କାର୍ଯ୍ୟସ୍ଥଳୀରେ ସୁରକ୍ଷା ହେଉଛି ପ୍ରାଥମିକତା : ସୁବ୍ରତ ତି୍ରପାଠୀ ସିଇଓ, ଆଦାନୀ ଧାମରା ପୋର୍ଟ

adanidharma ଆଦାନୀ ଧାମରା ବନ୍ଦର ସର୍ବଦା ଏକ ସଫଳ ତଥା ଦୀର୍ଘସ୍ଥାୟୀ ବ୍ୟବସାୟ ମଡେଲ୍ ଭାବେ କର୍ମଚାରୀଙ୍କ ସୁରକ୍ଷା, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ତଥା ବନ୍ଦର ପରିସରରେ ସମ୍ପୂର୍ଣ୍ଣ ଦୁର୍ଘଟଣା ବିହୀନ ହେବାପାଇଁ ଯତ୍ନବାନ ହୋଇଆସିଛି । ଏହି ଅବସରରେ ଆଦାନୀ ଧାମରା ବନ୍ଦର ତରଫରୁ କର୍ମଚାରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ସୁରକ୍ଷା ଦିଗରେ ସଚେତନତା ଆଣିବା ପାଇଁ ୪୬ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।
ଆଜି ପ୍ରାତଃ ୬ଟା ସମୟରେ ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁବ୍ରତ ତି୍ରପାଠୀ ବନ୍ଦର ପରିସରରେ ସୁରକ୍ଷା ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ସମସ୍ତ କର୍ମଚାରୀ, ଜନସାଧାରଣ, ଲୋକପ୍ରତିନିଧି ଓ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦିଗରେ ସଚେତନତା ରହିବା ନିମିତ୍ତ ବକ୍ତବ୍ୟ ରଖିଥିଲେ । ସୁରକ୍ଷା ଅବଲମ୍ବନ କରି କିପରି ନିଜ ନିଜ କାର୍ଯ୍ୟ ଉତ୍ତମରୂପେ କରିହେବ ସେହି ଉପରେ ଧ୍ୟାନ ଦେବା ପାଇଁ ଶ୍ରୀ ତି୍ରପାଠୀ ପରାମର୍ଶ ଦେଇଥିଲେ । ପତାକା ଉତ୍ତୋଳନ ପରେ ବନ୍ଦର ସୁରକ୍ଷା ଅଧିକାରୀ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ସତ୍ୟପାଠ କରାଇଥିଲେ । ତତ୍ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ସୁରକ୍ଷା ସମ୍ବଳିତ ସଚେତନତା ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ । ୫୦୦ରୁ ଊଦ୍ଧ୍ୱର୍ ବନ୍ଦର କର୍ମଚାରୀ, ଜନସାଧାରଣ ଓ ଛାତ୍ରଛାତ୍ରୀ ସାଇକେଲ ରାଲି ମାଧ୍ୟମରେ ବନ୍ଦର ପରିସରରୁ ଯାତ୍ରା ଆରମ୍ଭ କରି ଦୋସିଙ୍ଗା, ବିଦୁ୍ୟତ୍ପ୍ରଭା, ଅମରନଗର, ଚନ୍ଦନିପାଳ ଆଦି ଗ୍ରାମ ଅତିକ୍ରମ କରି ପୁନଃ ବନ୍ଦର ଫାଟକ ନିକଟ ବନ୍ଦର କମୁନିଟି ହଲ୍ରେ ଏହି ରାଲିକୁ ସମାପ୍ତ କରିଥିଲେ । ଏହି ସାଇକେଲ ରାଲିରେ ପାଶ୍ୱର୍ବର୍ତ୍ତୀ ଗ୍ରାମର ଆବାଳ-ବୃଦ୍ଧ-ବନିତା ସମସ୍ତେ ଅଂଶଗ୍ରହଣ କରିବା ସହିତ ଏହାକୁ ଉପଭୋଗ କରିଥିଲେ । ଗ୍ରାମବାସୀଙ୍କ ମଧ୍ୟରେ ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ଏହି ରାଲିର ମୁଖ୍ୟ ଉଦେ୍ଧଶ୍ୟ ଥିଲା ।
ସୂଚନାଯୋଗ୍ୟ ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିଥିବା ଏହି ନିରାପତ୍ତା ସପ୍ତାହ ପାଳନ ଅବସରରେ, ସୁରକ୍ଷା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଚିତ୍ରାଙ୍କନ, କୁଇଜ୍, ପ୍ଲାକାଡର଼୍ ମାଧ୍ୟମରେ ସୁରକ୍ଷା ବାର୍ତ୍ତା ଆଦି ବିିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

Share in top social networks!