କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ୍‍ ପ୍ରସଂଗରେ ଓଡ଼ିଶା ବିରୋଧୀ ମନୋଭାବ ପୋଷଣ କରିବା ଓ ଓଡ଼ିଶା ବିରୋଧରେ ଓକିଲାତି କରିବା ଦୁଃଖଦାୟକ

pratapdevକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ୍‍ ପ୍ରସଂଗରେ ଓଡ଼ିଶା ବିରୋଧୀ ମନୋଭାବ ପୋଷଣ କରିବା ଓ ଓଡ଼ିଶା ବିରୋଧରେ ଓକିଲାତି କରିବା ଦୁଃଖଦାୟକ । ଓଡ଼ିଶାର ସ୍ୱାର୍ଥ ତାଙ୍କ ଦୃଷ୍ଟିରେ ଗୌଣ ହୋଇଯାଇଛି । ସେ ଅନ୍ୟ କାହାର ଗୋଡ଼ାଣିଆ ଭଳି ଆଚରଣ କରୁଛନ୍ତି । ଅସତ୍ୟ ଓ ଅବାନ୍ତର ତଥ୍ୟ ଉପସ୍ଥାପନ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି । ଏଣୁ କେନ୍ଦ୍ର ସରକାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ବିରୋଧୀ ନିଷ୍ପତ୍ତି ବିରୁଦ୍ଧରେ ଆଗାମୀ ଦିନରେ ଉଚିତ୍‍ ଜବାବ
ଦିଆଯିବ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।

ଆଜି ଆଇଓସିଏଲ୍‍ ପ୍ରସଂଗରେ ତଥ୍ୟ ଉପସ୍ଥାପନ କରି ଶ୍ରୀ ଦେବ କହିଥିଲେ ଯେ ତତ୍‍କାଳୀନ ବୈଷୟିକ ଜ୍ଞାନ କୌଶଳକୁ ବିନିଯୋଗ କରି ଆଇଓସିଏଲ୍‍ ଲାଭ କରିପାରିବ ନାହିଁ ଯେତେବେଳେ ନିର୍ଯାସ ବାହାରଥିଲା ଠିକ୍‍ ସେତିକି ବେଳେ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଆଇଓସିଏଲ୍‍କୁ ପାରାଦୀପରେ ପ୍ରତିÂା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଦ୍‍ ଧରିଥିଲେ । ଏହି କଥାରେ ମଧ୍ୟ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରି ବାଜପେୟୀ ସମ୍ମତି ପ୍ରଦାନ କରିଥିଲେ । ତେବେ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଏବଂ ଏକ ଲାଭଜନକ ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଇଓସିଏଲ୍‍କୁ ୧୧ ବର୍ଷ ପାଇଁ ସୁଧମୁକ୍ତ ଋଣ ପ୍ରଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ ।

ଏତଦ୍‍ବ୍ୟତୀତ ଅକ୍‍ଟ୍ରାଇ, ପ୍ରବେଶ କର, ସିଏସ୍‍ଟି, ବିଦୁ୍ୟତ ଓ ନିର୍ମାଣ କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯେଉଁ ଉକ୍ତି ରାଜ୍ୟ ସରକାର ପଞ୍ଚାୟତି ନର୍ବିାଚନ ଫଳାଫଳକୁ ଦୃଷ୍ଟିରେ ରଖି ଆଇଓସିଏଲ୍‍ ସଂପର୍କରେ ଏଭଳି ପଦକ୍ଷେପ ନେଇଛନ୍ତି ତାହା ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ବିଜେପିର ରାଜନୈତିକ ଅହଂକାର । ୨୦୦୯-୧୦ ମସିହାରେ କେନ୍ଦ୍ର ସରକାର ପେଟ୍ରୋଲିୟମ୍‍ ପଦାର୍ଥ ଉପରେ ଦେଉଥିବା ସବ୍‍ସିଡିକୁ ଖାରଜ କରିଦେଲେ । ଯାହାଫଳରେ ଆଇଓସିଏଲ୍‍ର ଆର୍ଥôକ ଯଥାର୍ଥତା ଯେଉଁଥିପାଇଁ ରାଜ୍ୟ ସରକାର ବିନାସୁଧା ଅର୍ଥ ଦେଇଥାନ୍ତେ ତାହା ଆବଶ୍ୟକ ପଡିବ ନାହିଁ । ଯାହାକି ସଂଜୀବ ହୋତାଙ୍କ କମିଟି ୨୦୧୧ ମସିହାରେ ରିପୋର୍ଟ ଦେଲେ ।

