ଶାସକ ଦଳର ରାଜନୈତିକ ହିଂସା ବିରୁଦ୍ଧରେ ବିଜେପି ବରିÂ ନେତାଙ୍କ ବିକ୍ଷୋଭ

bjpod
- ପରାଜୟ ଝଟକାରେ ବିଜେଡି ରକ୍ତ ମୁଖା
- ମୁଷ୍ଟିମେୟ ଅମଲା ଓ ପୋଲିସ ଅଧିକାରୀ ଶାସକ ଦଳର ଛାମୁଆ ନେତା ଭଳି କାମ କରୁଛନ୍ତି
- ଓଡିଶାରେ ଗରୀବଙ୍କ ମେଳି ମୋଦିଙ୍କୁ ଆସ୍ଥା ଓ ନବୀନଙ୍କୁ ଅନାସ୍ଥା ପ୍ରଦର୍ଶନ କରିଛି
- ଗରୀବଙ୍କ ବିରୋଧ କଲେ ରାଜନୈତିକ ପରାଜୟ ଅବଶ୍ୟମ୍ଭାବୀ
ପଂଚାୟତ ନିର୍ବାଚନରେ ଜନ ବିରୋଧର ଝଟକାରୁ ବାହାରି ନ ପାରି ରାଜ୍ୟ ଶାସକ ବିଜେଡି ରକ୍ତ ମୁଖା ହୋଇ ବିରୋଧୀ ରାଜନୀତିକ କାର୍ଯ୍ୟକର୍ତାଙ୍କୁ ହତ୍ୟା କରୁଥିବା ପ୍ରତିବାଦରେ ବିଜେପି ତରଫରୁ ବିଧାନସଭାର ପ୍ରଥମ ଦିନରେ ବିଧାନସଭା ଆଗରେ ବିକ୍ଷୋଭ କରାଯାଇଛି ।
ଢେଙ୍କାନାଳ ତରଭାର ଦଳୀୟ କାର୍ଯ୍ୟକର୍ତା ସଲମନ ରାଉତ ହୁଅନ୍ତୁୁ ବା ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିର ବୁଲୁ ପ୍ରଧାନ ଶାସକ ଦଳ ରକ୍ତମୁଖା ହୋଇ କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ବିଜେପି କାର୍ଯ୍ୟକର୍ତା ମାନଙ୍କୁ ହତ୍ୟା କରାଯାଉଛି ବୋଲି ବିଜେପି ତରଫରୁ କୁହାଯାଇଛି ।
ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେଙ୍କ ନେତୃତ୍ୱରେ ରାଜ୍ୟର ତୁଙ୍ଗ ବିଜେପି ନେତାମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଶାନ୍ତିପ୍ରୀୟ ଓଡିଶାରେ ରାଜନୈତିକ ବିରୋଧର ଗଣତାନ୍ତ୍ରିକ ଉପାୟରେ ସାମନା ନ କରି ବିଜେଡି ହିଂସାକୁ ବାଛି ନେଇଛି ବୋଲି ବିଜେପି ନେତାମାନେ କହିଛନ୍ତି ।
ସେମାନେ କହିଛନ୍ତି ଯେ, ତୃତୀୟ ମହଲାର ମୁଷ୍ଟିମେୟ ଅମଲା ଓ ପୋଲିସ ମୁଖ୍ୟାଳୟର ବରିÂ ଅଧିକାରୀମାନେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସରକାରୀ କର୍ମଚାରୀ ମାନଙ୍କୁ ଶାସକ ଦଳର କର୍ମୀ ଭାବେ ବ୍ୟବହାର କରି ବିଜେଡି ପାଇଁ ଭୋଟ ଯୋଗାଡରେ ବ୍ୟସ୍ତ ରହିଥିଲେ ।
ଆଜିର ଏହି ବିକ୍ଷୋଭରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ରଂଜନ ପଟେଲ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର ଓ ସୁଦୀପ୍ତ ରାୟ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ, ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, କଟକ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଷ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ମହେଶ ମହାନ୍ତି, ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଠାକୁର ରଣଜିତ ଦାଶଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Share in top social networks!