ରନ୍ଧନ ଗ୍ୟାସ ଦରବୃଦ୍ଧି ମୋଦି ସରକାରର ଅସଲ ରୂପକୁ ପଦାରେ ପକାଇଛି : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ

youthcongreessରନ୍ଧନ ଗ୍ୟାସକୁ ନେଇ ବିଜେପି ସରକାର ଗୃହିଣୀଙ୍କୁ ଏବଂ ହାଣ୍ଡିଶାଳ ଯାଏଁ ବିଜେପିର ଆଭିମୁଖ୍ୟକୁ ପହଞ୍ଚାଇବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଭାଷଣବାଜି କରୁଥିଲେ ତାହା ଆଜି ପଦାରେ ପଡ଼ିଯାଇଛି ବୋଲି ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମହାରଥି କହିଛନ୍ତି । ଏଲପିଜି ଦର ୮୬ ଟଙ୍କା ବୃଦ୍ଧି ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀ ମହାରଥିଙ୍କ ନେୃତୃତ୍ୱରେ ଏକ ର୍ୟାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଷପୁତଳିକା ଦାହ କରାଯାଇଥିଲା ।
ବିଭିନ୍ନ ପେଟ୍ରୋଲ ପମ୍ପ ପାଖରେ, ଛକ ଜାଗାରେ ଓ ଗଣମାଧ୍ୟମରେ ରନ୍ଧନ ଗ୍ୟାସକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚାର କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ପାଇଁ ଉପହାସ ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ଆଜି “ ଫମ୍ପା ମାଠିଆର ଶବ୍ଦ ବେଶୀ” ଉକ୍ତିକୁ ପ୍ରମାଣିତ କରୁଛି । ୨୦୧୬ ଅକ୍ଟୋବର ପରଠାରୁ ଏଲପିଜି ଦରରେ କ୍ରମାଗତଭାବେ ବୃଦ୍ଧି ଘୋଷଣା କରାଯାଇଛି । ୬ଥର ଅଣ ସବ୍ସିଡ୍ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ୨୭୧ ଟଙ୍କା ବୃଦ୍ଧି ହୋଇ ସାରିଲାଣି । ଫେବୃଆରୀ ୧ ତାରିଖରେ ସର୍ବାଧିକ ୬୬ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା । ତେବେ ଏକାଥରକେ ଏଲପିଜି ଦର ଏତେ ବଢ଼ାଇଦେବା ଯୋଗୁଁ ଏଥିରେ ହାଣ୍ଡିଶାଳ ପ୍ରଭାବିତ ହୋଇଛି । ଗୃହିଣୀମାନେ ମୋଦିଙ୍କ ଦ୍ୱାରା ପ୍ରଚାର ହୋଇଥିବା “ଆଛା ଦିନ” ଏହିଭଳି ଆସିବ ବୋଲି କେବେ ଆଶାକରି ନଥିଲେ । ସୁତରାଂ ପ୍ରଦେଶ ଯୁବ କଂଗ୍ରେସ ମୋଦି ସରକାରର ମିଥ୍ୟା ପ୍ରତିଶ୍ରୁତି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ମହାରଥି କହିଛନ୍ତି । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଇତିଶ ପ୍ରଧାନ, ଅଭିଳାଷ ମାଣିଆ, ରଞ୍ଜିତ ପାତ୍ର, ରାଜୁ ପଠାନ, ରାଜିବ ପଟ୍ଟନାୟକ, ନିଳମାଧବ ପଣ୍ଡା, କୃଷ୍ଣ ମହାନ୍ତି, ୟାସିର ନୱାଜ,
ଅଜୟ ସାହୁ, ସ୍ୱାଗତ କର, ଦେବାଶିଷ ମହାପାତ୍ର, ସଂକୁନା କହଁର, ଶଶିକାନ୍ତ ଲେଙ୍କା, ସୌମ୍ୟ ମିଶ୍ର, ସତ୍ୟଜିତ୍ ପାତ୍ର୍ର, ଯୁବରାଜ ମହାନ୍ତି, ସୁମିତ ରଞ୍ଜିତ, ରଞ୍ଜିତ ସେନାପତି, ପ୍ରୀତମ ପରିଜା, ଅନିଲ ସାହୁ, ତ୍ରିକାଶ ବେଉରା ପ୍ରମୁଖ ଏହି ବିକ୍ଷୋଭରେ ଯୋଗଦେଇଥିଲେ ।

Share in top social networks!