ଚାଷୀର ହକ୍ ପାଇଁ ବିଜେପିର ସଂଘର୍ଷ ଜାରି ରହିବ : ବିଜେପି କୃଷକ ମୋର୍ଚ୍ଚା

kissanbjp
- ରାଜ ରାସ୍ତାରେ ପନିପରିବା ଓ କ୍ଷୀର ଢାଳି ପ୍ରତିବାଦ
- ମୃତ ଚାଷୀର ଅଭିଶାପ ଏବଂ କ୍ଷତି ହୋଇଥିବା ଚାଷୀର ନିଶ୍ୱାସରେ ବିଜେଡିର ପତନ ନିଶ୍ଚିତ
- ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର ପ୍ରତିÂା, ଚାଷୀର କ୍ଷେତକୁ ପାଣି, ଜଳସେଚନ ପାଇଁ ନିରବିଛିନ୍ନ ବିଜୁଳି ଯୋଗାଣ ଏବଂ ଚାଷୀକୁ ଉପôାଦିତ ଶସ୍ୟର ଲାଭପ୍ରଦ ମୂଲ୍ୟ ପ୍ରଦାନ ପାଇଁ ଦାବୀ
ଦିଶାହିନ ବିଜୁ ଜନତା ଦଳ ସରକାରର କୃଷକ ମାରଣ ନୀତିରେ ଓଡିଶାର ଚାଷୀ ସମୁହ ହନ୍ତସନ୍ତ ହୋଇ ଶେଷରେ ଆତ୍ମହତ୍ୟା କରୁଛନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକ ଉଦ୍ୟମ ନାହିଁ । ଜଳସେଚନ, ଆଳୁ ମିଶନ, ଏବଂ ବିଶେଷ କରି ଲୋକ ଦେଖାଣିଆ “କୃଷକ ବଜେଟ” ଆଦି ଉପସ୍ଥାପନ କରି ରାଜ୍ୟର ନିରୀହ ଚାଷୀ ସମୁହଙ୍କୁ ଶାସକ ବିଜେଡି କେବଳ ପ୍ରତାରଣା ଦେଇ ଆସୁଛି । ରାଜ୍ୟ ସରକାରଙ୍କ ଏଭଳି ମିଥ୍ୟା ପ୍ରହସନ ବିରୋଧରେ ଏବଂ ଚାଷୀଙ୍କୁ ତାଙ୍କର ନ୍ୟାର୍ଯ୍ୟ ହକ୍ ପ୍ରଦାନ ସହ ତାର ଉପôାଦିତ ଫସଲର ହକ ନ ପାଇଲା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟୀ ସଂଘର୍ଷ ଜାରୀ ରଖିବ ବୋଲି ରାଜ୍ୟ ଉପ ସଭାପତି ତଥା କୃଷକ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଆଜି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ଚାଷୀ ଶୋଭାଯାତ୍ରା ରାଜ୍ୟ କାର୍ଯ୍ୟାଳୟଠାରୁ ବିଧାନସଭା ଅଭିମୁଖେ ବାହାରିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାର ଶହ ଶହ ଛାଷୀ ନିଜ ସାଙ୍ଗରେ ଆଣିଥିବା ଉପôାଦିତ ଟମାଟୋ, ବାଇଗଣ ଆଦି ପନିପରିବା ଏବଂ କ୍ଷୀରକୁ ମୁଣ୍ଡରେ ମୁଣ୍ଡାଇ ଶୋଭାଯାତ୍ରାରେ ବାହାରିଥିଲେ । