ପାରାଦ୍ୱୀପ ତୈଳ ବିଶୋଧନାଗାରକୁ ଦିଆଯାଇଥିବା ଟିକସ ରିହାତିକୁ ପ୍ରତ୍ୟାହାର କରି ଓଡିଆ ଯୁବକଙ୍କ ଭବିଷ୍ୟତକୁ ବିରାଟ କ୍ଷତି କରିବାକୁ ଯାଉଛନ୍ତି ଓଡିଶା ସରକାର : ବସନ୍ତ ପଣ୍ଡା

ପାରାଦ୍ୱୀପ ତୈଳ ବିଶୋଧନାଗାର କାରଣରୁ ପାରାଦ୍ୱୀପ ବିକାଶ ଦ୍ୱୀପ ଓ ଓଡିଆ ଯୁବକଙ୍କ ଭାଗ୍ୟ ଦ୍ୱୀପ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦ୍ୱୀପ ତୈଳ ବିଶୋଧନାଗାର ଲୋକାର୍ପଣ ସମୟରେ ଉଦ୍ବୋଧନରେ କହିଥିଲେ । ପାରାଦ୍ୱୀପ ତୈଳ ବିଶୋଧନାଗାରକୁ ପୂର୍ବ ଚୁକ୍ତି ଅନୁସାରେ ଓଡିଶା ସରକାର ଦେଇଥିବା ଟିକସ ରିହାତିକୁ ପ୍ରତ୍ୟାହାର କରି କେବଳ ତୈଳ ବିଶୋଧନାଗାର ନୁହେଁ ବରଂ ବ୍ୟାପକ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିÂାରେ ପ୍ରତିବନ୍ଧକ ଠିଆ କରୁଛନ୍ତି । ଏହି କାରଣରୁ ରାଜ୍ୟ ସରକାର ଓଡିଆ ଯୁବକଙ୍କ ଭବିଷ୍ୟତରେ ଯେଉଁ ବିରାଟ କ୍ଷତି କରିବାକୁ ଯାଉଛନ୍ତି, ତାକୁ ଯୁବ ସମାଜ କଦାପି ବରଦାସ୍ତ କରିବେ ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜନୈତିକ ବିରୋଧ କରିବାରେ ବିଜେପିର କୈାଣସି ଆପତି ନାହିଁ । ବିଜେଡି ଏକ ରାଜନୈତିକ ସଂଗଠନ ଭାବରେ ବିଜେପି ଓ ଏହାର ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜନୈତିକ ବିରୋଧ କଲେ ବିଜେପି ଏହାର ରାଜନୈତିକ ଜବାବ୍ ଦେବ । ମାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ଇର୍ଷାନ୍ୱିତ ହୋଇ ପାରାଦ୍ୱୀପ ତୈଳ ବିଶୋଧନାଗାରର ସଂପ୍ରସାରଣକୁ ବିରୋଧ କରି ଓଡିଶାର ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରି ସାଧାରଣ ଓଡିଆ ଯୁବକଙ୍କ ଭବିଷ୍ୟତ ଧ୍ୱଂସ କରିବା ଭଳି ରାଜ୍ୟର ବିଜେଡି ସରକାର ପଦକ୍ଷେପ ନେବା ଘୋର ନିନ୍ଦାର ବିଷୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ରାଜ୍ୟ ସରକାରଙ୍କର ଏଭଳି ଅପରିପକ୍ୱ ପଦକ୍ଷେପ ସରକାରଙ୍କର ମେକ୍ ଇନ୍ ଓଡିଶା ପ୍ରତି ଆନ୍ତରିକତାରେ ଅଭାବ ଦର୍ଶାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Share in top social networks!