ସମସ୍ତ କଳ, ବଳ, କୌଶଳ ଖଟାଇବା ସହିତ ପଡେ଼ାଶୀ ରାଜ୍ୟର ନେତାଙ୍କୁ ଲଗାଇବା ପରେ ମଧ୍ୟ ବିଜେପି ୩୩/୩୪%ରୁ ଅଧିକ ଭୋଟ ପାଇନାହାନ୍ତି: ବିଜୁ ଜନତା ଦଳ

pinakiଆଜି ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁÂିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ବିଜୁ ଯୁବ ଜନତା ରାଜ୍ୟ ସଭାପତି ଶ୍ରୀ ସଂଜୟ କୁମାର ଦାସବର୍ମା କହିଥିଲେ ଯେ ଓଡ଼ିଶାର ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଯେଉଁଭଳି ଭାବେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି ସେଥିପ୍ରତି ଓଡ଼ିଶାର ଅଗଣିତ ଜନସାଧାରଣ, ବୁଦ୍ଧିଜୀବୀ, ମହିଳା, କୃଷକ, ଛାତ୍ର,ଯୁବ, ଶ୍ରମିକ ସମସ୍ତଙ୍କୁ ଏଥିପାଇଁ କୃତଜ୍ଞତା ଓ ସାଧୁବାଦ ଜଣାଉଛି । ସାମୟିକ ଭାବେ କିଛି ସ୍ଥାନରେ ଖରାପ ଫଳାଫଳ ହୋଇଛି, ସେ ସମ୍ବନ୍ଧରେ ଦଳର ଶୀର୍ଷସ୍ତରୀୟ ନେତା ଓ ମାନ୍ୟବର ସଭାପତି ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ସେ ସଂପର୍କରେ ବିଚାର ବିମର୍ଷ ଖୁବ୍‍ଶୀଘ୍ର ଆରମ୍ଭ
କରାଯିବ । ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରି ଆମର ଯାହା ତ୍ରୁଟି ବିଚୁ୍ୟତ ଅଛି ତାହାକୁ ସୁଧରାଯିବ ।

ବିଶେଷକରି ସାଂଗଠନିକ ଓ ଆମର ଯାହା ଲୋକାଭିମୁଖି ଯୋଜନା ରାଜ୍ୟରେ ଚାଲିଛି ତାହା କିପରି ତୃଣମୂଳ ସ୍ତରରେ ଅଧିକ ଉତ୍ତରଦାୟୀ ଭାବରେ ପହଞ୍ଚôପାରିବ ସେଦିଗରେ ଦଳ ତରଫରୁ ବ୍ୟାପକ ତର୍ଜମା କରାଯାଉଛି ଏବଂ ସଠିକ୍‍ ପଦକ୍ଷେପ ମଧ୍ୟ ନିଆଯିବ । ଏଠି ବିଭିନ୍ନ ଦଳର ନେତାମାନେ ବହୁ ଭିନ୍ନ ଭିନ୍ନ ଅଭିଯୋଗ
ଆଣୁଛନ୍ତି । ମୁଁ ଏଠି ସ୍ପଷ୍ଟ ଭାବେ କହିବାକୁ ଚାହେଁ ଯେ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିଜ ଜିଲ୍ଲା ନୂଆପଡ଼ାର ଜନସାଧାରଣ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା ଢେଙ୍କାନାଳ ଓ ଅନୁଗୁଳ, ଜୁଏଲ୍‍ ଓରାମଙ୍କ ଜିଲ୍ଲା ସୁନ୍ଦରଗଡ଼ରେ ମଧ୍ୟ ଜନସାଧାରଣ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତେଣୁ ସାମୟିକ ଭାବେ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ଯଦି କିଏ ଆକଳନ କରୁଥିବ ଯେ ସରକାର ଗଠନ କରିବେ ତେବେ ମୁଁ କହିବି ତାହା ଏକ ଦିବାସ୍ୱପ୍ନ ।

ପଞ୍ଚାୟତରାଜ ଓ ଆଇନ୍‍ ମନ୍ତ୍ରୀ ତଥା ବିଜୁ ଜନତା ଦଳ ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ କହିଥିଲେ, ପୁଲିଂ ଏଜେଣ୍ଟ ଓ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ୪୭୦ରୁ ୪୮୦ଟି ଜିଲ୍ଲା ପରିଷଦ ଆସନ ହାସଲ କରିଛି । ସମସ୍ତ ବିରୋଧୀ ଦଳମାନଙ୍କୁ ମିଶାଇ ଦେଲେ ଜିଲ୍ଲା ପରିଷଦର ସମୁଦାୟ ଆସନରୁ ସେମାନେ ୪୦ରୁ ୪୫ ପ୍ରତିଶତ ପାଇଥିବା ଜଣାଯାଉଛି ଏବଂ ବିଜେଡି ୫୫ରୁ ୬୦ ପ୍ରତିଶତ ଆସନ ହାସଲ କରିଛି । ଯଦି ବିଜେପିର ହିସାବକୁ ନେବା ତେବେ ସେମାନେ ୩୩ରୁ ୪୪ ପ୍ରତିଶତ ଜିଲ୍ଲା ପରିଷଦ ଆସନ ପାଇଛନ୍ତି । ୨୫ ତାରିଖରେ ନିର୍ବାଚନ କମିଶନଙ୍କ ତରଫରୁ ବିଧିବଦ୍ଧ ଘୋଷଣା କଲା ପରେ ତାହା ଜଣାପଡିବ ।