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଏବଂ ହାତରେ ଫ୍ଲାକାର୍ଡ ଧରି ମାଷ୍ଟର କ୍ୟାଂଟିନ ଛକ ଦେଇ ବିଧାନସଭା ଆଡକୁ ଅଗ୍ରସର ହେଉଥିବାବେଳେ ପୋଲିସ ପ୍ରତିବାଦକାରୀ ଚାଷୀମାନଙ୍କୁ ଅଟକାଇ ଥିଲା । ଶେଷରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଚାଷୀମାନେ ନିଜ ସାଙ୍ଗରେ ଆଣିଥିବା ସମସ୍ତ ପନିପରିବା ଏବଂ କ୍ଷୀରକୁ ରାଜ ରାସ୍ତା ଉପରେ ଢାଳି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଧାନ, ପନିପରିବା ଓ କ୍ଷୀରର ଅଭାବୀ ବିକ୍ରି ତଥା ୧୭ବର୍ଷର ଶାସନରେ ଗୋଟିଏ ଶୀତଳ ଭଂଡାର ନିର୍ମାଣ ନହେବା ଘଟଣାରେ ଅପାରଗ ରାଜ୍ୟ ସରକାର ଏବଂ ଶାସକ ବିଜେଡିକୁ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି କଟୁ ସମାଲୋଚନା କରିଛନ୍ତି । ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର ପ୍ରତିÂା, ଚାଷୀର କ୍ଷେତକୁ ପାଣି, ଜଳସେଚନ ପାଇଁ ନିରବଛିନ୍ନ ବିଜୁଳି ଯୋଗାଣ ଏବଂ ଚାଷୀକୁ ଲାଭପ୍ରଦ ମୂଲ୍ୟ ପ୍ରଦାନ କରିବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ମୃତ ଚାଷୀର ଅଭିଷାପ ଏବଂ କ୍ଷତି ହୋଇଥିବା ଚାଷୀର ନିଶ୍ୱାସରେ ବିଜେଡିର ପତନ ନିଶ୍ଚିତ । କୃଷକମାନଙ୍କ ସମସ୍ୟାର ସମାଧାନକୁ ଅଗ୍ରାଧିକାର ଦେଇ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । ନଚେତ କୃଷକମାନଙ୍କ ନିଶ୍ୱାସରେ ଏ ସରକାର ଆଉ ବେଶୀଦିନ ତିÂି ପାରିବ ନାହିଁ ବୋଲି ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କୃଷ୍ନ ଜଗଦେ୍ଧବ କହିଛନ୍ତି ।
(ପୃÂା: ୧/୨)

ଚାଷୀ ନିଜର ଉପôାଦିତ ଧାନକୁ ମଣ୍ଡିରେ ବିକ୍ରି କରିବା ପାଇଁ ବହୁ ସମସ୍ୟା ସାମ୍ନା କରି ଶେଷରେ ଅଭାବୀ ବିକ୍ରିର ଶିକାର ହେଉଛି । ଏପରିକି ମଣ୍ଡିରେ ଧାନ ବିକ୍ରି କରୁଥିବା ଚାଷୀମାନଙ୍କ ଅର୍ଥକୁ ସରକାର ଲୁଟୁଛନ୍ତି । ମିଲ୍ ମାଲିକ ଏବଂ ଜିଲ୍ଲା ପ୍ରସାଶନର ମଧୁ ଚନ୍ଦ୍ରିକା ହିଁ ଆଜି ଚାଷୀମାନଙ୍କ ସର୍ବନାଶର କାରଣ ହୋଇଛି । ଚାଷୀର ହକ ପାଇଁ ଏ ଲଢେଇ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ ବୋଲି ଅନ୍ୟତମ ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ସୁଚନା ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ଓ ଦିଲିପ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଶ୍ରୀ ସୁରଥ ବିଶ୍ୱାଳ, ଶ୍ରୀ ସମୀର ପାତ୍ର, ଉପସଭାପତି ଶ୍ରୀ ହୃଷିକେଶ ଜେନା, ଦିଲ୍ଳପ କୁମାର ସ୍ୱାଇଁ, ପ୍ରଦୀପ କୁମାର ସାହୁ, କ୍ଷୀର ଚାଷୀ ସଙ୍ଗର ନେତା ଶ୍ରୀ ନେତା ଶ୍ରୀ ଜନ୍ମେଜୟ ଜେନା ପ୍ରମୁଖ ଚାଷୀନେତା ସେମାନଙ୍କର ବକ୍ତବ୍ୟ ପ୍ରଦାନ କରି ରାଜ୍ୟ ସରକାରଙ୍କର ଅପାରଗତା ଓ କୃଷକ ମାରଣ ନୀତିକୁ କଟୁ ସମାଲୋଚନା କରିଥିଲେ । କୋମଳମତି ଶିଶୁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଦିଆଯାଇଥିବା “ମିଡ୍ ଡେ” ମିଲରେ କ୍ଷୀର ଅନ୍ତର୍ଭୁକ୍ତ କରିବାକୁ ଏହି ଚାଷୀନେତାମାନେ ଦୃଢ ଦାବୀ କରିଛନ୍ତି ।
୨୦୧୫ ମସିହାରେ ଖରିଫରେ ଚାଷୀର କ୍ଷତିକୁ ଭରଣ କରିବା ପାଇଁ ତୈଳ ଜାତୀୟ ଶସ୍ୟ ଉପôାଦନ କରିବାକୁ ରାଜ୍ୟ ସରକାର ୫ ଲକ୍ଷ ମିନି କିଟ୍ସ ରାଜ୍ୟର ଚାଷୀଙ୍କୁ ବାଂଟିବାର ନିଷ୍ପତି ନେଇଥିଲେ । ଫସଲରେ ଯେଭଳି ପୋକ ନଲାଗିବ, ସେଥିପାଇଁ ଜିଲ୍ଲା ସ୍ତରରେ ଥିବା କୃଷି ବିଭାଗର ଉପ ନିଦେ୍ର୍ଧଶକଙ୍କ ମାଧ୍ୟମରେ ପୋକମରା େଓ÷ାଷଧ କିଣା ଯାଇଥିଲା । ଜାଣିଶୁଣି ଚଂଚକତା କରି କିଣାଯାଇଥିବା ନିଷିଦ୍ଧ ପୋକମରା େଓ÷ାଷଧ କାରଣରୁ ପୁରା ପ୍ରକ୍ରିୟା ବିଫଳ ହୋଇ ବିପୁଳ କ୍ଷତି ହୋଇଥିଲା । ଏହି ଦୁର୍ନୀତିକୁ ପ୍ରଶ୍ରୟ ଦେଇଥିବା ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ପାର୍ଟୀ ଦାବୀ କରିଛି । ରାଜ୍ୟ ସରକାରଙ୍କ ଏହି ଭଳି ବହୁ ଦୁର୍ନୀତି ପାଇଁ ରାଜ୍ୟର ନିରୀହ ଚାଷୀମାନେ ଶିକାର ହେଉଛନ୍ତି ବୋଲି ବିକ୍ଷୋଭକାରୀ ଚାଷୀ ନେତାମାନେ ଅଭିଯୋଗ କରିଛନ୍ତି ।
ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମାଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚାର ସଂପାଦକ ଶ୍ରୀରଞ୍ଜନ ମଙ୍ଗରାଜ, ଲିଙ୍ଗରାଜ ବାରିକ, ପ୍ରଦୀପ ପତ୍ରୀ, ମନୀସା ପ୍ରିୟଦର୍ଶୀନି, ଆଶୋକ ସେଠୀ, ଶଙ୍କର୍ଷଣ ଜେନା, ରଘୁବୀର ପାଣିଗା୍ରାହୀ, ବିପିନ ଦାସ, ଅଜୟ ପ୍ରଧାନ, ଶୁଭେନ୍ଦୁ ମହାନ୍ତି, ଅନନ୍ତ ପ୍ରଧାନ, ପ୍ରଧାନ, ବସନ୍ତ ନାୟକ, ଅନନ୍ତ କର, ରବୀନ୍ଦ୍ର ପରିଡା, ସନ୍ତୋଷ ମିଶ୍ର, ପ୍ରଦୀପ ଜେନା ପ୍ରମୁଖ ଛାଷୀ ନେତାମାନେ ଯୋଗ ଦେଇଥିଲେ ।

Share in top social networks!