ସୈନିକ ଭାବେ ମୁଁ ପରାଜିତ ହୋଇଛି ସତ, ମାତ୍ର ଅଧିନାୟକ ଭାବେ ବିଜୟୀ ହୋଇଥିବାରୁ ଆନନ୍ଦିତ : ବସନ୍ତ ପଣ୍ଡା

16864277_1818506265033049_517632946963983519_n

- ଶାସକ ବିଜେଡିର ଲୋକପ୍ରିୟତା ହ୍ରାସ ପାଇଛି
- କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟକାରିତାକୁ ରାଜ୍ୟବାସୀ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି
- ଓଡିଶା କ୍ରମଶଃ କଂଗ୍ରେସ ମୁକ୍ତ ହେବାକୁ ବସିଛି
ଦୀର୍ଘ ଦିନ ଧରି ଶାସନରେ ରହି ଅହଂକାର ଓ ଦୁର୍ନୀତିରେ ବୁଡି ରହିଥିବା ଶାସକ ବିଜେଡିର ଲୋକପ୍ରିୟତା ହ୍ରାସ ପାଇଛି ଏବଂ ସେଥିରେ ବିଭ୍ରତ ହୋଇ ପଡି ହତ୍ୟାକାଣ୍ଡ ଭଳି ହିଂସାତ୍ମକ ପନ୍ଥା ଆପଣାଇଛନ୍ତି । ଅନ୍ୟ ପଟେ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାଗୁଡିକର ଉପଲବ୍ଧିକୁ ହୃଦୟଙ୍ଗମ କରି ସମଗ୍ର ରାଜ୍ୟବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ରାଜ୍ୟବାସୀ କେନ୍ଦ୍ର ସରକାରଙ୍କ ଉଜ୍ଜଲା, ଫସଲ ବୀମା, ଉଜାଲା, ଅଟଳ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ବହୁ ବିଭିନ୍ନ ଗରୀବ ଓ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନକୁ ହୃଦୟଙ୍ଗମ କରିଛନ୍ତି । ବିମୁଦ୍ରାକରଣକୁ ବିପୁଳ ସମର୍ଥନ ମିଳିଥିବାର ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ଓଡିଶା କ୍ରମଶଃ କଂଗ୍ରେସ ମୁକ୍ତ ହେବାକୁ ବସିଛି ବୋଲି ଏହି ପଂଚାୟତ ନିର୍ବାଚନରୁ ସ୍ପଷ୍ଟ ସୁଚନା ମିଳିଥିବାର ଶ୍ରୀ ପଣ୍ଡା କହିଛନ୍ତି ।
୨୦୧୨ ମସିହା ପଂଚାୟତ ନିର୍ବାଚନ ଅପେକ୍ଷା ପାର୍ଟି ବହୁତ ଭଲ ଫଳାଫଳ କରିଛି । ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ପାର୍ଟି ପରାଜୟର ସମୀକ୍ଷା କରିବ । ସମସ୍ତ ନେତୃବୃନ୍ଦଙ୍କ ସହ ଆଲୋଚନା କରାଯାଇ ଆଗାମୀ ଦିନର ରଣନୀତି ଏବଂ ପରାଜୟର ସମୀକ୍ଷା କରାଯିବ । ଜଣେ ସୈନିକ ଭାବେ ମୁଁ ପରାଜିତ ହୋଇଛି ସତ, ମାତ୍ର ଅଧିନାୟକ ଭାବେ ବିଜୟୀ ହୋଇଥିବାରୁ ଆନନ୍ଦିତ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ବିଜେପିର ଏହି ସଫଳତା ସମସ୍ତ କାର୍ଯ୍ୟକର୍ତା ଆପ୍ରାଣ ଉଦ୍ୟମ ଓ ଅକ୍ଳାନ୍ତ ପରିଶ୍ରମ ସହ ଏକାଠି ହୋଇ କାର୍ଯ୍ୟ କରିଛନ୍ତି ଏବଂ ସେଥି ପାଇଁ ଶ୍ରୀ ପଣ୍ଡା ସମସ୍ତ ରାଜ୍ୟବାସୀ, ନେତୃମଣ୍ଡଳ ଏବଂ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!