ଫେବୃଆରୀ ୨୫ରେ ଭାରତୀୟ ଜନତା ପାର୍ଟିର ‘ବିଜୟ ଉତ୍ସବ’ ସମାରୋହ

16864055_1819187208298288_9118573770291900203_nଚଳିତ ଫେବ୍ରୁଆରୀ ୨୫ ତାରିଖରେ ସାରା ଦେଶରେ ଥିବା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ‘ବିଜୟ ଉତ୍ସବ’ ପାଳିତ ହେବ । ନିର୍ବାଚନରେ ଅଭୂତପୂର୍ବ ବିଜୟ ଅବସରରେ ୨୫ ତାରିଖ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁଠି ଦଳ ପକ୍ଷରୁ ‘ବିଜୟ ଉତ୍ସବ’ ପାଳିତ ହେବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସୁଚନା ଦେଇଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ, ବିଗତ ଦିନରେ ସାରାଦେଶରେ ହୋଇଥିବା ଭିନ୍ନ ଭିନ୍ନ ନିର୍ବାଚନରୁ ମିଳିଥିବା ଜନାଦେଶରୁ ସ୍ପଷ୍ଟ ହୋଇଛି ଯେ ଭାରତୀୟ ଜନତା ପାର୍ଟିର ଜନାଧାର ବୃଦ୍ଧି ପାଉଛି । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦୀଙ୍କ ଗ୍ରାମୀଣ ବିକାଶ ଯୋଜନା, ଗରୀବ, ଅସହାୟ, ପଛୁଆବର୍ଗର ଲୋକ ଏବଂ କୃଷକମାନଙ୍କ ପାଇଁ ଉପଲବ୍ଧ ସୁବିଧା ସୁଯୋଗ ଗାଁ ଗହଳିରେ ଥିବା ଲୋକଙ୍କ ହୃଦୟ ଜିଣିଛି । ତେଣୁ ଦେଶକୁ କଂଗ୍ରେସ ମୁକ୍ତ ଓ ବିଜେପି ଯୁକ୍ତ କରିବାକୁ ଦେଶବାସୀଙ୍କ ଭିତରେ ସଂକଳ୍ପ ସୃଷ୍ଟି ହୋଇଛି ।
ଭାରତୀୟ ଜନତା ପାର୍ଟି ପାଇଁ ଖୁସିର ଖବର । ଶେଷ ହୋଇଛି ମହାରାଷ୍ଟ୍ରରେ କର୍ପୋରେସନ ନିର୍ବାଚନ ଏବଂ ଓଡ଼ିଶାର ଗ୍ରାମ ପଂଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ । ଦୁଇଟି ପ୍ରଦେଶରେ ବିଜେପିର ଆଶାତୀତ ସଫଳତା ଦଳର କାର୍ଯ୍ୟକର୍ତା, କର୍ମୀ ଓ ସମର୍ଥକମାନଙ୍କୁ ଉତ୍ସାହିତ କରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଯଦି ଓଡ଼ିଶାର ୨୦୧୨ ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ ଉପରେ ନଜର ଦେବା ତେବେ ସାମ୍ନାକୁ ଆସିବ ଯେ ମାତ୍ର ୩୬ଟି ଜିଲ୍ଲା ପରିଷଦ ଆସନ ଆସିଥିଲା ବିଜେପି ହାତକୁ । ହେଲେ ଗୋଟିଏ ବି ଜିଲ୍ଲାରେ ବିଜେପି ପରିଷଦ ଗଠନ କରିବାକୁ ସମର୍ଥ ହୋଇନଥିଲା । କିନ୍ତୁ ଚଳିତ ୨୦୧୭ ନିର୍ବାଚନରେ ଅସମର୍ଥିତ ସୂତ୍ରରୁ ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ ୮ଟି ଜିଲ୍ଲାରେ ବିଜେପି ଏକକ ସଂଖ୍ୟାଗରିÂତା ହାସଲ କରି ପରିଷଦ ଗଠନ କରିବାକୁ ଯାଉଛି ।
ସେହିପରି ମହାରାଷ୍ଟ୍ର ପ୍ରଦେଶର ୧୦ଟି ନିଗମ ଶାସିତ ଅଂଚଳରୁ ବିଜେପି ୮ଟିରେ ସଂଖ୍ୟାଗରିÂତା ହାସଲ କରି ପରିଷଦ ଗଠନ କରିବାକୁ ଯାଉଛି । ୨୦୧୨ରେ ମାତ୍ର ୩୧ଟି ନଗର ନିଗମ ଆସନରେ ସଫଳତା ପାଇଥିବା ଭାରତୀୟ ଜନତା ପାର୍ଟିକୁ ଏଥର ଅଭୂତପୂର୍ବ ସଫଳତା ମିଳିଛିବୋଲି ଶ୍ରୀ ଶର୍ମା କହିଛନ୍ତି ।
ଦେଶବାସୀଙ୍କ ଭିତରେ ଭାରତୀୟ ଜନତା ପାର୍ଟି ପ୍ରତି ବୃଦ୍ଧି ପାଉଥିବା ଜନାଧାରକୁ ସମ୍ମାନ ଦେଇ ଏହି ‘ବିଜୟ ଉତ୍ସବ’ ସାରା ଦେଶରେ ପାଳନ କରାଯିବାର ନିଷ୍ପତି ନିଆଯାଇଅଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।

Share in top social networks!