୨୦୧୨ ମସିହାରେ ଆଡଭୋକେଟ୍‍ ଜେନେରାଲ ମଧ୍ୟ ଅନୁରୂପ ଭାବେ ମତ ଦେଲେ ଓଡ଼ିଶାର ଆର୍ଥôକ କ୍ଷତି ହେବ । ମାତ୍ର ଆଇଓସିଏଲ୍‍ ତୈଳ ବିଶୋଧନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଯନ୍ତ୍ରପାତି ବ୍ୟବହାର କରିଛନ୍ତି ଏବଂ ସଂପୃକ୍ତ ସଂସ୍ଥା ୨୦୧୬ ମସିହାରେ ୧୫,୮୦୦ କୋଟି ଟଙ୍କା ଲାଭ କରିଛି ବୋଲି ତାଙ୍କ ଆୟକର ରିଟର୍ନରେ ଦର୍ଶାଇଛନ୍ତି । ଯେତେବେଳେ ଆଇଓସିଏଲ୍‍ ଲାଭ କରିପାରୁଛି ସେତେବେଳେ ଓଡ଼ିଶା ସରକାର ଆଇଓସିଏଲ୍‍କୁ କାହିଁକି ସୁଧମୁକ୍ତ ଋଣ ପ୍ରଦାନ କରିବେ? ଓଡ଼ିଶା ପରି ଗୁଜରାଟରେ ସୃଷ୍ଟି ହୋଇଥିଲା । ତତ୍‍କାଳୀନ ବିଜେପି ସରକାର ସୁପ୍ରିମ୍‍କୋର୍ଟକୁ ଯାଇ ଟିକସ ରିହାତି ଉଚ୍ଛେଦ ମାମଲା ଜିତିଥିଲେ । ତେବେ ସେଇ
ନୀତିକୁ ଓଡ଼ିଶାରେ ବ୍ୟବହାର କଲାବେଳେ କେନ୍ଦ୍ରମନ୍ତ୍ରୀ ବିରୋଧ କରିବା ଦୁର୍ଭାଗ୍ୟଜନକ ଓ ହାସ୍ୟାଷ୍ପଦ ।

ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହୋଇଛି । ଏମ୍‍ଓୟୁ ଅନୁଯାୟୀ ପ୍ରକଳ୍ପଟି ୨୦୦୮-୦୯ କିମ୍ବା ୨୦୧୦ରେ ସଂପୂର୍ଣ୍ଣ ହେବଳ ବଦଳରେ ୬/୭ବର୍ଷ ବିଳମ୍ବ ୨୦୧୫ରେ ସଂପୂର୍ଣ୍ଣ ହୋଇ ବାଣିଜି୍ୟକ ଉପôାଦନ କରିଛି । ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ବିଳମ୍ବ ହେତୁ ୧୧ବର୍ଷ ପାଇଁ ସୁଧମୁକ୍ତ ଋଣର ପରିମାଣ ପ୍ରାୟ ୬୯୮୯୨ କୋଟି ଟଙ୍କା ହେବ ଏବଂ ବର୍ତ୍ତମାନ ମୂଲ୍ୟ ଭିତ୍ତିରେ ସରକାରଙ୍କୁ ୨୨୭୪୫ କୋଟି ଟଙ୍କା କ୍ଷତି ସହିବାକୁ ପଡିବ । ଏମ୍‍ଓୟୁ ସ୍ୱାକ୍ଷରିତ ହେବା
ସମୟରେ ସୁଧମୁକ୍ତ ଋଣ ୯୭୮୩ କୋଟି ଟଙ୍କା ଏବଂ କ୍ଷତି ପରିମାଣ ୪୪୧୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ୧୧ବର୍ଷ ପାଇଁ ସୁଧମୁକ୍ତ ଋଣ ଏବଂ ବିଳମ୍ବିତ ଦେୟ ପାଇଁ ଅନୁମତି ଦେବାକୁ କୌଣସି ଯଥାର୍ଥ କାରଣ ନାହିଁ ।

