“ଜିଲ୍ଲା ପରିଷଦ ଓ ତି୍ରସ୍ତରୀୟ ପଞ୍ଚାୟତିରାଜ ଶାସନ’

ଡା. ଦାମୋଦର ରାଉତ
ଜାତିର ଜନକ ମହାତ୍ମା ଗାନ୍ଧୀ ଆରମ୍ଭରୁ ପରାମର୍ଶ ଦେଇଥ#ଲେ ପାଞ୍ଚ ଲକ୍ଷ ଗାଁରେ ରହୁଥ#ବା କୋଟି କୋଟି ନିରନ୍ନ, ବୁଭୁକ୍ଷୁ, ବ୍ୟାଧ#ଗ୍ରସ୍ତ ଏବଂ ନିରକ୍ଷର ଭାରତୀୟମାନଙ୍କର ସାମାଜିକ, ବୌଦ୍ଧିକ ଏବଂ ଅର୍ଥନୈତିକ ବିକାଶ କରିବାକୁ ହେଲେ ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଏବଂ ଦେଶ ପରିଚାଳନା ପାଇଁ ସମ୍ବିଧାନ ପ୍ରସ୍ତୁତ କଲାବେଳେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯିବା ଉଚିତ ହେବା ତାହା ହିଁ ହୋଇଥ#ଲା ଏବଂ ଏହି ନୂତନ ବ୍ୟବସ୍ଥାକୁ ୧୯୫୯ ମସିହା ଅକେଫାବର ୨ ତାରିଖ ଦିନ ରାଜସ୍ଥାନରେ ପ୍ରଦୀପ ଜାଳି ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁ ଶୁଭ ଉଦ୍ଘାଟନ କରିଥ#ଲୋ ଅପରେ ତୃତୀୟ ପଞ୍ଚବାର୍ଷିକ ଯୋଜନା ପ୍ରାରମ୍ଭରେ ଦେଶର ମାତ୍ର କେତେକ ରାଜ୍ୟରେ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥ#ଲେ ମଧ୍ୟ ବହୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରି ନଥ#ଲେ କାରଣ ଏହା ଥ#ଲା ରାଜ୍ୟମାନଙ୍କର ଇଚ୍ଛାଧୀନ ବିଷୟା ଯଦିଓ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଆମ ରାଜ୍ୟରେ ପ୍ରଚଳନ କରାଯାଇଥ#ବା ତି୍ରସ୍ତରୀୟ ବ୍ୟବସ୍ଥା ଦେଶର ସର୍ବୋତ୍କୃଷ୍ଟ, ପ୍ରଗତିଶୀଳ ଏବଂ ସବୁମତେ ସଫଳ ବୋଲି ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଏହି ଭୁବନେଶ୍ୱରରେ ଗୋପବନ୍ଧୁ ନଗରରେ ଆୟୋଜିତ ଏଆଇସିସି ସାଧାରଣ ପରିଷଦ ବୈଠକରେ ଘୋଷଣା କରିଥ#ଲେ, ମାତ୍ର ୧୯୬୭ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଜିଲ୍ଲା ପରିଷଦକୁ ବାତିଲ କରିଦେଲୋ ଯଦିଓ ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ବ୍ୟବସ୍ଥା ତିଷ୍ଠି ରହିଲା, ସେମାନଙ୍କ କ୍ଷମତାକୁ ସଂପୂର୍ଣ୍ଣ ସଂକୁଚିତ କରିଦିଆଗଲାା ଯାହା ହେଉ ୧୯୮୦ ମସିହାରେ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ବିଂଶସୂତ୍ରୀ ଦାରିଦ୍ର୍ୟ ଦୂରୀକରଣ ଯୋଜନା କାର୍ଯ୍ୟକାରୀ କଲୋ ୫ ବର୍ଷରେ ବିନିଯୋଗ କଲେ ୨୫,୦୦୦ କୋଟି ଟଙ୍କାା ଏହି ବିପୁଳ ପୁଞ୍ଜି