ଭିଙ୍ଗାରପୁରରେ ରେଡ୍କ୍ରସ୍ସ୍ଥିତ ପରିବାର ପରାମର୍ଶ କେନ୍ଦ୍ରର ଗୋÂୀ ସଚେତନ କାର୍ଯ୍ୟକ୍ରମ ।

redcrosss
୦୪ା୩ା୨୦୧୭ରିଖ ଭାରତୀୟ ରେଡ୍କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟଶାଖା ସ୍ଥିତ ପରିବାର ପରାମର୍ଶ କେନ୍ଦ୍ର ତରଫରୁ ସ୍ଥାନୀୟ ନୟାପଲ୍ଲୀର ଭିଙ୍ଗାରପୁରଠାରେ ପରିବାର ପରାମର୍ଶ ସମ୍ବନ୍ଧୀୟ ଗୋÂୀ ସଚେତନତା କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଭିଙ୍ଗାରପୁରର ସ୍ଥାନୀୟ ଯୁବତୀ ଏବଂ ମହିଳାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଏହି ଗୋÂୀ ସଚେତନତା କାର୍ଯ୍ୟକ୍ରମକୁ ପରିବାର ପରାମର୍ଶ କେନ୍ଦ୍ରର ପରାମର୍ଶଦାତ୍ରୀ ବିଜୟଲକ୍ଷ୍ମୀ କର ଓ ପ୍ରିତିପ୍ରଜ୍ଞା ଦାଶ ପରିଚାଳନା କରିବା ସହିତ ପରିବାର ପରାମର୍ଶ କେନ୍ଦ୍ର ଦ୍ୱାରା ଯୋଗାଇ ଦିଆଯାଉଥିବା ସେବା ବିଷୟରେ ଯଥା ପରିବାର, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର, କଳହ, ଯୌତୁକ ଜନିତ ସମସ୍ୟା, ହିଂସା ଆଦି କ୍ଷେତ୍ର ଏବଂ ଏହି ସମସ୍ୟାର ସମାଧାନ ସ୍ଥାନୀୟବାସୀଙ୍କୁ ଅବଗତ କରାଇବା ସହିତ ସମବେତ ମହିଳାମାନଙ୍କ ସହ ଆଲୋଚନା କରିଥିଲେ ।

ଏତଦ୍ ବ୍ୟତୀତ ପରିଶେଷରେ ଉକ୍ତ ଗୋÂୀ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ମହିଳା ମାନେ ସ୍ଥାନୀୟ ସ୍କୁଲର ପରିସରକୁ ସଫା କରିବା ସହିତ ଆଖପାଖରେ ଜମି ରହିଥିବା ଅଳିଆ ଆବର୍ଜନାକୁ ସଫାକରିଥିଲେ ।

Share in top social networks!