାରୋହରେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟନେଇ ୨୦ଟି ନୂଆ ଷ୍ଟାର୍ଟଅପ୍ମାନଙ୍କୁ ତାଙ୍କର ନୂଆ ଆଇଡିଆ ପାଇଁ ୧୨ ଲକ୍ଷ ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା ।
ଚଳିତ ବର୍ଷ ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ଉପôାଦ ଯଥା, ବିଦୁ୍ୟତ୍ ଉପକରଣ, ରସାୟନ ଓ ପେଟ୍ରୋଲିୟମ୍ ଜାତ ରସାୟନ, ପ୍ରଦୂଷଣ ନିୟନ୍ତ୍ରଣ ଜନ୍ତ୍ରପାତି, କୃଷି ଭିତିକ ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ, ପର୍ଯ୍ୟଟନ, ପଲିମର୍ସ, ଆଇ.ଟି. ଉପôାଦ, ବୟନଶିଳ୍ପ, ହସ୍ତତନ୍ତ୍ର ଓ ଆହୁରି ଅନେକ ପ୍ରାକରର ଉପôାଦ ପ୍ରଦର୍ଶନ କରାଯିବ । ଏହି ପ୍ରଦର୍ଶନୀର ବ୍ୟତୀତ ୬ ତାରିଖରୁ ୧୦ ତାରିଖ ଯାଏଁ ୫ ଟି ଆଲୋଚନାଚକ୍ରର ଆୟୋଜନ କରାଯାଇଛି । ସେହି ଆଲୋଚନାଚକ୍ରର ବିଷୟବସ୍ତୁ ଗୁଡିକ ହେଲା, ‘ଓଡିଶାର ଷ୍ଟାର୍ଟଅପ୍ ପଲିସି’, ‘ରପ୍ତାନୀର ବିକାଶ’, ‘ଖାଦ୍ୟ ପ୍ରକ୍ରିୟାକରଣ’, ‘ପର୍ଯ୍ୟଟନ ଓ ସଂଗ୍ରହ’ ଏବଂ ‘ଏମ୍.ଏସ୍.ଏମ୍.ଇ. ପୁଞ୍ଜିର ସମବେତନ’ା ଏହି ସବୁ କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞମାନେ ବିକାଶର ବିଭିନ୍ନ ସମ୍ଭାବନା ଗୁଡିକ ଉପରେ ଆଲୋକପାତ କରିବା ସହିତ ନିଜର ବହୁମୂଲ୍ୟ ମତାମତ ମଧ୍ୟ ବ୍ୟକ୍ତ କରିବେ ।
ଓଡିଶା ସରକାରଙ୍କର ପ୍ରଚେଷ୍ଟା ହେଉଛି ରାଜ୍ୟରେ ଉଦ୍ୟୋଗୀମାନଙ୍କର ସଂଖ୍ୟାକୁ ବୃଦ୍ଧି କରିବା । ନୂତନ ଓ ସ୍ୱତନ୍ତ୍ର ଧରଣର ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରଦର୍ଶନୀ ହେଉଛି ଏକ ଉକ୍ରୃଷ୍ଟ ମଂଚ । ବଜାରରେ ଉପଲବ୍ଧ ନୂତନ ବୈଷୟିକ ଜ୍ଞାନ ପଦ୍ଧତିମାନଙ୍କରେ ନିଜକୁ ଅପ୍ଡେଟ୍ କରିବା କ୍ଷେତ୍ରରେ ଯୁବପିଢିଙ୍କୁ ଏହି ପ୍ରଦର୍ଶନୀ ସହାୟକ ହେବ ।
ଗ୍ରାହକମାନଙ୍କ ସହିତ ଆଲୋଚନା, ନିଜର ବ୍ରାଣ୍ଡ ଭ୍ୟାଲୁ ବଢାଇବା, ଭବିଷ୍ୟତର ଡିଲ୍ ଗୁଡିକ ଶୃଷ୍ଟି କରିବା ଏବଂ ଇଣ୍ଡଷ୍ଟ୍ରି ବିଶେଷଜ୍ଞମାନଙ୍କ ଠାରୁ ଲାଟେଷ୍ଟ ଅପ୍ଡେଟ୍ ଆଦି ମିଳିବା ଯୋଗୁଁ ଉଦ୍ୟୋଗୀମାନେ ବହୁ ଲାଭବାନ୍ ହେବେ ।
ଏହି ଅବସରରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ, “ଆମେ ଆଜି ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟଙ୍କର ଜନ୍ମ ବାର୍ଷିକୀ ପାଳନ କରୁଛେ । ଓଡିଶାରେ ବାଣିଜ୍ୟ ଓ ଉଦ୍ୟୋଗୀ ବିକାଶ ପଛରେ ପ୍ରକୃତ ପ୍ରେରଣା ହେଉଛନ୍ତି ବିଜୁ ବାବୁ । ରାଜ୍ୟରେ ବ୍ୟବସାୟର ସୁଯୋଗ ଆବିଷ୍କାର କରିବା ପାଇଁ ଏହି ପ୍ରଦର୍ଶନୀରେ ଏମ୍.ଏସ୍.ଏମ୍.