ନେତା-ଅଭିନେତା ନୁହେଁ ମୁଷ୍ଟିମେୟ ଅମଲା ଓ ପୋଲିସ ଥିଲେ ବିଜେଡିର ଷ୍ଟାର ପ୍ରଚାରକ: ସୁରେଶ ପୁଜାରୀ

secbjp
• ବିଜେଡିର ୪୦ ଜଣ ଷ୍ଟାର ପ୍ରଚାରକଙ୍କ ନାମ ତାଲିକା ଏକ ଡ୍ରାମା ଥିଲା
• ନିର୍ବାଚନୀ ହିଂସା ଓଡିଶାର ଇଜ୍ଜତକୁ ଭୁଲୁଣ୍ଠିତ କରିଛି
• ହିଂସା ଓ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ତଦନ୍ତର ସାମନା କରିବାକୁ ବିଜେପି ପ୍ରସ୍ତୁତ
• କାର୍ଯ୍ୟରତ ନ୍ୟାୟାଧୀଶଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବି
• ଅମଲା ଓ ପୋଲିସଙ୍କ ଫୋନ, ହ୍ୱାଟସଆପ, ଟେଲିଗ୍ରାମର ତଦନ୍ତ ପରିସରଭୁକ୍ତ କରିବାକୁ ଦାବି
• ବିିଜେଡିର ଅନ୍ୟୁନ ୮ ପ୍ରତିଶତ ଭୋଟ କମିଛି
• କଂଗ୍ରେସ ଭୋଟରେ ବିଜେପିର ବିଜୟ କହି ମିଛ ଆତ୍ମ ସନ୍ତୋଷ ନେଉଛି ବିଜେଡି
ରାଜ୍ୟର ଶାସକ ବିଜେଡିର ୪୦ ଜଣ ଷ୍ଟାର ପ୍ରଚାରକଙ୍କ ନାମ ତାଲିକା ଏକ ଡ୍ରାମା ଥିଲା । ପ୍ରକୃତ ପକ୍ଷେ ୩୦ ଜିଲ୍ଲାପାଳ ଓ ଆଉ ଦଶ ଆଇଏଏସ, ଆଇପିଏସ ବିଜେଡିର ଭୋଟ ଯୋଗାଡର ମଙ୍ଗ ଧରିଥିଲେ ବୋଲି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ ଗଣମାଧ୍ୟମକୁ କହିଛନ୍ତି ।
ଶ୍ରୀ ପୁଜାରୀ କହିଛନ୍ତି ଯେ, ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନୀ ହିଂସା, ରକ୍ତପାତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ସାରା ଦେଶରେ ଓଡିଶାର ଇଜ୍ଜତକୁ ଭୁଲୁଣ୍ଠିତ କରିଛି ।
ବିଜେପି, ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଂଘନ ଓ ଜଘନ୍ୟ ହିଂସା ଓ ହତ୍ୟାର ଅଭିଯୋଗ ଆଣିଛି । ବିଜେଡି ମଧ୍ୟ ବିଜେପି ବିରୁଦ୍ଧରେ ଅଭିଯୋଗ ଆଣିଛି । ଶ୍ରୀ ପୂଜାରୀ କହିଛନ୍ତି ଯେ ତାଙ୍କ ଦଳ ସବୁ ପ୍ରକାର ତଦନ୍ତର ସାମନା କରିବାକୁ ପ୍ରସ୍ତୁତ ଅଛନ୍ତି । ନବୀନ ପଟ୍ଟନାୟକଙ୍କ ବିଜେଡି ମଧ୍ୟ ତଦନ୍ତର ସାମନା କରିବାକୁ ପ୍ରସ୍ତୁତ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପୁଜାରୀ କହିଛନ୍ତି ଯେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କୁ ଅନୁରୋଧ କରି ଜଣେ କାର୍ଯ୍ୟରତ ମାନ୍ୟବର ନ୍ୟାୟାଧୀଶଙ୍କ ଦ୍ୱାରା ଓଡିଶାର ପଂଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିିଧି ଉଲ୍ଲଂଘନ ଓ ହିଂସାର ତଦନ୍ତ ପାଇଁ ନିର୍ବାଚନ କମିଶନ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି ।
ଶ୍ରୀ ପୁଜାରୀ କହିଛନ୍ତି ଯେ ବିଜେପିର ଅଭିଯୋଗ ରାଜ୍ୟ ସଚିବାଳୟର ତୃତୀୟ ମହଲାର ଚାରି ବରିÂ ଅମଲା ଯଥା ଶ୍ରୀ କାର୍ତିକେୟନ ପାଣ୍ଡିଆନ, ଆଇଏଏସ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ; ପ୍ରଦୀପ୍ତ ମହାପାତ୍ର ଓଏସ (ଏସଏଜି), ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ; ଡ. ଗୋପବନ୍ଧୁ ଦାଶ, ଓଏଏସ (ଏସ), ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ; ୪- ସୁରଂଜନ ସତପଥୀ, ଓଏଏସ (ଏସବି), ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ; ପୋଲିସ ଏଡିଜି (ଆଇନ ଶୃଙ୍ଖଳା) ବିନୟାନନ୍ଦ ଝା, ୩୦ଟି ଜିଲ୍ଲାର ଏସପି, କଲେକ୍ଟର ବିଜେଡିକୁ ନିର୍ବାଚନ ଜିତାଇବା ପାଇଁ କାମ କରୁଥିଲେ । ସେମାନଙ୍କର ମୋବାଇଲ ଫୋନ, ହ୍ୱାଟସଆପ, ଟେଲିଗ୍ରାମର ତଦନ୍ତ କରା ଗଲେ ସବୁ ତଥ୍ୟ ପଦାକୁ ଆସିବ ।
କଂଗ୍ରେସର ଭୋଟ ବିଜେପିକୁ ଆସିବା ଯୋଗୁ ବିଜେଡିର କ୍ଷତି ହେଉଛି ବୋଲି ବିଜେଡିର ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପୁଜାରୀ କହିଛନ୍ତି ଯେ, ବିଜେଡି କେବଳ ନିଜର ଆତ୍ମ ସନ୍ତୋଷ ପାଇଁ କହୁଛି । ଗତ ବିଧାନସଭାରେ ବିଜେଡି ପାଇଥିବା ୪୪ ପ୍ରତିଶତ ଭୋଟରୁ ସର୍ବନିମ୍ନ ୮ ପ୍ରତିଶତ ଭୋଟ ହରାଇଥିବା ନିଶ୍ଚିତ ବୋଲି ସେ କହିଛନ୍ତି । କଂଗ୍ରେସ – ବିଜେଡି ଉଭୟଙ୍କ ଭୋଟ ଓ ସିଟ ହ୍ରାସ ହୋଇଛି ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

Share in top social networks!