କିନ୍ତୁ ଏଠାରେ କଥା ଉଠୁଛି, ଯେଉଁ ବିଭ୍ରାନ୍ତିକର, ମନଗଢ଼ା, ଅତିରଞ୍ଜିତ କଥା କୁହାଯାଉଛି ତାହା ଗଣତନ୍ତ୍ର ଓ ସାଧାରଣ ଜୀବନକୁ ବିଭ୍ରାନ୍ତି କରିବା ଆଦୌ ଉଚିତ୍‍ ନୁହେଁ । ଏଠାରେ ମୁଁ ଆପଣଙ୍କ ନଜରକୁ ଆଣିବାକୁ ଚାହେଁ, ହିଟ୍‍ଲର୍‍ ଯେତେବେଳେ ଜର୍ମାନୀରେ ଶାସନ କରୁଥିଲେ ତାଙ୍କର ପ୍ରଚାର ମନ୍ତ୍ରୀ ଥିଲେ ଯୋଶେଫ୍‍ ଗୋବେଲ୍ସ । ଗୋବେଲ୍ସଙ୍କ ଥିଓରୀ ହେଲା ଗୋଟିଏ ମିଥ୍ୟାକୁ ବାରମ୍ବାର ପ୍ରଚାର କଲେ ତାହା ସତ୍ୟରେ ପରିଣତ ହୁଏ । ହିଟଲର୍‍ଙ୍କ ନୀତି ଆଦର୍ଶରେ ପରିଚାଳିତ ଦଳ ବିଜେପି, ସେହି ଦଳର ଜଣେ ବରିÂ ନେତା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଏହି ଯେଉଁ ଭୋଟ ବିଜେଡି ବିପକ୍ଷରେ ଯାଇଛି, ଯେକୌଣସି ଦଳ ସାମ୍ନାରେ ଥାନ୍ତା ତାକୁ ସେହି ଲୋକମାନେ ଭୋଟ ଦେଇଥାନ୍ତେ । ଜନସାଧାରଣଙ୍କ ଆଗରେ ସ୍ପଷ୍ଟ କରିବାକୁ ଚାହୁଁଛୁ, ଯେଉଁ ସିମ୍ବଲ ଫାଇଟ୍‍ ହେଲା ସେଠାରେ କଂଗ୍ରେସର ସମସ୍ତ ଭୋଟ ଯାଇଛି, କିଛି ଅସନ୍ତୁଷ୍ଟଙ୍କ ଭୋଟ ଯାଇଛି ।

ଅର୍ଥାତ୍‍ ପରୋକ୍ଷରେ ଏ ସମସ୍ତ ବୁଝାମଣା ବିଜୁ ଜନତା ଦଳ ବିରୋଧରେ । ସମସ୍ତ କଳ, ବଳ, କୌଶଳ ଖଟାଇବା ସହିତ ପଡେ଼ାଶୀ ରାଜ୍ୟର ହଜାର ହଜାର ନେତାଙ୍କୁ ଲଗାଇବା ପରେ ମଧ୍ୟ ସେମାନେ ୩୩/୩୪%ରୁ ଅଧିକ ଭୋଟ ପାଇନାହାନ୍ତି । ଏବେବି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ପ୍ରତି ୫୫ରୁ ୬୦ ପ୍ରତିଶତ ଭୋଟର ଅଛନ୍ତି । ମହାରାଷ୍ଟ୍ରର ଜିଲ୍ଲା ପରିଷଦ ନିର୍ବାଚନରେ ୧୫୧୮ଟି ଆସନରୁ ବିଜେପି ପାଇଛି ୪୦୯ ଆସନ । ବିଜେପି-କଂଗ୍ରେସ ଅନୈତିକ ଗଠବନ୍ଧନ କରିଛନ୍ତି । ଆଗକୁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ । ଆଇଓସିଏଲ୍‍କୁ ସୁଧମୁକ୍ତ ନିଷ୍ପତ୍ତି ପ୍ରତ୍ୟାହାର ସଠିକ୍‍ ନିଷ୍ପତ୍ତି । ଗତବର୍ଷ ଆଇଓସିଏଲ୍‍ ଲାଭ କରିଛି ୧୫ ହଜାର ୮୦୦ କୋଟି ଟଙ୍କା । ବିଭାଗୀୟ ମନ୍ତ୍ରୀ ହୋଇଥିବାରୁ ଧର୍ମେନ୍ଦ୍ର ପ୍ରଧାନ ନିଜେ ମନା କରିବା କଥା । ଏହାଦ୍ୱାରା ଓଡ଼ିଶା କିଛି କ୍ଷତି ହେବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସାଂସଦ ପିନାକୀ ମିଶ୍ର ପ୍ରକାଶ କରିଥିଲେ ।

Share in top social networks!