ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଆଦିକବି ସାରଳା ଦାସ ଓଡ଼ିଆ ଚେୟାର

jnuodiaଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର, ପ୍ରସାର ଓ ଗବେଷଣାକୁ ସୁଦୂରପ୍ରସାରୀ କରିବା ଉଦ୍ଦେଶ୍ୟରେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଏକ ଚେୟାର ପ୍ରତିଷ୍ଠା କରାଯିବା ଆଜି ପୂର୍ବାହ୍ନରେ ଏହି ଚେୟାର ପ୍ରତିଷ୍ଠା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛିା ଜେ.ଏନ୍.ୟୁର ରେକଫର ପ୍ରଫେସର ଚିନ୍ତାମଣି ମହାପାତ୍ର ଓ ସଂସ୍କୃତି ବିଭାଗ ଶାସନ ସଚିବ ତଥା କମିଶନର ମନୋରଞ୍ଜନ ପାଣିଗ୍ରାହୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତିା ଆଦିକବି ସାରଳା ଦାସଙ୍କ ନାମରେ ଏହି ଚେୟାର ପ୍ରତିଷ୍ଠା କରାଯାଇଛିା

ଜେ.ଏନ୍.ୟୁସ୍ଥିତ ଭାରତୀୟ ଭାଷା କେନ୍ଦ୍ର, ଭାଷା-ସାହିତ୍ୟ-ସାଂସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ ଅଧୀନରେ ଏହି ଚେୟାର କାର୍ଯ୍ୟ କରିବା ଦେଶର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନଗୁଡିକ ମଧ୍ୟରେ ଓଡ଼ିଆ ଭାଷାର ଶିକ୍ଷା, ଗବେଷଣା ଓ ସାଂସ୍କୃତିକ ପରମ୍ପରା ଉପରେ ସଂଯୋଗ ସ୍ଥାପନ, ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ନିମନ୍ତେ ସୁଯୋଗ ପ୍ରଦାନ, ଓଡ଼ିଆ ଭାଷା, ସାହିତ୍ୟ, ଲୋକପରମ୍ପରା ଓ ପ୍ରନ#ତାତ୍ତ୍ୱିକ ଐତିହ୍ୟ ଉପରେ ଗବେଷଣାତ୍ମକ ପ୍ରକଳ୍ପ ଆୟୋଜନ, ଅଣଓଡ଼ିଆଭାଷୀମାନଙ୍କ ମଧ୍ୟରେ ଓଡ଼ିଶା ଇତିହାସ- ଭାଷା-ପରମ୍ପରା ସଂପର୍କିତ ସଚେତନତା ପ୍ରସାର ଓ ଅନ୍ୟ ଭାଷାଗୁଡିକ ସହିତ ଓଡ଼ିଆ ଭାଷାର ତୁଳନାତ୍ମକ ଗବେଷଣା ଦିଗରେ ଏହି ଚେୟାର ସମର୍ପିତ ଭାବରେ କାର୍ଯ୍ୟ କରିବ ବୋଲି କୁହାଯାଇଛିା

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୦ ମସିହା ମାର୍ଚ୍ଚ ୧୧ ତାରିଖ ଦିନ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବରେ ଘୋଷଣା କରାଯାଇଥ#ଲାା ୨୦୧୫ ସେପେଫମ୍ବର ୨୨ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜେ.ଏନ୍.ୟୁରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିବା ପରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଥ#ଲୋ

ବର୍ତ୍ତମାନ ପାଇଁ ଜଣେ ପ୍ରଫେସର, ଜଣେ ସହକାରୀ ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରାଯିବା ଜେ.ଏନ୍.ୟୁ କର୍ତ୍ତୃପକ୍ଷ ଏଥ# ନିମନ୍ତେ ୫ କୋଟି ଟଙ୍କାର ପା=ି ଯୋଗାଇଦେବାକୁ କହିଥ#ଲୋ ରାଜ୍ୟ ସରକାର ଗତ ବଜେଟ୍ରେ ଏ ବାବଦରେ ୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତିା
ଆଜି ପୂର୍ବାହ୍ନରେ ଜେ.ଏନ୍.ୟୁସ୍ଥିତ ଭାଷା କେନ୍ଦ୍ରର ୨୧୨ ନଂ କମିଟି ରୁମ୍ରେ ଅନୁଷ୍ଠିତ ଏହି ସ୍ୱାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦିଲ୍ଲୀସ୍ଥିତ ଆବାସିକ କମିଶନର ସଂଜୀବ କୁମାର ମିଶ୍ର, ଅତିରିକ୍ତ କମିଶନର ଡ. ତି୍ରବିକ୍ରମ ପ୍ରଧାନ, ଜେ.ଏନ୍.ୟୁର ରେକଫର ଡ. ସତୀଶ ଗାର୍କୋଟିଙ୍କ ସମେତ ଅନ୍ୟାନ୍ୟ ପ୍ରଫେସର, ବରିଷ୍ଠ
ପଦାଧ#କାରୀ ଓ ଦିଲ୍ଲୀସ୍ଥିତ ବିଭିନ୍ନ ଓଡ଼ିଆ ସଂଗଠନର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥ#ଲୋ

Share in top social networks!