ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲର ଉଦଘାଟନ କଲେ

abpublicschool
ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ଆଜି ଭୁବନେଶ୍ୱରରେ “ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ’ର ଉଦଘାଟନ କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ପ୍ରକୃତିକ ପରିବେଶର ପରିବ୍ୟାପ୍ତତାକୁ ପ୍ରତିଫଳିତ କରୁଥିବା ଏହା ହେଉଛି ଏଭଳି ପ୍ରଥମ ଧରଣର ସ୍କୁଲ । ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ, ଓଡ଼ିଶା ଏବଂ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀ, କୃଷି ମନ୍ତ୍ରୀ, ଓଡ଼ିଶା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଉଦ୍ଘାଟନୀ ଅବସରରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଦିତ୍ୟ ବିର୍ଲା ଗ୍ରୁପ୍ର ଏହି ମହତ୍ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯେ ଏବିପିଏସ୍ ଭୁବନେଶ୍ୱର ଯୋଗୁଁ ଏହି ଅଂଚଳର ପିଲାମାନଙ୍କର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ଦୃଢ଼ତା ମିଳିବ ।
ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀମତି ରାଜଶ୍ରୀଜୀ ବିର୍ଲା, ଅଧ୍ୟକ୍ଷା, ଆଦିତ୍ୟ ବିର୍ଲା ସେଂଟର ଫର କମୁ୍ୟନିଟି ଇନିସିଏଟିଭ୍ସ୍ ଆଣ୍ଡ ରୁରାଲ୍ ଡେଭେଲପ୍ମେଂଟ୍ ନିଜ ଅଭିଭାଷଣରେ ସ୍ୱର୍ଗତ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ କହିଛନ୍ତି ଯେ ଏହି ସ୍କୁଲ ଉପରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିବା ଆମ ପାଇଁ ସମ୍ମାନର ବିଷୟ । ଏହି ଶୁଭ କାର୍ଯ୍ୟ ଆରମ୍ଭରେ ତାଙ୍କର କ୍ୟାବିନେଟ୍ ସହଯୋଗୀ ଶ୍ରୀଯୁକ୍ତ ମିଶ୍ର ଓ ଶ୍ରୀଯୁକ୍ତ ମହାରଥୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଶୋଭା ବଢ଼ାଇଛି ।
ଶିକ୍ଷାକୁ ଆଗକୁ ବଢ଼ାଇବା ବିର୍ଲା ପରିବାର ଡିଏନ୍ଏରେ ରହିଛି । ବିଶ୍ୱ ସ୍ତରୀୟ ସ୍କୁଲ ସ୍ଥାପନ କରିବା ଓ ଜାରି ରଖିବା ଏକ ଚଳନ୍ତୀ ପରମ୍ପରା । ଆତ୍ମାରେ ଭାରତ ଓ ଲକ୍ଷ୍ୟରେ ବିଶ୍ୱକୁ ନେଇ ଆମର ଏହା ୪୮ତମ ସ୍କୁଲ । ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ ହେଉଛି ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ ଅଣ ଲାଭକାରୀ ସଂସ୍ଥା । ଶତାବ୍ଦୀ ଧରି ଏହା ଶିକ୍ଷାକୁ ଜନତାଙ୍କ ପାଖରେ ପହଂଚାଇବା ନେଇ ଉତପ୍ରୋତ ଭାବେ ଜଡ଼ିତ ରହି କାମ କରୁଛି ।
ଶିକ୍ଷା କ୍ଷେତ୍ର ପାଇଁ ଗ୍ରୁପ୍ର ଲକ୍ଷ୍ୟ ବିଷୟରେ ଶ୍ରୀମତି ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ କୁମାର ମଙ୍ଗଳମ୍ଙ୍କ କଥାକୁ ମନେ ପକାଇ କହିଛନ୍ତି ଯେ, “ମସ୍ତିଷ୍କକୁ ଜାଗ୍ରତ କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ାର ଓ ନିରନ୍ତର ବିକାଶ ପାଇଁ ଭଲ ପାଇବା ସୃଷ୍ଟି କରିବା, ପଠନ ପ୍ରକ୍ରିୟାକୁ ରୋମାଂଚକ, ଉପଭୋଗ୍ୟ କରି ଅନୁଭୂତିକୁ ବଢ଼ାଇବା ଓ ମୂଲ୍ୟବୋଧର ସୁଦୃଢ଼ ମୂଳଦୁଆ ସ୍ଥାପନ କରିବା ।’’
