ନିର୍ବାଚନରେ ବିଜୟୀ ହୋଇଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ

bjdpranabଆଜି ଅପରାହ୍ଣ ୫ଟା ସମୟରେ ସଦ୍ୟ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ
୨୫୦ରୁ ଊଦ୍ଧ୍ୱର୍ ସମର୍ଥକ ଓ କର୍ମୀଙ୍କ ସହ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ଆସି ତାଙ୍କର ପ୍ରିୟ ନେତା ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ।

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗଣତନ୍ତ୍ରର ଉଚ୍ଚତର ମୂଲ୍ୟବୋଧକୁ ସମ୍ମାନ ଦେଇ ନିଜ ନିଜ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନିଜ ପ୍ରତିକ୍ରିୟାରେ ବିଧାୟକ ଶ୍ରୀ ଘଡ଼ାଇ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଯେଉଁ ଭରସା ଓ ବିଶ୍ୱାସ ରଖି ସୁକିନ୍ଦାବାସୀ ବିଜୁ ଜନତା ଦଳକୁ ବିପୁଳ ବିଜୟୀ କରାଇଛନ୍ତି ସେଥିପାଇଁ ମୁଁ ଦଳ ତରଫରୁ ସୁକିନ୍ଦାବାସୀଙ୍କୁ ଧନ୍ୟବାଦ ଦେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ଜନହିତକର ଯୋଜନାଗୁଡିକର ସୁଫଳ କିଭଳି ଭାବେ ସୁକିନ୍ଦାବାସୀଙ୍କ ନିକଟରେ ପହଞ୍ଚôବ ସେ ଦିଗରେ ଯନôବାନ ହୋଇ ଦଳର ସମସ୍ତ ଜନପ୍ରତିନିଧି ମିଶି କାମ କରିବେ ବୋଲି ଶ୍ରୀ ଘଡ଼ାଇ କହିଥିଲେ ।

Share in top social networks!