ଦେଶବିଦେଶରୁ ଋଣ କରି ବିନିଯୋଗ କରାଯାଇଥ#ଲାା ମାତ୍ର ଆକଳନ କଲା ପରେ ଜଣାଗଲା ଯେ ୨୫ ହଜାର କୋଟି ଟଙ୍କାରୁ ୮୫ ପ୍ରତିଶତ ଅର୍ଥ ବାଟମାରଣା ହୋଇଛିା ଅର୍ଥାତ୍ ଗୋଟିଏ ଗରିବ ଲୋକ ପାଇଁ ସରକାର ୧୦୦ ଟଙ୍କା ସାହାଯ୍ୟ ଦେଇଥ#ବା ବେଳେ ସେ ପାଇଛି ମାତ୍ର ୧୫ ଟଙ୍କାା ଏଭଳି ଉଦ୍ବେଗଜନକ ସ୍ଥିତିକୁ ଜାଣିଲା ପରେ ସେତବେଳର ଶାସକବର୍ଗଙ୍କର ପୁଣି ଗାନ୍ଧିଜୀଙ୍କ କଥା ମନେପଡିଲାା ବହୁ ବାଧାବିଘ୍ନ ଭିତରେ ୧୯୯୩ ମସିହାରେ ୭୩ତମ ସମ୍ବିଧାନ ସଂଶୋଧ#ତ ହେଲାା ସାରା ଦେଶରେ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଗଲାା ତେବେ ଏହା ପୂର୍ବରୁ ୧୯୯୦ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜ୍ୟ ଆଇନକୁ ସଂଶୋଧନ କରି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ପୁନଃପ୍ରଚଳନ କଲୋ ଏଥ#ରେ ଦେଶରେ ପ୍ରଥମ ଥର ପାଇଁ ୩୩ ପ୍ରତିଶତ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷଣ କରାଗଲାା ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରସ୍ତାବିତ ମୋଟ ଯୋଜନା ବ୍ୟୟକୁ ୨୨ ପ୍ରତିଶତରୁ ୫୭ ପ୍ରତିଶତକୁ ବୃଦ୍ଧି କଲୋ ଯଦିଓ ରାଜ୍ୟ ତି୍ରସ୍ତରୀୟ ପଞ୍ଚାୟତି ବ୍ୟବସ୍ଥା ବହୁଭାବରେ ୭୩ତମ ସଂବିଧାନ ସଂଶୋଧନରେ ସ୍ଥାନ ପାଇଲା, ମାତ୍ର ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦକୁ କ’ଣ କ’ଣ କ୍ଷମତା ଦିଆଯିବ ତାହା ସ୍ପଷ୍ଟ ଭାବରେ ସମ୍ବିଧାନରେ ଏକାଦଶ ପରିଚ୍ଛଦରେ ସନ୍ନିବସିତ କରାଗଲାା ଜିଲ୍ଲା ପରିଷଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟି ଗଠନ କରାଯିବ ଏବଂ ଜିଲ୍ଲା ଯୋଜନା କମିଟିରେ ଜିଲ୍ଲାପାଳ କିମ୍ବା ତତୁଲ୍ୟ ଜଣେ ଅଧ#କାରୀଙ୍କୁ ସେଥ#ରେ ପ୍ଲାନିଂ ଅଫିସର ଭାବରେ ନିଯୁକ୍ତ କରିବା ପାଇଁ ବ୍ୟବସ୍ଥା ରହିଲାା ସଂପୃକ୍ତ ଜିଲ୍ଲାରେ ବହୁବିଧ ବିକାଶ ପାଇଁ ଜିଲ୍ଲା ଯୋଜନା କମିଟି ଯେଉଁ ଯୋଜନା ପ୍ରସ୍ତୁତ କରିବେ ତାହା ରାଜ୍ୟର ବାର୍ଷିକ ଯୋଜନାରେ ପ୍ରତିଫଳିତ ହେବା ଏହି କ୍ଷମତା ବଣ୍ଟନ ପ୍ରକ୍ରିୟା ୧୧ଟି ବିଭାଗର ୨୯ଟି ବିଷୟକୁ ନେଇ କରାଯିବା ମାତ୍ର ଏ ମଧ୍ୟରେ ଦୁଇ ଦଶନ୍ଧିରୁ ଅଧ#କ କାଳ ଅତିବାହିତ ହୋଇଛିା ପ୍ରାୟ କୌଣସି ରାଜ୍ୟରେ ସମ୍ବିଧାନର ଏହି କ୍ଷମତା