ପ୍ରାରମ୍ଭରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ନିର୍ଦେଶକ ଡକ୍ଟର ସନ୍ତୃପ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ କହିଥିଲେ ଯେ, “ସା ବିଦ୍ୟା ୟା ଭି ମୁକ୍ତାୟେ ( ଯାହା ଶିକ୍ଷାରେ ପରିବର୍ତିତ ହୋଇଥାଏ) ଲକ୍ଷ୍ୟ ଦ୍ୱାରା ଓଡ଼ିଶାର ଅଭିଭାବକ ଓ ପିଲାମାନେ ଲାଭବାନ ହେବେ ।
ବିର୍ଲା ପରିବାର ସବୁ ବେଳେ ସାମଗ୍ରିକ ମାନବ ବିକାଶ ଉପରେ ବିଶ୍ୱାସ କରେ ଯାହା ହେଉଛି-ମନ, ଶରୀର ଓ ଆତ୍ମା । ଏହାକୁ ନେଇ ସେମାନେ ସାରା ଦେଶରେ ସ୍କୁଲ, ହସ୍ପିଟାଲ୍ ଓ ମନ୍ଦିର ପ୍ରତିÂା କରୁଛନ୍ତି । ଆମର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଓ ତାଙ୍କ ମା ଶ୍ରୀମତି ରାଜଶ୍ରୀଜୀ ବିର୍ଲା, ଅଧ୍ୟକ୍ଷା, ଆଦିତ୍ୟ ବିର୍ଲା ସେଂଟର୍ ଫର୍ କମୁ୍ୟନିଟି ଇନିସିଏଟିଭ୍ଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ପ୍ରତିଶ୍ରୁତିବଦ୍ଧତା ଦ୍ୱାରା ଏହି ପରମ୍ପରା ଜାରି ରହିଛି । ଏହି ସ୍କୁଲ ସେମାନଙ୍କର ଏହି ସମାଜ ପାଇଁ ସଦ୍ୟତମ ଉପହାର ବୋଲି ଡକ୍ଟର ମିଶ୍ର କହିଛନ୍ତି ।
ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ ଭୁବନେଶ୍ୱରର ସୁନ୍ଦରପଦା-ଜଟଣୀ ରୋଡ୍ ନିକଟରେ ଅବସ୍ଥିତ । ଏହା ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସାମଗ୍ରିକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରୁଛି । ଆଗାମୀ ଦିନରେ ଏଠାରେ ଦଶମ ଶ୍ରେଣୀ ଓ ତା’ଠାରୁ ଅଧିକ ଶ୍ରେଣୀର ଶିକ୍ଷା ପ୍ରଦାନ କରାଯିବାକୁ ଯୋଜନା ରଖାଯାଇଛି ।
ଶ୍ରୀମତି ବିର୍ଲାଙ୍କ କହିବାନୁସାରେ ଏହି ସ୍କୁଲ ହେବ “ଆତ୍ମାରେ ଭାରତ, ଲକ୍ଷ୍ୟରେ ବିଶ୍ୱ’ । । ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ ଏହି ଦର୍ଶନ ଦ୍ୱାରା ପରିଚାଳିତ । ଏଠାରେ ଶ୍ରେÂ ଭିତିଭୂମି, ପ୍ରଯୁକ୍ତି ଓ ପରିବେଶ ରହିଛି ଯାହା ପିଲାମାନଙ୍କ ମଧ୍ୟରେ ଆଗ୍ରହ ଓ ଚିନ୍ତାଧାରାକୁ ଜାଗ୍ରତ କରାଉଛି । ଏହାର ଶିକ୍ଷକ ମଣ୍ଡଳୀ ଓ ପରିଚାଳନା କର୍ତୃପକ୍ଷ ଶ୍ରେÂ ଶିକ୍ଷାବିତ୍ ଓ ଶିକ୍ଷକମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଛି । ସ୍କୁଲର ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ାଇବା ଓ ସେମାନଙ୍କଠାରେ ମୂଲ୍ୟବୋଧ ଭିତିକ ସମ୍ବେଦନଶୀଳତା ଓ ସେମାନଙ୍କୁ ଏକ ବିଶ୍ୱ ନାଗରିକ ଭାବେ ଗଢ଼ି ତୋଳିବାର ଭାବର ପରିପ୍ରକାଶ କରିବା ସହିତ ଦକ୍ଷତା ସେମାନଙ୍କର ରହିଛି ।
ଡକ୍ଟର ଶ୍ୟାମଲାଲ ଗାଙ୍ଗୁଲି, ଆଦିତ୍ୟ ବିର୍ଲା ଗ୍ରୁପ୍ର ମୁଖ୍ୟ ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଶ କରିଥିଲେ ।

Share in top social networks!