ଇ. କ୍ଷେତ୍ରରୁ ୨୫୦ଟି ଉଦ୍ୟୋଗୀ ଏବଂ ୫୦ଟି ଷ୍ଟାର୍ଟଅପ୍ ଅଂଶ ଗ୍ରହଣ କରିଛନ୍ତି । ୧୨୦୦୦ କୋଟି ରୁ ଅଧିକ ପୁଞ୍ଜି ନିବେସ ହୋଇ ରାଜ୍ୟରେ ୨.୫ ଲକ୍ଷ୍ୟରୁ ଅଧିକ ଏମ୍.ଏସ୍.ଏମ୍.ଇ. ଉଦ୍ୟୋଗ ସ୍ଥାପନ ହୋଇଛି ଯାହା ୧୧ ଲକ୍ଷ୍ୟରୁ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ଦେଇଛି । ୨୦୧୫ ଅପ୍ରେଲ୍ ଠାରୁ ୬୬୧ କୋଟି ମୂଲ୍ୟର ୨୫୧ଟି ଉପôାଦ ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କମିଟି ଦ୍ୱାରା ସ୍ୱକୃତି ପାଇସାରିଛି । ଏମ୍.ଏସ୍.ଏମ୍.ଇ.ମାନଙ୍କ ପାଇଁ ସିଙ୍ଗଲ୍ ଉଇଣ୍ଡୋ କମିଟି ବୃହତ ଉଦ୍ୟୋଗ ମାନଙ୍କ ପରି ସହଜ ଋଣ ଓ ସମାମ ସୁବିଧା ପାଇବା ସୁନିଶ୍ଚିତ କରିବା ଆବଶ୍ୟକ । ଏମ୍.ଏସ୍.ଏମ୍.ଇ. କ୍ଷେତ୍ରକୁ ପ୍ରୋମୋଟ୍ କରିବା ଉଦେ୍ଧଶ୍ୟରେ, ନୂତନ ଉପôାଦନ କ୍ଷମତା ବୃଦ୍ଧି, ନଯୁକ୍ତି ସୁଯୋଗକୁ ବୃଦ୍ଧି କରିବା ପାଇଁ ଚଳିତ ଅର୍ଥିକ ବର୍ଷ ଆମେ ଏମ୍.ଏସ୍.ଏମ୍.ଇ. କ୍ଷେତ୍ରରେ ୪୮ ପ୍ରତିଶତ ବଜେଟ୍ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛୁ । ବାଣିଜ୍ୟ ସଂଗଠନ, ଉଦ୍ୟୋଗୀ, ଷ୍ଟାର୍ଟଅପ୍ସ୍, ପୁରଷ୍କୃତ ବ୍ୟକ୍ତି ଓ ଏଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଏହି ଉଦ୍ୟୋଗୀ ପ୍ରୟାସ ପାଇଁ ମୁଁ ଶୂଭକାମନା ଜଣାଉଛି ।”
ସେଠାରେ ଉପସ୍ଥିତ ଶ୍ରୀଯୁକ୍ତ ଯୋଗେନ୍ଦ୍ର ବେହେରା, ଏମ୍.ଏସ୍.ଏମ୍.ଇ., ପିପୁଲ୍ ଗ୍ରିଭାନ୍ସେସ୍ ଆଣ୍ଡ ପେନ୍ସନ୍ ଆଡ୍ମିନିଷ୍ଟେ୍ରସନ୍ ମନ୍ତ୍ରୀ କହିଥିଲେ, “ଏମ୍.ଏସ୍.ଏମ୍.ଇ. ଓ ଷ୍ଟାର୍ଟଅପ୍ ଗୁଡିକର ଉନ୍ନତି ଓ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ଓ ରୋଡ୍ମ୍ୟାପ୍ ଆଦି ପ୍ରସ୍ତୁତ କରିଛନ୍ତି । ଏହି ଏମ୍.ଏସ୍.ଏମ୍.ଇ. କ୍ଷେତ୍ରର ଉନ୍ନତି ରାଜ୍ୟର ସମୃଦ୍ଧି ସହିତ ଅନେକ ନିଯୁକ୍ତି ସୁଯୋଗ ଶୃଷ୍ଟି ହେବା ସୁନିଶ୍ଚିତ କରିବ ।”
ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ଦେବି ପ୍ରସାଦ ମିଶ୍ର, ଇଣ୍ଡଷ୍ଟ୍ରିଜ୍, ସ୍କୁଲ୍ ଓ ମାସ୍ ଏଜୁକେସନ୍ ମନ୍ତ୍ରୀ କହିଥିଲେ, “ରାଜ୍ୟର ଉନ୍ନତିରେ ଏମ୍.ଏସ୍.ଏମ୍.ଇ.ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାର ନୂତନ ଅନୁÂାନ ଓ ସ୍ମଲ୍ ସ୍କେଲ୍ ସେକ୍ଟର୍ ର ଉନ୍ନତି ଉପରେ ଗୁରୁତ୍ୱ ଦେଉଛନ୍ତି , ବିଶେଷ କରି ଉପôାଦନ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି । ଏହି କ୍ଷେତ୍ରର ଉନ୍ନତି ଫଳରେ ବହୁ ଲୋକ କର୍ମନିଯୁକ୍ତି ପାଇଛନ୍ତି ।”

Share in top social networks!