ବଣ୍ଟନର ବ୍ୟବସ୍ଥା ଠିକଣା ଭାବରେ ପ୍ରତିଫଳିତ ହୋଇନାହିାଁ ବିଶେଷ କରି ଆମ ରାଜ୍ୟରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ସର୍ବଜନବିଦିତା ସାରା ଜିଲ୍ଲାରୁ ନିର୍ବାଚିତ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ନେଇ ଜିଲ୍ଲା ପରିଷଦର ଅଧ୍ୟକ୍ଷ ନିର୍ବାଚିତ ହୋଇଥାନ୍ତିା ସମ୍ବିଧାନର ନିର୍ଯ୍ୟାସ ଅନୁସାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ରାଷ୍ଟ୍ରମନ୍ତ୍ରୀର ପାହ୍ୟା ଉପଭୋଗ କରନ୍ତିା ଆମେ କିନ୍ତୁ ଆମ ଆଇନକୁ ସଂଶୋଧନ କରି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ବିଧାୟକମାନଙ୍କୁ ନିର୍ବାଚିତ କରି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରିଛୁା ତେବେ ବସ୍ତୁତଃ ଜିଲ୍ଲା ପରିଷଦ ଏକ କ୍ଷମତା ବିହୀନ ଗଣତାନ୍ତ୍ରିକ ଅନୁଷ୍ଠାନା ତେବେ ଗ୍ରାମାଞ୍ଚଳର ବିକାଶ ନିମିତ୍ତ ଏବଂ ଗ୍ରାମାଞ୍ଚଳରୁ ନିରକ୍ଷରତା, ବ୍ୟାଧ# ଏବଂ କ୍ଷୁଧା ଦୂରୀକରଣ ପାଇଁ ତି୍ରସ୍ତରୀୟ ପଞ୍ଚାୟତି ବ୍ୟବସ୍ଥା ଏକ ଉତ୍ତମ ବ୍ୟବସ୍ଥା ବୋଲି ସ୍ୱର୍ଗତ ବିଜୁ ପଟ୍ଟନାୟକ କହିଥ#ଲେ ମଧ୍ୟ ବସ୍ତୁତଃ ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତଗୁଡିକ ଏ ଦିଗରେ ଯେତିକି କ୍ଷମତା ଓ ସୁବିଧା ଉପଭୋଗ କରୁଛନ୍ତି ତା’ର ଗୁରୁତ୍ୱ ବହୁତ ବେଶୀା ଆମ ଓଡ଼ିଶାରେ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା ଏବଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ଓ୍ୱାର୍ଡମେମ୍ବରମାନେ ଦଳୀୟ ଚିହ୍ନରେ ନିର୍ବାଚନ ଲଢନ୍ତି ନାହିାଁ ସଂପୃକ୍ତ ଅଞ୍ଚଳର ଲୋକଙ୍କ ପସନ୍ଦର ପ୍ରାର୍ଥୀମାନେ ନିର୍ବାଚନ ଲଢିଥାଆନ୍ତିା ସେହିମାନେ ହିଁ ସରକାରଙ୍କ ଘୋଷିତ ଏବଂ ପ୍ରଦତ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ବହନ କରିଥାଆନ୍ତିା ମାତ୍ର ପ୍ରଥମ ଥର ପାଇଁ ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ସାଧାରଣ ନିର୍ବାଚନ ଭଳି ଯେଭଳି ଗୁରୁତ୍ୱ ଦିଆଗଲା, ଅର୍ଥବ୍ୟୟ କରାଗଲା ଏବଂ ରାଜନୀତିକ ଦଳ ଓ ଗଣମାଧ୍ୟମମାନେ ଯେଭଳି ଗୁରୁତ୍ୱ ଦେଇ ପ୍ରଚାର କଲେ ତାହା ବିସ୍ମୟକରା ଏମିତି ଜିଲ୍ଲା ରହିଛି ଯେଉଁ ଜିଲ୍ଲାରେ ଗୋଟିଏ ଗୋଟିଏ ପଞ୍ଚାୟତ ସମିତିର ଏକ ଜୋନରେ ଗୋଟିଏ ରାଜନୀତିକ ଦଳରୁ ଜିଲ୍ଲା ପରିଷଦର ସଭ୍ୟସଭ୍ୟା ତାଙ୍କ ଦଳୀୟ ଚିହ୍ନରେ ନିର୍ବାଚନ ଜିତିଥ#ଲେ ମଧ୍ୟ ସେ ଦଳର ସମର୍ଥନରେ ଗୋଟିଏ, ଦୁଇଟି ସମିତି ସଭ୍ୟସଭ୍ୟା କିମ୍ବା ସରପଞ୍ଚ ନିର୍ବାଚିତ ହୋଇନାହାନ୍ତିା ତଥାପି ବିଜୟ ଉଲ୍ଲାସରେ ସଂପୃକ୍ତ ଦଳ ଉଲ୍ଲସିତ ହେଉଛନ୍ତିା ଅନ୍ୟ କେତେକ ଦଳ ଜିଲ୍ଲା ପରିଷଦ ନିର୍ବାଚନରେ ପୂର୍ବ ଅପେକ୍ଷା କମ ସଫଳତା ଲାଭ କରି ବିବ୍ରତ ଏବଂ ଗଣମାଧ୍ୟମରେ ସମାଲୋଚିତ ହେଉଥ#ବା ଦେଖାଯାଉଛିା
ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ଅର୍ଥବଳ, ବାହୁବଳ ଏବଂ ହିଂସାକାଣ୍ଡ ଯେଭଳି ଦେଖାଯାଇଛି ବିଧାନସଭା କିମ୍ବା ଲୋକସଭା ପାଇଁ ସାଧାରଣ ନିର୍ବାଚନରେ ଏଭଳି ଦେଖାଯାଇ ନଥ#ଲାା ଶେଷରେ ପଞ୍ଚାୟତିରାଜ ଏକ ରାଜ୍ୟ ବିଷୟା ଏଥ#ରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବା ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ କୁତ୍ସାରଟନା କରିବା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀା ଅପରନ୍ତୁ, ଆମ ରାଜ୍ୟରେ ତୃଣମୂଳ ସ୍ତରରେ ଯଥା ଓ୍ୱାର୍ଡ ମେମ୍ବର, ସରପଞ୍ଚ ଏବଂ ସମିତି ସଭ୍ୟ ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦିତା କରନ୍ତି ନାହିାଁ ପୁଣି ଆମ ରାଜ୍ୟରେ ୫୦ ପ୍ରତିଶତ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷିତା ସରପଞ୍ଚ ମହିଳା ହେଲେ ଜଣେ ପୁରୁଷ ନାଏବ ସରପଞ୍ଚ ହୁଅନ୍ତିା ଏହା ମଧ୍ୟ ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ପାଇଁ ନିର୍ଦ୍ଧାରିତା ଏ ସବୁ ନିର୍ବାଚନ ବ୍ୟବସ୍ଥା ଛତିଶଗଡ କିମ୍ବା ଝାଡଖଣ୍ଡ ରାଜ୍ୟରେ ନାହିାଁ ଏ ସବୁ ସତ୍ତେ୍ୱ ସେମାନେ ଆସି ପ୍ରଚାର କରିବା ଏବଂ ଟଙ୍କା ବାଣ୍ଟି ଧରାପଡିବା ଘଟଣା ଆହୁରି ବିସ୍ମୟକରା ଏଥ#ରୁ ସହଜରେ ଅନୁମାନ କରିହେବ ଆମ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଗତି କୁଆଡ କୁ? ଏପରି ହେଲେ ଦାରିଦ୍ର୍ୟ, କ୍ଷୁଧା, ନିରକ୍ଷରତା ଏବଂ ବ୍ୟାଧ# ମୁକ୍ତ ଗ୍ରାମାଞ୍ଚଳ କିଭଳି ଗଠିତ ହୋଇପାରିବ? ସାଧାରଣ ଭୋଟ ଦେଉଥ#ବା ଲୋକେ ଏହାକୁ ବିଚାର କରନ୍ତୁ-ଆମେ ଅପେକ୍ଷା କରିବାା

Share in top social networks!