ଅର୍ଥନୈତିକ ସର୍ଭେ ରିପୋର୍ଟ ଜରିଆରେ ନିଜ ମୁହଁରେ ନିଜର ବିଫଳତା ବଖାଣିଲେ ରାଜ୍ୟ ସରକାର : ବିଜେପି

10941878_848098988589806_2524562160291611988_n- ୨୦୧୧-୧୨ରେ ୨୦,୩୮୧ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିବାବେଳେ ୨୦୧୬-୧୭ରେ ୪୫,୧୦୪ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଓଡିଶା ପାଇଛି
- ୨୦୧୧-୧୨ରେ କେନ୍ଦ୍ର ଟିକସରେ ରାଜ୍ୟର ଅଂଶ ବାବଦରେ ୧୨,୨୨୯ କୋଟି ଟଙ୍କା ଥିବାବେଳେ ୨୦୧୬-୧୭ରେ ଏହା ବୃଦ୍ଧି ପାଇ ୨୬,୫୬୭ କୋଟି ଟଙ୍କାରେ ପଂହଚିଛି
ରାଜ୍ୟରେ ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଅବଦାନ ମୋଟ ଘରୋଇ ଉପôାଦନ ପ୍ରତି ମାତ୍ର ୧୮.୬୮ ପ୍ରତିଶତ । କୃଷକର ସିଧାସଳଖ ଉପôାଦିତ ଖାଦ୍ୟ ଶସ୍ୟର ଅବଦାନ ହେଉଛି ମାତ୍ର ୧୧.୪୬ ପ୍ରତିଶତ । ଏହା ହିଁ ରାଜ୍ୟରେ କୃଷକର ଦୟନୀୟ ଆର୍ଥିକ ସ୍ଥିତିକୁ ସ୍ପଷ୍ଟ କରୁଛି । ସରକାରୀ ଅର୍ଥନୈତିକ ରିପୋର୍ଟ ପ୍ରକାଶିତ ହେବା ପରେ ଆଜି ଏହି ଭଳି ଭୟଙ୍କର ତଥ୍ୟ ଆଜି ପଦାକୁ ଆସିଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ରାଜ୍ୟରେ ୪୮୦କିମିର ଲମ୍ବ ସମୁଦ୍ର ତଟ, ମତ୍ସ୍ୟ ସଂପଦର ଭଣ୍ଡାର କୁହାଯାଉଥିବା ଚିଲିକା ହ୍ରଦ ଏବଂ ୩୦ରୁ ଅଧିକ ନଦୀ ପ୍ରବାହିତ ହେଉଥିବା ସତ୍ୱେ ମତ୍ସ୍ୟ ସଂପଦର ଅବଦାନ ମାତ୍ର ୧.୮୧ ପ୍ରତିଶତ ଏବଂ ପଶୁ ସଂପଦର ଅବଦାନ ୨.୭୨ ପ୍ରତିଶତ ଉପôାଦନ ରହିବା ନିଶ୍ଚିତ ଭାବେ ଉଦ୍ବେଗର ବିଷୟ ବୋଲି ଶ୍ରୀ ହରିଚନ୍ଦନ ଚିନ୍ତା ପ୍ରକଟ କରିଛନ୍ତି
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୨-୧୩ ଆର୍ଥିକ ବର୍ଷ ଅପେକ୍ଷା ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟରେ କୃଷି କ୍ଷେତ୍ରର ଅବଦାନ ପାଖାପାଖି ୩ ପ୍ରତିଶତ ହ୍ରାସ ପାଇଥିବାବେଳେ ସିଧାସଳଖ ଉପôାଦିତ ଖାଦ୍ୟ ଶସ୍ୟର ଅବଦାନ ୩.୫୫ ପ୍ରତିଶତ ହ୍ରାସ ପାଇଛି । ରାଜ୍ୟରେ ପାଖାପାଖି ୪୬ ଲକ୍ଷ ଚାଷୀ ଥିବାବେଳେ ସେଥିରୁ ନାମ ମାତ୍ର ଓ କ୍ଷୁଦ୍ର ଚାଷୀ ହେଲେ ୪୨ ଲକ୍ଷ ।
ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ ଚାଷ ଜମିର ମାତ୍ର ୨୯.୫ ପ୍ରତିଶତ ଚାଷ ଜମି ହେଉଛି ମୁଖ୍ୟ ଫସଲ ପାଇଁ ଜଳସେଚନ ସୁବିଧା ଉପଲବ୍ଧ ଥିବା ଚାଷ ଜମି । ଏହା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଢେର କମ୍ । ହରିୟାନାରେ ଏହା ୮୯ ପ୍ରତିଶତ ଥିବାବେଳେ ଉତର ପ୍ରଦେଶରେ ୭୮ ପ୍ରତିଶତ ଅଛି । କେବଳ ମହାରାଷ୍ଟ୍ରକୁ ଛାଡି ଦେଲେ ଦେଶର ଅନ୍ୟ ସମସ୍ତ ବଡ ବଡ ରାଜ୍ୟମାନେ ମୁଖ୍ୟ ଫସଲ ପାଇଁ ଜଳସେଚନ ଯୋଗାଇବାରେ ଆମ ରାଜ୍ୟଠାରୁ ଢେର ଆଗରେ ଅଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ସେହିପରି ରାଜ୍ୟରେ ସାର ବ୍ୟବହାର ମଧ୍ୟ ଦେଶର ଅନ୍ୟ ରାଜ୍ୟମାନଙ୍କଠାରୁ ପଛରେ ଥିବା ଏହି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି । ସାର ବ୍ୟବହାରରେ ଜାତୀୟ ହାର ୧୨୮.