କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରାପୁଟର ବୋରିଗୁମାଠାରେ ହେଲିକେପ୍ଟର ଅବତରଣ ପ୍ରସଙ୍ଗ ସରକାର ଅସହିଷ୍ଣୁତାରୁ ନିବୃତ ରହନ୍ତୁ

16998856_1821264688090540_2515261150275200463_n
ରାଜ୍ୟ ସରକାରଙ୍କ ସରକାରୀ କର୍ମଚାରୀମାରଣ ନୀତି ବିରୁଦ୍ଧରେ ବ୍ୟାପକ ଜନ ଆନେ୍ଦାଳନ କରିବ ବିଜେପି
ସରକାର ଅସହିଷ୍ଣୁତାରୁ ନିବୃତ ରହନ୍ତୁ । ଜିଲ୍ଲା ପ୍ରଶାସନ ହିଟ୍ଲରି ଶାସନ ବନ୍ଦ କରନ୍ତୁ । ନହେଲେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ।
ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପିର ଲୋକପ୍ରିୟତା ବୃଦ୍ଧି ପାଇଥିବା କାରଣରୁ ଶାସକ ବିଜେଡି ହିଂସାତ୍ମକ ପନ୍ଥା ଆପଣାଇବା ସହ ଅସହିଷ୍ଣୁ ହୋଇ ପଡିଛି । ସରକାରୀ କର୍ମଚାରୀ ନ୍ଖr ଦାୟିତ୍ୱ ସଠିକ ଭାବେ ତୁଲାଇବା ସତ୍ୱେ, ସେମାନଙ୍କୁ ଜାଣିଶୁଣି ନିଲମ୍ବନ ଏବଂ ବଦଳି କରିବାକୁ ଶାସକ ବିଜେଡି ପଛାଉନାହିଁ । ଏହାର ଜ୍ୱଳନ୍ତ ଉଦାହରଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଂଚାୟତ ନିର୍ବାଚନ ସମୟରେ କୋରାପୁଟ ଗସ୍ତ କାରଣରୁ ଦେଖିବାକୁ ମିଳଛି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ଫେବ୍ରୁଆରୀ ୧୪ ତାରିଖରୁ ୨୭ ତାରିଖ ମଧ୍ୟରେ କୋରାପୁଟ ଜିଲ୍ଲାର କଲେକ୍ଟରିଏଟ୍ ଏବଂ ପୋଲିସ ପ୍ରଶାସନରୁ ଅନୂ୍ୟନ ୧୧ ଜଣ କର୍ମଚାରୀଙ୍କୁ ନିଲମ୍ବନ ଏବଂ ୪ ଜଣଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଖୋଦ୍ କଲେକ୍ଟର ହିଁ ଉକ୍ତ ଜିଲ୍ଲାରେ ହିଟଲରି ଶାସନ ଚଳାଇଛନ୍ତି । କର୍ମଚାରୀମାନଙ୍କ ଉପରେ ନିଆଯାଇଥିବା ଏଭଳି ପଦକ୍ଷେପର ବିରୋଧ କରି ଜିଲ୍ଲା ଅମଲାସଙ୍ଘ କଲେକ୍ଟରଙ୍କୁ ଭେଟି କାରଣ ପଚାରିବାରୁ କଲେକ୍ଟର ସ୍ପଷ୍ଟ କହିଥିଲେ-ମୋତେ ଆଉ ଯଦି ଅନୁରୋଧ କରିବ, ମୁଁ ଆହୁରି ଅଧିକ କର୍ମଚାରୀଙ୍କୁ ନିଲମ୍ବନ କରିବି । କଲେକ୍ଟର ଶ୍ରୀ ଜୟକୁମାର ଭି ଆହୁରି ମଧ୍ୟ କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକେପ୍ଟର ଲ୍ୟାଣ୍ଡିଂକୁ ଅନୁମତି ଦେବାରୁ ତାଙ୍କୁ ଥାଡର଼୍ ଫ୍ଲୋରରୁ କଡ଼ା ନିଦେ୍ର୍ଧଶ ଆସିଥିଲା । ଏଥିଯୋଗୁଁ ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହେଲିକେପ୍ଟର ଲ୍ୟାଣ୍ଡିଂ ଓ ସୁରକ୍ଷା ଦାୟିତବ ବହନ କରିଥିବା କର୍ମଚାରୀମାନଙ୍କୁ ନିଲମ୍ବନ କରିଛନ୍ତି । ରାଜ୍ୟ ବିଜେପି କଲେକ୍ଟରଙ୍କ ଏହି