ଭୁବନେଶ୍ୱରରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଉପରେ ଆର୍ନ୍ତଜାତୀୟ ସମ୍ମିଳନୀର ଆୟୋଜନ

pgcouncil
ଆସନ୍ତା ୧୮ରୁ ୨୦ ମାର୍ଚ୍ଚ ୨୦୧୭ରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମଏସ),ଭୁବନେଶ୍ୱରର ମିିଳିତ ଆନୁକୂଲ୍ୟରେ ତଥା ଇଣ୍ଡିଆନ୍ କାଉନ୍ସିଲ୍ ଫର୍ କଲ୍ଚରାଲ୍ ରିଲେସନ୍ସ (ଆଇସିସିଆର) ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି “ଭାରତୀୟ ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତମାନ ଏବଂ ଭବିଷ୍ୟତ ସମ୍ପର୍କିତ ଆର୍ନ୍ତଜାତୀୟ ସମ୍ମିଳନୀ’ ବା “ଆଇସିଆଇସିଏଚ୍’ । “ଓଡ଼ିଶାଲାଇଭ୍’ ଏହି କାର୍ଯ୍ୟକ୍ରମର ନଲେଜ୍ ପାର୍ଟନର ରହିଛି ।

“ଆଇସିଆଇସିଏଚ’୍ର ଅଧ୍ୟକ୍ଷ ତଥା ଉକ୍ରଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ବଳ କହିଛନ୍ତି ଯେ “”ଏହି ସମ୍ମିଳନୀରେ ଦେଶବିଦେଶର ବହୁ ଗବେଷକ, ଜ୍ଞାନୀଗୁଣୀ, ଶିକ୍ଷାବିତ୍, ସଂସ୍କୃତି ବିଶାରଦମାନେ ଏକତ୍ରିତ ହେବେ ଏବଂ ଭାରତର ମହାନ୍ ସାଂସ୍କୃତିକ ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବେ ।” ସେ ଆହୁରି କହିଛନ୍ତି ଯେ “”ଆମ ଦେଶର ଯୁବ ପିଢ଼ି ଆମର ପାରମ୍ପରିକ ସଂସ୍କୃତି ସହିତ ଯୋଡ଼ିହୋଇ ରହିବା ଦରକାର । ସେମାନେ ସାରା ବିଶ୍ୱକୁ ଜାଣିବା ଅବସରରେ ଭାରତୀୟ ସଂସ୍କୃତି ବିଷୟରେ ମଧ୍ୟ ସନ୍ଧାନ କରୁଛନ୍ତି ଏବଂ ଏହାର ନୂଆନୂଆ ଦିଗ ଆବିଷ୍କାର କରି ଚାଲିଛନ୍ତି । ଏହା ସହିତ ଆଜିର ଡିଜିଟାଲାଇଡ୍ ପୃଥିବୀରେ ଭାରତର ଉଜ୍ଜ୍ୱଳ ଅତୀତ ଏବଂ ସଂସ୍କୃତିର ପୁନଃ ସମୀକ୍ଷା ଆବଶ୍ୟକ ହେଉଛି ।”

ଭାରତର ସାଂସ୍କୃତିକ ପରମ୍ପରାର ବିବିଧତା ତଥା ମହାନତାର ପ୍ରସାର କରିବା ଏବଂ ବର୍ତମାନ ସମୟ ସହିତ ଏହାର ଉପଯୋଗିତା ବିଷୟରେ ଆଲୋଚନା କରିବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ । ଏହା ସହିତ ବର୍ତମାନର ନୀତିନିୟମର ସମୀକ୍ଷା କରି ସାର୍କଭୁକ୍ତ ଦେଶଗୁଡ଼ିକ ସହିତ ସମ୍ପର୍କ ସୁଦୃଢ଼ କରିବା ଏବଂ ସାଂସ୍କୃତିକ ଭାବ ବିନିମୟ ମାଧ୍ୟମରେ ନୂଆନୂଆ କ୍ଷେତ୍ର ଚିହ୍ନଟ କରିବାର ମଧ୍ୟ ଆଭିମୁଖ୍ୟ ରହିଛି ।