୦୮ କିଲୋଗ୍ରାମ/ହେକ୍ଟର ଥିବାବେଳେ ଓଡିଶାରେ ଏହା ମାତ୍ର ୫୮.୯୧ କିଲୋଗ୍ରାମ ଅଛି । ଦେଶରେ ସାର ବ୍ୟବହାର କ୍ଷେତ୍ରରେ ଆମର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଏହା ୨୩୪ କିଲୋଗ୍ରାମ / ହେକ୍ଟର ଏବଂ ପଂଜାବରେ ୨୨୭.୪୭ କିଲୋଗ୍ରାମ / ହେକ୍ଟର ଅଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଯଦିଓ ଭାରତ ସମଗ୍ର ବିଶ୍ୱରେ କ୍ଷୀର ଉପôାଦନରେ ଏକ ନମ୍ବର ସ୍ଥାନ ଅଧିକାର କରିଛି, ମାତ୍ର ଆମ ରାଜ୍ୟ ଓଡିଶା ଏ କ୍ଷେତ୍ରରେ ବହୁତ ପଛରେ ଅଛି । ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ କ୍ଷୀର ଉପôାଦନ ଆଗ ଅପେକ୍ଷା ବଢିଛି, ମାତ୍ର ଏବେବି କ୍ଷୀର ଉପôାଦନର ପରିମାଣ ଜାତୀୟ ସ୍ତରରେ ଜାତୀୟ ସ୍ତରରେ ପ୍ରତି ମୁଣ୍ଡ ପିଛା ଉପଲବ୍ଧ ଥିବା କ୍ଷୀରର ପରିମାଣ ଅପେକ୍ଷା ଢେର କମ୍ ଅଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ସଂଗଠିତ କ୍ଷେତ୍ରରେ ରୋଜଗାର ପାଇବାରେ ମଧ୍ୟ ଆମ ରାଜ୍ୟ ପଛରେ ପଡିଛି । ୨୦୦୪ ମସିହାରେ ସଂଗଠିତ କ୍ଷେତ୍ରରେ ଓଡିଶାର ପାଖାପାଖି ୭.୪୬ ଲକ୍ଷ କାମ ପାଉଥିବାବେଳେ ଏହା ୨୦୧୫ ମସିହାରେ ୫.୯୩ କୁ ଖସି ଆସିଛି । ଗତ ୧୨ ବର୍ଷରେ ସଂଗଠିତ କ୍ଷେତ୍ରରେ ପାଖାପାଖି ୧.୫୩ ଲକ୍ଷ ଲୋକ ରୋଜଗାର ହରେଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଆମ ରାଜ୍ୟ ୨୦୧୧-୧୨ ଆର୍ଥିକ ବର୍ଷ ପାଇଁ ୨୦୩୮୧ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଥିବାବେଳେ ୨୦୧୬-୧୭ ଆର୍ଥକ ବର୍ଷ ପାଇଁ ୪୫୧୦୪ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଛି । ଏହା ଦ୍ୱାରା ସର୍ବଦା କେନ୍ଦ୍ର ଅନୁଦାନକୁ ନେଇ ମିଥ୍ୟା ପ୍ରଚାର କରୁଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରା ପୁଣି ଥରେ ପଦାକୁ ଆସିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ସେହିପରି ୨୦୧୧-୧୨ ଆର୍ଥକ ବର୍ଷରେ କେନ୍ଦ୍ର ଟିକସରେ ରାଜ୍ୟର ଅଂଶ ବାବଦରେ ୧୨,୨୨୯ କୋଟି ଟଙ୍କା ଥିବାବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୨୬,୫୬୭ କୋଟି ଟଙ୍କାରେ ପଂହଚିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଗତ କାଲି ପ୍ରକାଶ ପାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଜରିଆରେ ରାଜ୍ୟ ସରକାର ନିଜ ମୁହଁରେ ନିଜର ବିଫଳତାକୁ ବଖାଣିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଆଜି ଗଣମାଧ୍ୟମକୁ ସାକ୍ଷାତ ଅବସରରେ କହିଛନ୍ତି ।

Share in top social networks!