ଅମଲାଙ୍କର କାର୍ଯ୍ୟବନ୍ଦ ଆନେ୍ଦାଳନ ଯୋଗୁ ବିବାଦ ବଢିବା ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେପି

bjpdel
- ଆଦିବାସୀ ଅଧ୍ୟୁଷିତ କୋରାପୁଟରେ ଏହି କାରଣରୁ ଜିଲ୍ଲାର ପ୍ରଶାସନିକ କାମ ଠପ୍ ହୋଇ ଯାଇଛି

- ଆଦିବାସୀ ମାନଙ୍କର ସ୍ୱାର୍ଥ ଓ ଜିଲ୍ଲାରେ ଆଇନର ଶାସନ ପ୍ରତିÂା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପର ଆବଶ୍ୟକତା

- ଗଣତାନ୍ତ୍ରିକ ଓ ଆଇନ ଅନୁଯାୟୀ କାମ କରୁଥିବା ଅମଲା ମାନଙ୍କ ବିରୁଦ୍ଧରେ ଆକ୍ରୋଶମୂଳକ କାର୍ଯାନୁÂାନ

- ତୃତୀୟ ମହଲାର ମୁଷ୍ଟିମେୟ ଅମଲାଙ୍କ ଇଙ୍ଗିତରେ ହେଉଛି କାର୍ଯ୍ୟାନୁÂାନ

- ବିଜେପିକୁ ଗାଳି ଦିଅନ୍ତୁ କିନ୍ତୁ ରାଗ ଅମଲା ଓ ଜନସାଧାରଣଙ୍କ ଉପରେ ସୁଝାନ୍ତୁ ନାହିଁ

- ପଂଚାୟତ ନିର୍ବାଚନରେ ଜନତାର ରୋଷର ଶୀକାର ହେବା ପରେ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଅସହିଷ୍ଣୁ
ଭୁବନେଶ୍ୱର, ତା.୦୧/୦୩ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲାର ବୋରିଗୁମା ଠାରେ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ତାଙ୍କ ହେଲିକେପ୍ଟର ଓହ୍ଲାଇବାକୁ ସହଯୋଗ କରିଥିବା ଅମଲାଙ୍କ ଉପରେ ଜିଲ୍ଲାପାଳଙ୍କ ବେଆଇନ କାର୍ଯ୍ୟାନୁÂାନ ଫଳରେ ଅମଲା ମାନଙ୍କର କାର୍ଯ୍ୟବନ୍ଦ ଆନେ୍ଦାଳନ ଫଳରେ ବିବାଦ ବଢିବା ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ହସ୍ତକ୍ଷେପ ଲୋଡିଛି ବିଜେପି ପ୍ରତିନିଧି ଦଳ । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ରାଜ୍ୟପାଳ ଡ. ଏସ.ସି ଜମୀରଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛି ।
କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏହି ବିବାଦ କାରଣରୁ ଜିଲ୍ଲାର ପ୍ରଶାସନିକ କାମ ଠପ ହୋଇ ଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଆଦିବାସୀ ମାନଙ୍କର ସ୍ୱାର୍ଥ ଓ ଜିଲ୍ଲାରେ ଆଇନର ଶାସନ ପ୍ରତିÂା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି ବିଜେପି ପକ୍ଷରୁ ଦିଆ ଯାଇଥିବା ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ବିଜେଡି ସରକାରର ରାଗ ବୁଝା ପଡୁଛି । ବିଜେଡି ସରକାର ଏଥି ପାଇଁ ବିଜେପି, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେଇ ପାରନ୍ତି । ମାତ୍ର ବିଜେପି ଉପରେ ରାଗକୁ ଅମଲା ଓ କୋରାପୁଟର ଜନ ସାଧାରଣଙ୍କ ଉପରେ ବିଜେଡି ସରକାର ନ ସୁଝାଉ ବୋଲି ବିଜେପିର ଏହି ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲାର ବୋରିଗୁମା ଠାରେ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ତାଙ୍କ ହେଲିକେପ୍ଟର ଓହ୍ଲାଇବାକୁ ସହଯୋଗ କରିଥିବା କାରଣରୁ ଜିଲ୍ଲା କଲେକ୍ଟର ସଚ୍ଚା ବିଜେଡି କର୍ମୀଙ୍କ ପରି ରକ୍ତମୁଖା ହୋଇ ଉଠିଛନ୍ତି ବୋଲି ଏହି ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛି ।

ତୃତୀୟ ମହଲାର ମୁଷ୍ଟିମେୟ ଅମଲାଙ୍କ ଇଙ୍ଗିତରେ କୋରାପୁଟ ଜିଲ୍ଲାରେ ଆଇନ ଅନୁଯାୟୀ ଗଣତାନ୍ତ୍ରିକ ପ୍ରକ୍ରିୟାରେ କାମ କରୁଥିବା ଅମଲା ମାନଙ୍କୁ ଚାକିରୀରୁ ସସପେଣ୍ଡ କରାଯାଉଛି । ଅନ୍ୟାୟ ଭାବେ ବଦଳି କରା ଯାଉଛି । ମାନସିକ ନିର୍ଯ୍ୟାତନା ଦିଆ ଯାଉଛି । ଶାସକ ଦଳ ଅମଲା ମାନଙ୍କ ନ୍ୟାୟ ପୂର୍ଣ କାମକୁ ସମର୍ଥନ ଦେବା ପରିବର୍ତେ କଲେକ୍ଟରଙ୍କର ମୁଖପାତ୍ର ଭଳି କାମ କରୁଛି ବୋଲି ବିଜେପିର ଏହି ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛି ।
ଏପରି ପରିସ୍ଥିତିରେ କୋରାପୁଟ ଜିଲ୍ଲାରେ ପଂଚାୟତ ନିର୍ବାଚନରେ ଜନତାର ରୋଷର ଶୀକାର ହେବା ପରେ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଅସହିଷ୍ଣୁ ହୋଇ ପଡିଛନ୍ତି । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯାଇଅଛି ।
ଅନ୍ୟ ପକ୍ଷରେ ଓଡିଶା ଲୋକ ବଡ ପରିବର୍ତନ ପାଇଁ ମନ ବଳାଇଲେଣି । ଜନମତକୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ବ୍ୟବହାର କରି ଲଗାଇ ଚପାଇ ଦେବାର ପ୍ରୟାସକୁ ଓଡିଶା ଲୋକ ଆଦୈା ବରଦାସ୍ତ କରିବେ ନାହିଁ ବୋଲି ବିଜେପି ଚେତାଇ ଦେଇଛି ।
ବିଜେପିର ଏହି ପ୍ରତିନିଧି ଦଳରେ ଶ୍ରୀ ମହାନ୍ତିଙ୍କ ସମେତ ବିଧାୟକ ରବି ନାରାୟଣ ନାୟକ ଓ ଗୋବିନ୍ଦ ଦାଶ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଠାକୁର ରଣଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!