ପାରାଦୀପ ତୈଳ ବିଶୋଧନାଗାରରୁ ରାଜ୍ୟ ସରକାରଙ୍କର ଟିକସ ପ୍ରତ୍ୟାହାର ମାମଲା ତାଙ୍କ ଦଳ, ପ୍ରଧାନମନ୍ତ୍ରୀ ଓ ତାଙ୍କ ଉପରେ ରାଗି ଓଡିଆ ଯୁବକ ମାନଙ୍କ ପେଟରେ ଲାତ ନ ମାରନ୍ତୁ ମୁଖ୍ୟମନ୍ତ୍ରୀ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpjidpji• ରାଜ୍ୟର ଭବିଷ୍ୟତର ଶିଳ୍ପାୟନର ସମ୍ଭାବନାରେ ତାଲା ନ ପକାନ୍ତୁ
• ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ, ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ କାର୍ଯ୍ୟ ବନ୍ଦ ହେବା,
ଫାଇଲିନ ଓ ହୁଡହୁଡ ପରି ପ୍ରାକୃତିକ ଦୁର୍ବିପାକ କାରଣରୁ ପ୍ରକଳ୍ପରେ ଡେରୀ ହେବା ପାଇଁ କଣ
ଆଇଓସିଏଲ ଦାୟୀ ?
• ୨୦୦୬ ମସିହାରେ ବିଶୋଧନାଗାରର କ୍ଷମତା ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଥିଲା
ଆଇଓସିଏଲ
• କ୍ଷମତା ବଢାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କ ବୁଝାମଣା ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି
• କାମ ବିଳମ୍ବ ହେଲେ ଟିକସ ପ୍ରତ୍ୟାହାର ନେଇ ଓଡିଶା ସରକାର ପୂର୍ବରୁ କେବେ ସୂଚନା ଦେଇ ନ
ଥିଲେ
• ରିହାତି ପ୍ରତ୍ୟାହାର କରାଯିବାର ସମ୍ଭାବନା ନାହିଁ ବୋଲି ତକ୍ରାଳୀନ ମୁଖ୍ୟ ଶାସନ ସଚିବ ଗୋକୁଳ ପତି
ଭାରତ ସରକାରଙ୍କ ସହ ତାଙ୍କ ଉପସ୍ଥିତିରେ ଆନୁÂାନିକ ବୈଠକର ବକ୍ତବ୍ୟ ବିବରଣୀରେ ସ୍ଥାନ
ପାଇଛି
• ମୁଖ୍ୟମନ୍ତ୍ରୀଙ୍କ ବର୍ତମାନର ମନୋସ୍ଥିତି ସମ୍ପର୍କରେ ସେ ବୁଝି ପାରୁଛନ୍ତି
• ରାଜ୍ୟରେ ୧.୨୫ ଲ କ୍ଷ କୋଟିର ପୁଂଜିନିବେଶ ଯୋଜନା ପ୍ରସ୍ତୁତ କରିଛି ପେଟ୍ରୋଲିୟମ ମନ୍ତ୍ରଣାଳୟ
• ରାଜ୍ୟ କ୍ୟାବିନେଟ କିଛି ବି କରିପାରେ, ସିସୋର ବେଆଇନ କାର୍ଯ୍ୟ ସୂଚନା ସତ୍ୱେ କ୍ୟାବିନେଟ
ନିଷ୍ପତିରେ ଦିଆ ଯାଇଛି କାମ
ପାରାଦୀପ ତୈଳ ବିଶୋଧନାଗାରକୁ ୧୧ ବର୍ଷ ଟିକସ ବିଳମ୍ବିତ ଦେୟ ଓଡିଶା ସରକାରଙ୍କ ପ୍ରତ୍ୟାହାର ନିଷ୍ପତି ମାମଲାରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତିରୁ ନିବୃତ ରହନ୍ତୁ ବୋଲି ନିବେଦନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ, ତାଙ୍କ ଦଳକୁ ଓ ତାଙ୍କର ନେତାଙ୍କୁ ଗାଳି ଦିଅନ୍ତୁ ହେଲେ ଓଡିଶାର ଯୁବକ ମାନଙ୍କର ପେଟକୁ ଲାତ ମାରନ୍ତୁ ନାହିଁ । ଓଡିଶାରେ ଭବିଷ୍ୟତରେ ନିବେଶରେ ତାଲା ନ ପକାନ୍ତୁ । ଓଡିଆ ଯୁବକ ମାନଙ୍କୁ ଉଦ୍ୟମୀ ହେବାର ସୁଯୋଗରୁ ବଂଚିତ ନ କରନ୍ତୁ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବର୍ତମାନର ମନୋସ୍ଥିତି ସମ୍ପର୍କରେ ସେ ବୁଝି ପାରୁଛନ୍ତି । ତାଙ୍କର ରାଗ ହେବା ସ୍ୱାଭାବିକ । ମାତ୍ର ତାଙ୍କ ଉପରେ ରାଗ ପାଇଁ ଓଡିଆ ଯୁବକ ମାନଙ୍କୁ ସେମାନଙ୍କର ହକ୍ରୁ ବଂଚିତ କରନ୍ତୁ ନାହିଁ । ଓଡିଶାର ଶିଳ୍ପାୟନର ସ୍ୱପ୍ନକୁ ବଙ୍ଗୋପ ସାଗରରେ ଫିଙ୍ଗନ୍ତୁ ନାହିଁ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଜପେୟୀ ଶୁଭ ଦେବା ପରେ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ସରକାର ଟିକସ ରିହାତି ପାଇଁ ରାଜି ନ ହେବାରୁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇ ପାରି ନ ଥିଲା । ୨୦୦୪ରେ ୟୁପିଏ ସରକାର ଆସିବା ପରେ ୧୧ ବର୍ଷ ଟିକସ ବିଳମ୍ବିତ କରି ରାଜ୍ୟ ସରକାରଙ୍କୁ ପୈଠ କରିବା ପାଇଁ ରାଜି ହେବା ପରେ ଚୁକ୍ତି ସ୍ୱାକ୍ଷରିତ
ହୋଇଥିଲା ।

ରାଜ୍ୟ ସରକାର ୨ଟି କାରଣ ଦର୍ଶାଇ ନିଜେ ରାଜି ହୋଇଥିବା ଟିକସ ବିଳମ୍ବିତ ଦେୟରୁ ଓହରିବାର ନିଷ୍ପତି ନେଇଛନ୍ତି । ୯ ମିଲିୟନ ଟନ ପାଇଁ ଏମଓୟୁ ହୋଇଥିବା ବେଳେ ୧୫ ମିଲିୟନ ଟନକୁ ବିନା ସୂଚନାରେ ବୃଦ୍ଧି କରି ଆଇଓସିଏଲ ଚୁକ୍ତିର ଖିଲାଫ କରିଛି ବୋଲି ରାଜ୍ୟ ସରକାର କହୁଥିବା ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଓସିଏଲ ଦ୍ୱାରା ଓଡିଶାର ତକ୍ରାଳୀନ ମୁଖ୍ୟ ଶାସନ ସଚିବଙ୍କୁ କ୍ଷମତା ବୃଦ୍ଧି ନେଇ ୨୦୦୬ ମସିହାର ପତ୍ରକୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରିଥିଲେ । ଏହା ସହ ସେ କହିଥିଲେ ଯେ ଆଇଓସିଏଲ କ୍ଷମତା ବୃଦ୍ଧି କରି ପାରିବ ବୋଲି ୨୦୦୪ ମସିହାରେ ସ୍ୱାକ୍ଷରିତ ଏମଓୟୁରେ ମଧ୍ୟ ରାଜ୍ୟ ସରକାର ସ୍ୱାକ୍ଷର କରି ସମ୍ମତି ପ୍ରଦାନ କରିଥିଲେ ।

ବିଳମ୍ବ କାରଣରୁ ରାଜ୍ୟ ସରକାର ଚୁକ୍ତିରୁ ଓହରିବାକୁ ଶ୍ରୀ ପ୍ରଧାନ ସମାଲୋଚନା କରି କହିଛନ୍ତି ଯେ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ, ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ କାର୍ଯ୍ୟ ବନ୍ଦ ହେବା, ଫାଇଲିନ ଓ ହୁଡହୁଡ ପରି ପ୍ରାକୃତିକ ଦୁର୍ବିପାକ କାରଣରୁ ପ୍ରକଳ୍ପ ପୂରା ହେବାରେ ଡେରୀ ହେବା ପାଇଁ କଣ ଆଇଓସିଏଲ ଦାୟୀ ବୋଲି ଶ୍ରୀ
ପ୍ରଧାନ ପ୍ରଶ୍ନ କରିଛନ୍ତି ।

