ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପାଳନର ଉଦ୍ଯାପନୀ ସମାରୋହ ମାର୍ଚ୍ଚ ୫ ତାରିଖରେ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ

ଆଧୁନିକ ଓଡ଼ିଶାର ନିର୍ମାତା ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସାରା ରାଜ୍ୟରେ ଗତ ବର୍ଷ ମାର୍ଚ୍ଚ ୫ ତାରିଖରୁ ବର୍ଷବ୍ୟାପୀ ପାଳିତ ହୋଇଆସୁଛିା ଏହାର ଉଦ୍ଯାପନୀ ସମାରୋହ ମାର୍ଚ୍ଚ ୫ ତାରିଖ ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ୱରସ୍ଥ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବା
ଆଜି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ବିଧାନସଭାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛିା ଏଥ#ରେ ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସ ବର୍ମା, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପ୍ରମୁଖ ଯୋଗଦେଇ ଏହି ସମାରୋହକୁ କିପରି ଅଧ#କ ଭବ୍ୟ ଓ ବର୍ଣ୍ଣାଢ୍ୟ କରାଯାଇପାରିବ ସେ ଦିଗରେ ବିଶଦ ଆଲୋଚନା କରିଥ#ଲୋ
ଏହି ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟଅତିଥ# ଭାବରେ ଯୋଗଦେବୋ ସମାରୋହରେ ସାରା ରାଜ୍ୟରୁ ପ୍ରତିନିଧ#ବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା ସ୍ୱାଧୀନତା ସଂଗ୍ରାମୀ, ପଦ୍ମ ପୁରସ୍କାର ବିଜେତା, ସାମାଜିକ ସଂଗଠକ ତଥା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଓ ସଫଳତା ଅର୍ଜନ କରିଥ#ବା ପ୍ରାୟ ୫୦୦ରୁ
ଊ–ର୍ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ସମାରୋହରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯିବା ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକମାନେ ଯୋଗଦେବୋ
ବିଭିନ୍ନ ଜିଲ୍ଲାରୁ ପ୍ରତିନିଧ#ତ୍ୱ କରୁଥ#ବା ବ୍ୟକ୍ତିବିଶେଷଙ୍କ ଯାତାୟତ ନିମନ୍ତେ ଦାୟିତ୍ୱ ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯିବ ଏବଂ ସେମାନଙ୍କ ରହଣି ତଥା ଆତିଥ୍ୟ ନିମନ୍ତେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବା ଆଦିବାସୀ ପଡିଆରେ ସଭା ମଣ୍ଡପ ନିର୍ମାଣ, ଆଲୋକ ବ୍ୟବସ୍ଥା, ପୁଷ୍ପସଜ୍ଜା, ଆସନ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଏହି ସମାବେଶକୁ ଉତ୍ସବମୁଖର କରିବା ପାଇଁୟୁନିଟ୍-୧ସ୍ଥିତ ଆଦିବାସୀ ପଡିଆ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ତୋରଣ ତଥା ଷ୍ଟାଣ୍ଡିଂ ଇତ୍ୟାଦି ସ୍ଥାପନ କରାଯିବା ଆଦିବାସୀ ପଡିଆରେ ଜନସମାବେଶକୁ ଦୃଷ୍ଟିରେ ରଖ# ପାର୍କିଂ ବ୍ୟବସ୍ଥା, ଆଇନଶୃଙ୍ଖଳା ରକ୍ଷା, ପରିଷ୍କାର ପରିଚ୍ଛନ୍ନତା, ଆପଦକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ବିଭାଗ, ଶକ୍ତି ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଅଗ୍ନିଶମ ସଂସ୍ଥା, ଭୁବନେଶ୍ୱର ମହାନଗର ନିଗମ ସମେତ ଅନ୍ୟାନ୍ୟ ବିଭାଗଗୁଡିକ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ ସମାବେଶର ସଫଳତାକୁ ନିଶ୍ଚିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତିା

Share in top social networks!