ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୧ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ

bijuanniversary6
ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଆଜି ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳନ ହୋଇଯାଇଛି । ଅନୁÂିତ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ତାଙ୍କ
ଅଭିଭାଷଣରେ କହିଥିଲେ, ଆଜି ଆମର ପି୍ରୟ ନେତା ବିଜୁବାବୁଙ୍କ ଜନ୍ମ ଦିବସ । ଏହି ପବିତ୍ର ଦିବସରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଆଜି ଶେଷ ହେଉଛି । ଶତବାର୍ଷିକୀ ବର୍ଷ ଅବସରରେ ଓଡ଼ିଶାବାସୀଙ୍କ ସହିତ ସାରା ବିଶ୍ୱରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ବିଜୁବାବୁଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶ ବିଦେଶରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବିଜୁବାବୁଙ୍କ ଅବଦାନକୁ ସମସ୍ତେ ମନେ ପକାଇଛନ୍ତି । ଜନ୍ମଶତବାର୍ଷିକୀ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ।

ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ବିଜୁବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ସ୍ୱର । ଓଡ଼ିଶାର ସ୍ୱାର୍ଥ ଓ ସାଧାରଣ ଲୋକର ସ୍ୱାର୍ଥ ସହିତ ସେ ନିଜକୁ ଯୋଡ଼ି ରଖିଥିଲେ । ୮ଥର ବିଧାନସଭାକୁ, ୪ଥର ଲୋକସଭାକୁ ଓ ଥରେ ରାଜ୍ୟସଭାକୁ ସେ ନିର୍ବାଚିତ ହୋଇଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ବିଶ୍ୱାସକୁ ସେ ଜୟ କରିପାରିଥିଲେ । ଲୋକଙ୍କ ଭରସା ହିଁ ତାଙ୍କୁ ଶକ୍ତିଶାଳୀ କରି ରଖିଥିଲା । ବିଭିନ୍ନ ବିଷୟରେ ସେ ସବୁବେଳେ ତାଙ୍କର ସ୍ପଷ୍ଟ ମତାମତ ରଖୁଥିଲେ । ଦେଶ ବା ରାଜ୍ୟର ସ୍ୱାର୍ଥ ଓ ସାଧାରଣ ଲୋକର ସ୍ୱାର୍ଥ ତାଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା । ସଂକୀର୍ଣ୍ଣ ରାଜନୀତି ଠାରୁ ସେ ବହୁତ ଊଦ୍ଧ୍ୱର୍ରେ ଥିଲେ । ଅଳ୍ପ ଦିନ କ୍ଷମତାରେ ଥିଲେ ମଧ୍ୟ ତାଙ୍କର କୀର୍ତ୍ତି ତାଙ୍କୁ ଆଜି ପର୍ଯ୍ୟନ୍ତ ଲୋକପ୍ରିୟ କରିପାରିଛି ।

ବିଜୁ ଜନତା ଦଳ ସବୁବେଳେ ତାଙ୍କ ଆଦର୍ଶରେ କାମ କରି ଚାଲିଛି । ଓଡ଼ିଶାର ବିକାଶ ଓ ସ୍ୱାଭିମାନ ପାଇଁ କାମ କରୁଛି । ରାଜ୍ୟର ସ୍ୱାର୍ଥ ପାଇଁ ବିଭିନ୍ନ ପ୍ରସଂଗରେ ଲଢେ଼ଇ ଜାରି ରଖିଛି । ରାଜନୈତିକ କାରଣରୁ କିଏ ସ୍ୱୀକାର କରୁ ବା ନକରୁ, ଓଡ଼ିଶାରେ ଅନେକ ଆଖିଦୃଶିଆ ସଫଳତା ଆସିଛି, ଏହା ପ୍ରତି ଓଡ଼ିଆ ଅନୁଭବ କରୁଛନ୍ତି । ୨୦୦୦ ମସିହାରେ ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଅନେକ ଫରକ ଆସିଛି । ଭିତ୍ତିଭୂମିରେ ଉନ୍ନତି ଆସିଛି । ଲୋକଙ୍କ ରୋଜଗାର ବଢ଼ିଛି । ଉପôାଦନ ବଢ଼ିଛି । ନୂଆ ନୂଆ ନିଯୁକ୍ତିର ସୁଯୋଗ ଆସିଛି । ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବଢ଼ିଛି । ମହିଳା ସଶକ୍ତିକରଣ ହୋଇଛନ୍ତି । ଯୁବ ସମାଜର ଆତ୍ମ ବିଶ୍ୱାସ ବଢ଼ିଛି ।
ଦଳିତ, ଆଦିବାସୀ, ଗରିବ ଲୋକ- ସମସ୍ତଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିଛି । ଶିଶୁ ମୃତୁ୍ୟ ହାରରେ ଓଡ଼ିଶା ଜାତୀୟ ହାର ଠାରୁ ଭଲ ସ୍ଥିତିକୁ ଆସି ପାରିଛି । ଅନ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ମଧ୍ୟ ଓଡ଼ିଶା ଜାତୀୟ ହାର ଠାରୁ ଆଗରେ ଅଛି । କେନ୍ଦ୍ର ସରକାର ଅନେକ ଯୋଜନା ବନ୍ଦ କରିଦେଇଛନ୍ତି । ଆଦିବାସୀ ଓ ପଛୁଆ ଅଞ୍ଚଳର ଲୋକମାନଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି । କିନ୍ତୁ ଆମେ ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଏହିସବୁ ଯୋଜନା ନିଜସ୍ୱ ପାଣ୍ଠିରୁ ଜାରି ରଖିଛୁ ଓ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଗତ ପଞ୍ଚାୟତ ନିର୍ବାଚନରେ ଆମ ଦଳ ଏକ ନମ୍ବର ହୋଇ ରହିଛି । ଆଗକୁ ମଧ୍ୟ ଆମ ଦଳ ଏକ ନମ୍ବର ହୋଇ ରହିବ ।