ପ୍ରକଳ୍ପ କାମ ବିଳମ୍ବିତ ହେଲେ ରିହାତି ପ୍ରତ୍ୟାହାର ନେଇ ରାଜ୍ୟ ସରକାର କେବେ ହେଲେ ଜଣାଇ ନାହାନ୍ତି । ତକ୍ରାଳୀନ ମୁଖ୍ୟ ଶାସନ ସଚିବ ଗୋକୁଳ ପତିଙ୍କ ସହ ତାଙ୍କର ସରକାରୀ ବୈଠକ ସମୟରେ ଟିକସ ପ୍ରତ୍ୟାହାର ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି କି ବୋଲି ପଚାରିଥିଲା ବେଳେ ସେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ
ଏପରି ପଦକ୍ଷେପ ନେବାର କୌଣସି ସମ୍ଭାବନା ନାହିଁ ବୋଲି କହିଥିଲେ , ଯାହା ବୈଠକର ବିବରଣୀରେ ସ୍ଥାନ ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ସଂଲଗ୍ନ ବ୍ୟାପକ ଡାଉନଷ୍ଟ୍ରିମ ଶିଳ୍ପର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାରେ ୧.୨୫ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ବିଷୟରେ ସୂଚନା ଦେଇ ସହଯୋଗର ହାତ ବଢାଇଥିଲି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

୫୦ ହଜାର କୋଟି ଟଙ୍କାର ପେଟ୍ରୋ କେମିକାଲ କଂପ୍ଲେକ୍ସରେ ପୁଂଜି ନିବେଶ ପାଇଁ ସମ୍ଭାବନା ରହିଛି । ଚଣ୍ଡିଖୋଲରେ ଷ୍ଟ୍ରାଟାଜିକ ଷ୍ଟୋରେଜ, ଓଡିଶାରୁ ବିଭିନ୍ନ ରାଜ୍ୟକୁ ପାଇପଲାଇନ ଦ୍ୱାରା ସେଂ ଯାଗ ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିବାର ସମ୍ଭାବନା ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଓଡିଆ ଯୁବକ
ଉଦ୍ୟମୀ ହେଉ, ଉଦଯୋଗୀ ନ ହେଉ, ନିଜ ଗୋଡରେ ଠିଆ ନ ହେଉ, ଏପରି ପଦକ୍ଷେପ ନେବାରୁ ନିବୃତ ରହିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୋସ୍କୋ ସହ ହୋଇଥିବା ଏମଓୟୁ ବଳବତର ଅଛି ନା ନାହିଁ, ଆଜି ବି ସନେ୍ଦହ ପ୍ରକାଶ ପାଉଛି । ଏକ ବେସରକାରୀ ବିଦେଶୀ କମ୍ପାନୀ ପ୍ରତି ଏତେ ଅନୁକମ୍ପା ମାତ୍ର ଏକ ରା ଷ୍ଟ୍ରାୟତ ଉଦ୍ୟୋଗ ପାଇଁ ମୁଖ୍ୟମନ୍ତ୍ରୀ ଏତେ କଠୋର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡିଶା କ୍ୟାବିନେଟରେ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତି ଗହଣ କରାଯାଇଥିବା ସମ୍ପର୍କରେ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ଓଡିଶା କ୍ୟାବିନେଟରେ କିଛି ବି ହୋଇ ପାରେ । ସିସୋରର ସଂଦିଗ୍ଧ ଆର୍ଥିକ ନେଣ ଦେଣ ନେଇ କେନ୍ଦ୍ର ସରକାରଙ୍କ ସୂଚନା ପରେ କ୍ୟାବିନେଟ ନିଷ୍ପତିରେ ହିଁ ସିସୋରକୁ ବ୍ୟବସାୟ ଦିଆ ଯାଇଥିଲା କି ନାହିଁ
ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

Share in top social networks!
Powered By Indic IME