ରାଜ୍ୟରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ

16865027_10208590335091109_5703838931838721959_n
ଆଜିଠାରୁ ସାରା ରାଜ୍ୟରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହୋଇଛିା ପରୀକ୍ଷା ଅବସରରେ ସମସ୍ତ ପରୀକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଶୁଭେଚ୍ଛା ଜଣାଇବା ସହିତ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତିା ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ମିଶ୍ର କଟକର ଖାନନଗର ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥ#ଲୋ ଏଥ# ସହିତ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କଣ୍ଟ୍ରୋଲ ରୁମ୍କୁ ଯାଇ ପରୀକ୍ଷା ପରିଚାଳନା ସଂପର୍କରେ ପରିଷଦର ସଭାପତି ସୁଶାନ୍ତ କୁମାର ଦାସ, ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ଓ ସଂପାଦକଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧ#କାରୀମାନଙ୍କ ସହ ପରୀକ୍ଷା ପ୍ରସ୍ତୁତି ଓ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥ#ଲୋ
ସାରା ରାଜ୍ୟରେ ପ୍ରଥମ ଦିନରେ ପରୀକ୍ଷା ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଥ#ବା ବେଳେ ପ୍ରଥମ ଲାଙ୍ଗୁଏଜ୍ ପରୀକ୍ଷାରେ ୯୪ ଜଣ କପିକରି ଧରା ପଡିଥ#ବା ବୋର୍ଡ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶା ସେହିପରି ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ମହତାବ ଉଚ୍ଚ ବିଦ୍ୟାଳୟ, ପାଲଲହଡାରେ କରେସ୍ପଣ୍ଡେସ୍ କୋର୍ସ ପରୀକ୍ଷାରେ ୬ ଜଣ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥ#ବା ବେଳେ ଧରା ପଡିଛନ୍ତି ଏବଂ ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି ବୋଲି ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛିା
ସୂଚନାଯୋଗ୍ୟ ଯେ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଫେବୃଆରୀ ୨୮ ତାରିଖଠାରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ସହିତ ମଧ୍ୟମା ପରୀକ୍ଷା ଅନୁଷ୍ଠିତ ହେଉଛିା ଏଥ#ରେ ସର୍ବମୋଟ ୬ ଲକ୍ଷ ୮ ହଜାର ୬୯୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତିା ଏଥ# ମଧ୍ୟରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୫ ଲକ୍ଷ ୭୬ ହଜାର ୮୩୬ ଜଣ ରେଗୁଲାର, ୨୨ ହଜାର ୯୯୨ ଜଣ ଏକ୍ସ ରେଗୁଲାର, ୪୬୮୩ ଜଣ କେରସ୍ପଣ୍ଡେସ୍ କୋର୍ସରେ ରେଗୁଲାର ଏବଂ କରେସପଣ୍ଡେସ୍ କୋର୍ସରେ ଏକ୍ସ-ରେଗୁଲାରରେ ୫୮୪ ଜଣ ପରୀକ୍ଷା ଦେଉଛନ୍ତିା ସେହିପରି ମଧ୍ୟମା ପରୀକ୍ଷାରେ ୩୧୪୭ ଜଣ ରେଗୁଲାର ଏବଂ ୪୪୮ ଜଣ ଏକ୍ସ-ରେଗୁଲାର ପରୀକ୍ଷା ଦେଉଛନ୍ତିା ଏଥ# ନିମନ୍ତେ ୨୯୩୮ଟି ପରୀକ୍ଷା କେନ୍ଦ୍ର ଏବଂ ୨୯୫ଟି ନୋଡାଲ କେନ୍ଦ୍ର ଖୋଲାଯାଇଛିା
ପରୀକ୍ଷାର ସୁପରିଚାଳନା, ତଦାରଖ ଓ ଯାଞ୍ଚ ବ୍ୟବସ୍ଥା କଡାକଡି କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧକାରୀଙ୍କ ପକ୍ଷରୁ ୫୭ଟି ଫ୍ଲାଇଂ ସ୍କ୍ୱାର୍ଡ, ୬ଟି ଜୋନାଲ ସ୍କ୍ୱାର୍ଡ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୩୬ଟି ସ୍ପେସାଲ ସ୍କ୍ୱାର୍ଡ ଗଠନ କରାଯାଇଛିା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ପ୍ରତ୍ୟେକ ପରୀକ୍ଷା ସକାଳ ୯ଟାରୁ ଦିନ ଘ.୧୧.୩୦ ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥ#ବା ବେଳେ କେବଳ ଗଣିତ ପରୀକ୍ଷା ସକାଳ ୯ଟାରୁ ଘ.୧୧.୪୫ ମିନିଟ ପର୍ଯ୍ୟନ୍ତ ହେବା ସେହିପରି ମଧ୍ୟମା ପରୀକ୍ଷା ପ୍ରତ୍ୟହ ଅପରାହ୍ନ ୨ଟାରୁ ଘ.୪.୩୦ ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଗଣିତ ପରୀକ୍ଷା ଅପରାହ୍ନ ୨ଟାରୁ ଘ.୪.୪୫ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂତ୍ରରୁ
ପ୍ରକାଶା

Share in top social networks!