କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ରେ ମାତୃଭାଷା ଦିବସ ପାଳିତ ।

matrubhasaaକେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ର ସୁନାବେଡା କ୍ୟାମ୍ପସ ଠାରେ ମାତୃଭାଷା ଦିବସ ପାଳିତ ହେଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ର॰ ସଚ୍ଚିଦାନନ୍ଦ ମହାନ୍ତି
କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରି ଉଦ୍ଘାଟନୀ ଭାଷଣ ଦେଇଥିଲେ । ପ୍ର. ବୈଷ୍ଣବ ଚରଣ ସାମଲ, ଅବସର ପ୍ରାପ୍ତ ଓଡ଼ିଆ ପ୍ରଫେସର, ବିଶ୍ଵ-ଭାରତି ମୁଖ୍ୟ ଅତିଥି ଏବଂ ସୁଖ୍ୟାତି ସମ୍ପନ୍ନ ଓଡ଼ିଆ ଲେଖକ ଶ୍ରୀ. ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର) ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ର/ଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ। ପ୍ର.
ମହାନ୍ତି ଏହି ଅବସରରେ ମାତୃଭାଷାର ଆବଶ୍ୟକତା ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ ।

ପ୍ର. ମହାନ୍ତି ଉଦ୍ଘାଟନୀ ଭାଷଣ ରେ ମାତୃଭାଷାର ଗୁରୁତ୍ଵ ଏବଂ ଏହାର ଉନ୍ନତି ନିମନ୍ତେ କାର୍ଯ୍ୟକରିବାକୁ କହିଥିଲେ । ସେ ଛାତ୍ର /ଛାତ୍ରୀ ଏବଂ ଶିକ୍ଷକ
ଶିକ୍ଷୟତ୍ରୀଙ୍କୁ ବହୁ ଭାଷା ଭାଷୀ ହେବ ନିମନ୍ତେ ପରାମର୍ଶ ଦେଇ ନିଜ ମାତୃଭାଷା ପ୍ରତି ଉଚିତ ସମ୍ମାନ ଏବଂ ନିଷ୍ଟା ରଖିବା ପାଇଁ ପରାମର୍ଶ ଦେଇଥିଲେ । ଓଡ଼ିଆ ଆମ
ମାତୃଭାଷା କିନ୍ତୁ ସମସ୍ତଙ୍କୁ ବହୁ ଭାଷା ଭାଷୀ ହେବ ଦରକାର। ଆମ ମାତୃଭାଷା ପ୍ରତି ଆମର ଯଥେଷ୍ଟ ସମ୍ମାନ ଏବଂ ସ୍ନେହ ରହିବା ଦରକାର” ବୋଲି ସେ କହିଥିଲେ । “ଛାତ୍ର ଛାତ୍ରୀମାନେ କୌଣସି ଏକ ଭାଷା କିମ୍ବା ବିଭାଗରେ ନିଜକୁ ଆବଧ ନ ରଖି ମୌଳିକ ସାହିତ୍ୟ ଏବଂ ଗୁଣାତ୍ମକ ଗବେଷଣାରୁ ଶିକ୍ଷା ଗ୍ରହଣ କରିବା ଦରକାର । ମାତୃଭାଷାର ଉନ୍ନତି ନିମନ୍ତେ ଆଧୁନିକତା ଏବଂ ଆମ ପରମ୍ପରାକୁ ବଜାଇ ରଖିବାକୁ ପଢିବ” ବୋଲି ପ୍ର. ମହାନ୍ତି ପରାମର୍ଶ ଦେଇଥିଲେ । ମାତୃଭାଷା ର ଉନ୍ନତି ନିମନ୍ତେ ଛାତ୍ର ଛାତ୍ରୀଙ୍କୁ ମାତୃଭାଷା ସମ୍ବନ୍ଧରେ ଅଧିକ ଶିଖିବାକୁ ଏବଂ ବହୁଳ ଭାବେ ବ୍ୟବହାର କରିବାକୁ ସେ କହିଥିଲେ।