ବହୁ ଚିନ୍ତାଶୀଳ ବ୍ୟକ୍ତି, ଶିକ୍ଷାବିତ୍, ଗବେଷକ, ଐତିହାସିକ, କଳାକାର, ପର୍ଯ୍ୟଟକ, ମିଡିିଆ ବ୍ୟକ୍ତିତ୍ୱ, ସମାଲୋଚକ, ଲେଖକ ଓ ଛାତ୍ରଛାତ୍ରୀମାନେ ଏହି ତିନିଦିନିଆ ସମ୍ମିଳନୀରେ ଯୋଗଦେଇ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ପରିଭାଷିତ କରିବେ ବୋଲି ଆଶା କରାଯାଉଛି ।

“”ସାଂସ୍କୃତିକ ଭାବବିନିମୟ ସହିତ ଏହି ଉତ୍ସବର ଅନ୍ୟତମ ଆକର୍ଷଣ ହେଉଛି ପ୍ଲେନାରୀ ଅଧିବେଶନ । ଏହି ଅଧିବେଶନରେ ବିଭିନ୍ନ ଦେଶରୁ ୫୦ରୁ ଅଧିକ ଜ୍ଞାନୀଗୁଣୀ ଗବେଷକମାନେ ଭାରତୀୟ ସଂସ୍କୃତି ଉପରେ ଆଧାରିତ ସେମାନଙ୍କ ଗବେଷଣା ନିବନ୍ଧ ପାଠ କରିବେ ଏବଂ ଏହାର ସାଂସ୍କୃତିକ ଐତିହ୍ୟର ନୂଆନୂଆ ଦିଗ ବିଷୟରେ ଉପସ୍ଥାପନା କରିବେ । ଭାରତୀୟ ସଂସ୍କୃତିର ପ୍ରଚାର, ପ୍ରସାର ତଥା ବିଶ୍ୱସ୍ତରରେ ବର୍ତମାନ ସମୟରେ ଏହାର ଉପାଦେୟତା ବିଷୟରେ ଏହି ସମ୍ମିଳନୀରେ ଏକ ମାର୍ଗଦର୍ଶିକା ମଧ୍ୟ ପ୍ରସ୍ତୁତ କରାଯିବ ।” ଆଇସିଆଇସିଏଚ୍ର ଆବାହକ ତଥା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ, ଭୂବନେଶ୍ୱରର ନିଦେ୍ର୍ଧଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଏହି ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ମିଳନୀର ସଂଯୋଜକ ତଥା ଉକ୍ରଳ ବିଶ୍ୱବିଦ୍ୟାଳୟର ପବ୍ଲିକ୍ ଆଡ୍ମିନିଷ୍ଟେ୍ରସନ୍ ବିଭାଗର ମୁଖ୍ୟ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଏବଂ ସମ୍ମିଳନୀର ସହ-ଆବାହକ ତଥା “ଓଡ଼ିଶାଲାଇଭ୍’ର ସିଇଓ ଶ୍ରୀ ନୀଳାମ୍ବର ରଥ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ସମ୍ମିଳନୀ ଉପରେ ଆଧାରିତ ଏକ ପୋଷ୍ଟର ଉନ୍ମୋଚନ କରାଯାଇଛି । ଆୟୋଜକମାନେ ଭାରତୀୟ ସଂସ୍କୃତି ତଥା ଐତିହ୍ୟ ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି । ସେମାନେ ସମ୍ମିଳନୀ ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ.ସମସମଷ.କ୍ଟrଶ ରୁ ଅଧିକ ସୂଚନା ପାଇପାରିବେ ।

Share in top social networks!