ମନ୍ତବ୍ୟ ଶୁଣିବା ପରେ ରାଜ୍ୟ ସରକାର ଏବଂ ତୃତୀୟ ମହଲାର ଏଭଳି ପଦକ୍ଷେପକୁ ଘୋର୍ ନିନ୍ଦା କରିଛନ୍ତି । କେବଳ ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରତି ଅସହିଷ୍ଣୁ ହୋଇ ଶାସକ ବିଜେଡି ପ୍ରଶାସନକୁ ବ୍ୟବହାର କରି ଶେଷରେ ନିରୀହ କିରାଣୀମାନଙ୍କୁ ନିଲମ୍ବନ ଏବଂ ବଦଳି କରିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, କୋରାପୁଟ ଜିଲ୍ଲା ବୋରିଗୁମାରେ ଗତ ଫେବୃଆରୀ ୧୩ରେ ଅନୁÂିତ ହେବାକୁ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପଂଚାୟତ ନିର୍ବାଚନ ପ୍ରଚାର ପାଇଁ ୧୦ ତାରିଖରେ ଆନୁÂାନିକ ଭାବେ ରାଜ୍ୟ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ ପାଖକୁ ଚିଠି ଲେଖାଯାଇ ହେଲିକେପ୍ଟର ଅବତରଣ ପାଇଁ ଅନୁମତି ଲୋଡା ଯାଇଥିଲା । ମାତ୍ର ୧୨ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ନିକଟରୁ କୈାଣସି ଜବାବ୍ ନ ମିଳିବାରୁ ପୁଣି ଥରେ ଆବେଦନ କରାଯାଇଥିଲା । ଏହା ସତ୍ୱେ କୈାଣସି ଉତର ମିଳିବା କାରଣରୁ ବାଧ୍ୟ ହୋଇ ୧୩ ତାରିଖ ସକାଳେ ଶ୍ରୀ ବକ୍ସିପାତ୍ର ନିଜେ ଟେଲିଫୋନ ଯୋଗେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ । ଉପ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଅନୁମତି ନେଇଯିବାକୁ ଜିଲ୍ଲାପାଳ ଶ୍ରୀ ପାତ୍ରଙ୍କୁ କହିଥିଲେ । ଦିନ ୧୨.୧୫ରେ ପାପଡ଼ାହାଣ୍ଡି କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେଠାରୁ ହେଲିକେପ୍ଟର ଟେକ୍ଅଫ କଲା । ଏପାଖେ ଠିକ୍ ଦିନ ୧୨ଟା ବେଳକୁ ଜିଲ୍ଲା ବିଜେପିକୁ ହେଲିକେପ୍ଟର ଲ୍ୟାଣ୍ଡିଂର ପରମିସନ ଲେଟର ମିଳିଲା । ହ୍ୱାଟ୍ସଆପରେ ଶ୍ରୀ ପ୍ରଧାନଙ୍କ ହେଲିକେପ୍ଟର ପାଇଲଟ୍କୁ ପରମିସନ ଲେଟର ପଠାଇ ଦିଆଗଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିର୍ଦ୍ଧାରିତ ସମୟରେ ତାଙ୍କ କାର୍ଯ୍ୟକ୍ରମ ସାରି ଫେରିଥିଲେ ।
ମାତ୍ର ଅସହିଷ୍ଣୁ ହୋଇ ପଡିଥିବା ଶାସକ ବିଜେଡି କ୍ରୋଧାନ୍ୱିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫାଇଲ ପ୍ରସ୍ତୁତ କରିଥିବା କନିÂ କିରାଣୀ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରିଥିଲେ । ଜିଲ୍ଲା ଅମଲା ସଂଘ ଏହାକୁ ପ୍ରତିବାଦ କରି ପ୍ରଥମେ କଲମ ଛାଡ଼ ଆନେ୍ଦାଳନ ଏବଂ ପରେ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରିଥିଲେ । ଏହି ଆନେ୍ଦାଳନରେ ବିଜେଡି ଇଙ୍ଗିତରେ ଚାଲୁଥିବା ପ୍ରଶାସନ ଇର୍ଷା ପରାୟଣ ଏବଂ କ୍ରୋଧାନ୍ୱିତ ହୋଇ ୨୬ ତାରିଖରେ ୫ ଜଣ ଏବଂ ଗତ କାଲି ଆଉ ୫ ଜଣଙ୍କୁ ନିଲମ୍ବନ କରିଛନ୍ତି । ଏପରିକି ନିଜର ହକ୍ ପାଇଁ ଲଢୁଥିବା ସଂଘର ସଭାପତି ଏବଂ ସାଧାରଣ ସଂପାଦକଙ୍କୁ ଅନ୍ୟତ୍ର ମଧ୍ୟ ବଦଳି କରିଛନ୍ତି । ଏହା ରାଜ୍ୟ ସରକାରଙ୍କ କର୍ମଚାରୀମାରଣ ନୀତିକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ବକ୍ସିପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଶ୍ରୀ ବକ୍ସିପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି-କଲେକ୍ଟର ମହାଶୟ କୋରାପୁଟରେ ହିଟଲରି ଶାସନ ଚଳାଇଛନ୍ତି । ତାଙ୍କ ପାଖକୁ ସମସ୍ତ ନିଦେ୍ର୍ଧଶ ଥାଡର଼୍ ଫ୍ଲୋରରୁ ଯାଉଛି । ବିନା କାରଣରେ ଯେଉଁମାନଙ୍କୁ ସସ୍ପେଣ୍ଡ କରାଯାଇଛି, ସେମାନଙ୍କୁ ଗୋଟେ ୱାନ୍ ଲାଇନ୍ ଅଡର଼୍ର ଦିଆଯାଇଛି-ଡୁ୍ୟଟିରେ ଖିଲାପ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହେଲିକେପ୍ଟର ଲ୍ୟାଣ୍ଡିଂ ପରମିସନ ଦେବା ଅପରାଧ । ଶ୍ରୀ ବକ୍ସିପାତ୍ର କହିଛନ୍ତି, ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କ ସାମ୍ନାରେ ସ୍ପଷ୍ଟ ପ୍ରଶ୍ନ କରୁଛି ଯେ ଗଣତନ୍ତ୍ରରେ କୌଣସି ରାଜନୈତକ ଦଳ ପ୍ରଚାର କରିବ, ସେ କାର୍ଯ୍ୟକ୍ରମ ହେଲେ ଯଦି ସରକାର ବିରୋଧ କରିବେ, ହେଲେ ନିଜ ଦାୟିତ୍ୱ ମୁତାବକ ଯେଉଁ କର୍ମଚାରୀମାନେ ଯଦି ସରକାରୀ କାର୍ଯ୍ୟକ୍ରମରେ ଖିଲାପ କରିବେ ନାହିଁ, ସେମାନଙ୍କୁ ଯଦି ନିଲମ୍ବନ କରାଯିବ, ଜଣାପଡ଼ୁଛି ରାଜ୍ୟ ସରକାରଙ୍କର ଏଭଳି ଓøଦ୍ଧତ୍ୟ ପଣିଆ ଶାସନର ଅବସାନ ହେବାର ସମୟ ଆସିଲାଣି । ପଂଚାୟତ ନିର୍ବାଚନରେ ବିଜେପିର ଫଳାଫଳ ପାଇବା ପରେ ଏହା ପ୍ରଥମ ଘଟଣା ଯେଉଁଥିରେ ରାଜ୍ୟ ସରକାର ବିଜେପି ଉପରେ ସଫଳତାର ଆକ୍ରୋଶ ରଖି, ନିଜ ଦାୟିତ୍ୱ ତୁଲାଇଥିବା କର୍ମଚାରୀମାନଙ୍କୁ ନିଲମ୍ବନ କରାଯାଉଛି ।
ଏଭଳି ନିଷ୍ପତିକୁ ଦୃଢ ନିନ୍ଦା କରିବା ସହ ରାଜ୍ୟ ସରକାର ତୁରନ୍ତ ଏହି ନିଲମ୍ବନ ଓ ବଦଳି ଆଦେଶକୁ ପ୍ରତ୍ୟାହାର କରିବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ସଂଘର ଏହି ଆନେ୍ଦାଳନରେ ବିଜେପି ସାମିଲ ହୋଇ ଏହାକୁ ସମଗ୍ର ରାଜ୍ୟରେ ଆହୁରି ବ୍ୟାପକ କରିବ ବୋଲି ଶ୍ରୀ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Share in top social networks!