ପ୍ର. ସାମଲ ନିଜ ଭାଷଣରେ ଓଡିଆ ଭାଷା ସାହିତ୍ୟରେ ନିଜ ଗଭୀର ଅଭିଜ୍ଞତା ସମ୍ବନ୍ଧରେ ବ୍ୟାଖ୍ୟା କରି ମାତୃଭାଷାର ଜାଗରଣ ଉପରେ ଗୁରୁତ୍ଵ ଦେଇଥିଲେ । ମାତୃଭାଷା ଦିବସ ପାଳନର ଐତିହାସିକ ପୃଷ୍ଟଭୂମି ସମ୍ବନ୍ଧରେ ସେ କହିଥିଲେ । ପ୍ର.ସାମଲ କହିଥିଲେ ଯେ “ମାତୃଭାଷା ଦିବସ ପାଳନ କରିବାର ମୂଳ ଉଦେଶ୍ୟ ହେଉଛି ନିଜ ମାତୃଭାଷା ପ୍ରତି ଥିବା ସ୍ନେହ ଏବଂ ସମ୍ମାନର ପୁନର୍ଜଗରଣ । ମାତୃଭାଷାର ସୁରକ୍ଷା ନିମନ୍ତେ ଆରମ୍ଭ ହେଇଥିବା ଆନ୍ଦୋଳନ ଓଡ଼ିଶା ରାଜ୍ୟ ଗଠନ କରିପାରିଥିଲା । ଭାଷା ସବୁବେଳେ ପରିବର୍ତ୍ତନଶୀଳ କିନ୍ତୁ ନିଜ ମାତୃଭାଷା ପ୍ରତି ଆବେଗ ଏବଂ ସମ୍ମାନ ହିଁ ମଣିଷର ପରିଚୟ ଦେଇଥାଏ” । ପ୍ର. ସାମଲ ଛାତ୍ର ଛାତ୍ରୀଙ୍କୁ ନିଜ ମାତୃଭାଷା କୁ ସ୍ଵିକାର କରି ବ୍ୟବହାର କରିବା ନିମନ୍ତେ କହିଥିଲେ ।

ଶ୍ରୀ. ଦାଶ ବେନହୁର ମାତୃଭାଷାର ଉନ୍ନତି ନିମନ୍ତେ ଶିଶୁ ସାହିତ୍ୟର ଆବଶ୍ୟକତା
ସମ୍ବନ୍ଧରେ ନିଜ ଭାଷଣରେ କହିଥିଲେ । ସେ କହିଥିଲେ ଯେ “ସଂସ୍କୃତିର ମୂଳ ସ୍ପନ୍ଦନ
ଅଛି ଭାଷାରେ । ଆମ ମାତୃଭାଷାକୁ ଭକ୍ତି ସାହିତ୍ୟ ବଞ୍ଚାଇ ରଖିଛି। ସମଗ୍ର ଭାରତ
ବର୍ଷରେ ଓଡିଆ ଏକ ମାତ୍ର ଜାତି ଜିଏକି ଭାଷା ବଳରେ ବଞ୍ଚି ପାରିଛି । ଜୀବନର ଗତି
ପାଇଁ ଆମେ ବିଭିନ୍ନ ଭାଷା ଆହୋରଣ କରିବା କିନ୍ତୁ ହୃଦୟର ଭାଷାକୁ ହିଁ ଆମେ
ମୁଣ୍ଡାଇବା ଏବଂ ଓଡ଼ିଆ ହେଉଛି ହୃଦୟର ଭାଷା” ।

ଏହି କାର୍ଯ୍ୟକ୍ରମରେ ଡାଃ. ଆଲୋକ ବରାଳ, ଭାରପ୍ରାପ୍ତ, ବିଭାଗ ମୁଖ୍ୟ, ଓଡ଼ିଆ ଭାଷା
ସାହିତ୍ୟ ବିଭାଗ, ଧନ୍ୟବାଦ ଜ୍ଞାପନ କରିଥିଲେ । ସୁଶ୍ରୀ ଶୁଭଶ୍ରୀ ସମ୍ପଦା, ଗବେଷିକା
ଓଡ଼ିଆ ଭାଷା ସାହିତ୍ୟ ବିଭାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ
ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ସହ ପ୍ରାଧ୍ୟାପକ ପ୍ରାଧ୍ୟାପିକା ମାନଙ୍କ
ମଧ୍ୟରେ ବିଶ୍ଵବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ, ଡା॰ ଫଗୁନାଥ ଭୋଇ
ଉପସ୍ଥିତ ଥିଲେ ।

Share in top social networks!