ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଜୟୀ ପ୍ରାର୍ଥୀମାନେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ

bjddarbarଆଜି ଅପରାହ୍ଣରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିବା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ୧୫୦ରୁ ଊଦ୍ଧ୍ୱର୍ସ ମର୍ଥକ ଓ କର୍ମୀଙ୍କ ସହ ବିଧାୟକ ସଂଜୀବ ସାହୁଙ୍କ ନେତୃତ୍ୱରେ ଆସି ସେମାନଙ୍କର ପ୍ରିୟ ନେତା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗଣତନ୍ତ୍ରର ଉଚ୍ଚତର ମୂଲ୍ୟବୋଧକୁ
ସମ୍ମାନ ଦେଇ ନିଜ ନିଜ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଲୋକଙ୍କ ସେବା କରିବା, ସରକାରଙ୍କ ଜନହିତକର ଯୋଜନାଗୁଡିକ ଯେପରି ଲୋକଙ୍କ ପାଖରେ ପହଞ୍ଚôପାରିବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

Share in top social networks!