ଆପଣମାନେ ଲୋକଙ୍କ ସହିତ ସବୁବେଳେ ସଂପର୍କରେ ରହୁନ୍ତୁ । ସେମାନଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତୁ । ବିଜୁ ଜନତା ଦଳ କଥାରେ ନୁହେଁ, ସବୁବେଳେ କାମରେ ବିଶ୍ୱାସ କରେ । ସ୍ଲୋଗାନ୍‍ରେ ନୁହେଁ, ଓଡ଼ିଶାବାସୀଙ୍କ ସେବାରେ ବିଶ୍ୱାସ କରେ । ଆସନ୍ତୁ, ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସାକୁ ସମ୍ମାନ ଦେଇ ବିଜୁବାବୁ ଦେଖାଇଥିବା ମାର୍ଗରେ ଓଡ଼ିଶା ପାଇଁ କାମ କରିଚାଲିବା । ତାହା ହେବ ସେହି ମହାନାୟକଙ୍କ ପ୍ରତି ଏ ଜାତିର ଶ୍ରେÂ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ।

ଜୟନ୍ତୀ ସମାରୋହରେ ନିଜର ବକ୍ତବ୍ୟ ରଖିଥିବା ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ, ଶ୍ରୀ ଯୋଗେନ୍ଦ୍ର ବେହେରା, ଶ୍ରୀ ସଂଜୟ କୁମାର ଦାସବର୍ମା, ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ଲାଲବିହାରୀ ହିମିରିକା, ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଜୁ ଜନ୍ମ ଜୟନ୍ତୀ କମିଟି ଆବାହକ ତଥା ବିଧାୟକ ଶ୍ରୀ ବେଦ ପ୍ରକାଶ ଅଗରୱାଲା, ଶ୍ରୀମତୀ ପ୍ରମିଳା ମଲ୍ଳିକ, ସାଂସଦ ଶ୍ରୀ ନରେନ୍ଦ୍ର ସ୍ୱାଇଁ, ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି, ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଶ୍ରୀ ବ୍ୟୋମକେଶ ରାୟ, ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅନ୍ତର୍ଭୁକ୍ତ । ଶେଷରେ ଡେପୁଟି ମେୟର କେ.
ଶାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଆଇନ୍‍ ସାମ୍ମୁଖ୍ୟର ଆବାହକ ଆଇନ୍‍ଜୀବୀ ମିଲନ୍‍ କାନୁନ୍‍ଗୋ, ଭୁବନେଶ୍ୱର ବିଜୁ ଜନତା ଦଳ ସଭାପତି ବାବୁଲି ମିଶ୍ର, ଭୁବନେଶ୍ୱର ବିଜୁ ମହିଳା ଜନତା ଦଳ ସଭାପତି ଭାରତୀ ସିଂହ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ, ଭୁବନେଶ୍ୱର ବିଜୁ ଯୁବ ଜନତା ଦଳ ସଭାପତି ବାବୁ ସିଂହ, ଭୁବନେଶ୍ୱର ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ବିଧାୟକ ପ୍ରଫୁଲ୍ଲ ସାମଲ, ଆୟୁବ ଖାଁ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସଂଜୀବ ସାହୁଙ୍କ ସମେତ ଦଳୀୟ ନେତୃମଣ୍ଡଳୀ ସଭାସ୍ଥଳରେ ଉପସ୍ଥିତ ଥିଲେ ।

ଅନ୍ୟଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ସଂଜୟ କୁମାର ଦାସବର୍ମା ଓ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ସକାଳ ୧୦.୩୦ ମିନିଟ୍‍ରେ ଏକ ବିଶାଳ ମୋଟରସାଇକେଲ୍‍ ଶୋଭାଯାତ୍ରା ରାମମନ୍ଦିର ଛକରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍‍, ରାଜମହଲ, ଶିଶୁଭବନ ଛକ ଦେଇ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚôଥିଲା । ସେହିପରି ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର ଜିଲ୍ଲା ସଭାପତି ରାଣାପ୍ରତାପ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନ ୧୧.୨୦
ମିନିଟ୍‍ରେ ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁÂିତ ‘ଜୀବନ ବିନ୍ଦୁ’ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁÂିତ ହୋଇଥିଲା । ଅନ୍ୟପକ୍ଷରେ ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାପତି ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ କ୍ୟାପିଟାଲ୍‍ ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।