ଈଓଔଟ ଔଇଘଇଞଇ ଊଇଖ ଏହିଭଳି ପରିସ୍ଥିତିରେ ଆଇଓସିଏଲ୍‍କୁ ୧୧ ବର୍ଷ ପାଇଁ ସୁଧମୁକ୍ତ ଋଣ ଦେବା ପାଇଁ ପୂର୍ବରୁ ଯେଉଁ ବୁଝାମଣା ପତ୍ର ସ୍ୱାକ୍ଷର
କରିଥିଲେ ସେ ସଂପର୍କରେ ରାଜ୍ୟ ସରକାର ପୁନର୍ବିଚାର କରିବା ପାଇଁ ବାଧ୍ୟ ହେଲେ । ୨୦.୧୨.୨୦୧୬ରେ କ୍ୟାବିନେଟ୍‍ ଆଇଓସିଏଲ୍‍ରୁ ଏହି ସୁବିଧା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ ୨୯.୧୨.୨୦୧୬ରେ ଆଇଓସିଏଲ୍‍କୁ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କଲେ । କାରଣ ଦର୍ଶାଅ ନୋଟିସ୍‍ର ଉତ୍ତର ସନ୍ତୋଷଜନକ ନହେବାରୁ ଗତ ୨୨.୦୨.୨୦୧୭ରେ ସୁଧମୁକ୍ତ ଋଣ ସର୍ତ୍ତଟି ରଦ୍ଧ କରିବାକୁ ସରକାର ବାଧ୍ୟହେଲେ । ମାତ୍ର ଅକ୍‍ଟ୍ରାଇ, ପ୍ରବେଶ କର, ସିଏସ୍‍ଟି,
ବିଦୁ୍ୟତ୍‍ ରିଆତି ସୁବିଧା ଏବେବି ଆଇଓସିଏଲ୍‍ରେ ବଳବତ୍ତର ରହିଛି ।

ଆଇଓସିଏଲ୍‍ ପ୍ରତିÂା ସମୟରେ ଯେଉଁ ପ୍ରକାର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବାର ଥିଲା ସେହି ଜ୍ଞାନକୌଶଳ ବ୍ୟବହାର କରିଥିଲେ ଓଡ଼ିଶାର ବହୁ ଯୁବକ ଯୁବତୀ ସେଥିରେ ନିଯୁକ୍ତ ପାଇଥାନ୍ତେ । ମାତ୍ର ଅତ୍ୟାଧୁନିକ ଜ୍ଞାନକୌଶଳ ତୈଳ ବିଷୋଧନାଗାରରେ ବ୍ୟବହାର କରିବା ଫଳରେ ନିଯୁକ୍ତିର ସୁଯୋଗ ସଂକୁଚିତ ହୋଇଗଲା । ବେକାର ଯୁବକ ଯୁବତୀ ନିଯୁକ୍ତି ପାଇବା ପାଇଁ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ମଉଳିଗଲା । ପ୍ରଥମ କଥା ହେଉଛି ପର୍ଯ୍ୟାପ୍ତ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ଏବଂ
ଆଇଓସିଏଲ୍‍ ଲାଭ କରିଥିଲେ ଓଡ଼ିଶା ସରକାର ସେଥିରୁ ଟିକସ ବାବଦରେ କିଛି ଅର୍ଥ ରାଜ୍ୟକୁ ମିଳିଥାନ୍ତା । ଏହାକୁ ଆଗରେ ରଖି ୧୧ ବର୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଦେବାପାଇଁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଥିଲେ । ଏହିସବୁ କଥାକୁ ବିଚାରକୁ ନେଇ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ସୁଧମୁକ୍ତ ଋଣ ଧାରାକୁ ନାକଚ କରିଛନ୍ତି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଯେଉଁ ରାଜନୀତି କରିବାକୁ ଆରମ୍ଭ କରିଛନ୍ତି ତାହା ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଯଦି ବ୍ୟକୁଳ ତେବେ କେନ୍ଦ୍ରୀୟ ଯୋଜନାରୁ ଯେଉଁ ଅର୍ଥ କାଟ କରାଯାଉଛି ତା’ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଉପରେ ଚାପ କାହିଁକି ପକାଉନାହାନ୍ତି । ଆଇଓସିଏଲ୍‍ ପ୍ରତିÂା ହେଲାପରେ କେତେଜଣ ଓଡ଼ିଆ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି ସେ ସଂପର୍କରେ ସେ ତଥ୍ୟ ଦେବେକି? ଆଇଓସିଏଲ୍‍କୁ ନେଇ ରାଜ୍ୟ ସରକାର ରାଜନୀତି କରୁନାହାନ୍ତି ବରଂ କେନ୍ଦ୍ରମନ୍ତ୍ରୀ ଆଇଓସିଏଲ୍‍କୁ ନେଇ ଦଳୀୟ ରାଜନୀତି କରିବା ଆରମ୍ଭ କରିଦେଇଛନ୍ତି, ଯାହା ଦୁର୍ଭାଗ୍ୟଜନକ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ପ୍ରତି ରାଜ୍ୟବାସୀଙ୍କର ସମର୍ଥନ ଅବ୍ୟାହତ ରହିଛି । ସେଇଥିପାଇଁ ବିଜୁ ଜନତା ଦଳ ଅନ୍ୟ ଦଳଙ୍କ ସ୍ଥିତି ଠାରୁ ଯଥେଷ୍ଟ ଆଗରେ ରହିଛି ବୋଲି ଶ୍ରୀ ଦେବ କହିଛନ୍ତି ।

Share in top social networks!