କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମେରିକା ଗସ୍ତ

dpdp
• ବାର୍ଷିକ ସିଇଆରଏ ସପ୍ତାହ – ତୈଳ ଓ ଗ୍ୟାସ ପ୍ରସଙ୍ଗରେ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେବେ
• ବିଭିନ୍ନ ଦେଶର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚାନ
• ଆମେରିକାର ବୋଷ୍ଟନ ଓ ହ୍ୟୁଷ୍ଟନ ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ମାର୍ଚରୁ ୭ ମାର୍ଚ ଯାଏ ଆମେରିକା ଗସ୍ତରେ ଯାଇଛନ୍ତି । ଏହି ଅବସରରରେ ସେ ଆମେରିକାର ବୋଷ୍ଟନ ଓ ହ୍ୟୁଷ୍ଟନ ସହର ଯିବେ । ଶ୍ରୀ ପ୍ରଧାନଙ୍କ ସହ ରାଷ୍ଟ୍ରାୟତ ତୈଳ ଏବଂ ଗ୍ୟାସ କମ୍ପାନୀ ମାନଙ୍କର ବରିÂ ଅଧିକାରୀ ମାନଙ୍କର ଏକ ପ୍ରତିନିଧି ଦଳ ମଧ୍ୟ ଆମେରିକା ଯାତ୍ରା କରିଛି ।

ମିଳିଥିବା ସୂଚନା ଅନୁସାରେ ଆଗାମୀ ୩ ଓ ୪ ମାର୍ଚରେ ଶ୍ରୀ ପ୍ରଧାନ ଆମେରିକାର ବୋଷ୍ଟନ ସହର ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଶ୍ରୀ ପ୍ରଧାନ ମାସାଚୁସେଟ ଇଂଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜୀ (ଏମଆଇଟି)ରେ ହେବାକୁ ଥିବା ଶକ୍ତି ସମ୍ମିଳନୀରେ କି ନୋଟ ଭାଷଣ ଦେବେ । ଶ୍ରୀ ପ୍ରଧାନ ହାବାର୍ଡ କେନେଡି
ସ୍କୁଲରେ ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନୀତି ସମ୍ପର୍କରେ ଛାତ୍ର ମାନଙ୍କୁ ଉଦବୋଧନ ଦେବେ । ଶ୍ରୀ ପ୍ରଧାନ ଟଫ୍ଟସ ବିଶ୍ୱବିଦ୍ୟାଳୟର ଫ୍ଲେଚର ଏନର୍ଜି ଏଣ୍ଡ ଏନଭାୟରନମେଂଟ କ୍ଲବରେ ପ୍ୟାରିସ ଚୁକ୍ତି ଓ ଜଳବାୟୁ ପରିବର୍ତନ େ କ୍ଷତ୍ରରେ ଭାରତର ପ୍ରତିବଦ୍ଧତା ପରିପ୍ରେକ୍ଷୀରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ର
ସମ୍ମୁଖରେ ଆହ୍ୱାନ ସମ୍ପର୍କରେ ଉଦବୋଧନ ଦେବେ । ସେ ବୋଷ୍ଟନର ମେୟରଙ୍କୁ ଭେଟିବା ସହ ସେଠାରେ ରହୁଥିବା ଭାରତୀୟ ମାନଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀ ପ୍ରଧାନ ୫ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ସିଇଆରଏ ସପ୍ତାହ – ତୈଳ ଓ ଗ୍ୟାସ ପ୍ରସଙ୍ଗରେ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେବେ । ସମ୍ମିଳନୀରେ ସେ ମନ୍ତ୍ରୀ ସ୍ତରୀୟ ପ୍ଲାନେରୀ ଓ ଅନ୍ୟ ମଂଚରେ ବକ୍ତବ୍ୟ ପ୍ରଦାନ କରିବେ । ଏହା ବ୍ୟତୀତ ଶ୍ରୀ ପ୍ରଧାନ କାନାଡା, ୟୁଏଇ, ଇସ୍ରାଏଲ, ଯୁକ୍ତରାଷ୍ଟ୍ର ଆମେରିକା, ନାଇଜେରିଆ, ସାଉଦି ଆରବ, ଋଷର ପେଟ୍ରୋଲିୟମ ମନ୍ତ୍ରୀ ମାନଙ୍କର ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଶ୍ରୀ ପ୍ରଧାନ ଆନ୍ତର୍ଜାତିକ ଶକ୍ତି ଏଜେନ୍ସି (ଆଇଇଏ)ର ମହାସଚିବଙ୍କ ସହ ମଧ୍ୟ ଆଲୋଚନା କରିବେ । ଏହା ବାଦ ଶ୍ରୀ ପ୍ରଧାନ ହାଇଡ୍ରୋ କାର୍ବନ କ୍ଷେତ୍ରର ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରିବା ସହ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିତ ଓ ତୈଳ ଓ ଗ୍ୟାସ କ୍ଷେତ୍ରରେ କାମ କରୁଥିବା ବରିÂ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ ।

Share in top social networks!