ପ୍ରଶାସକ, ଲେଖକ ଓ ସଂସ୍କୃତି ଗବେଷକ ଆଶୁତୋଷ ପ୍ରସାଦ ପଟ୍ଟନାୟକଙ୍କ ପରଲୋକ

arpattnaikଜଣାଶୁଣା ପ୍ରଶାସକ, ଲେଖକ ତଥା ସଂସ୍କୃତି ଗବେଷକ ଆଶୁତୋଷ ପ୍ରସାଦ ପଟ୍ଟନାୟକଙ୍କର ରବିବାର ସକାଳୁ ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃୃତୁ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା ।

ଶ୍ରୀଯୁକ୍ତ ପଟ୍ଟନାୟକ କିଛିଦିନ ଧରି ଅସୁସ୍ଥ ଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ପତ୍ନୀ ଶିକ୍ଷାବିତ୍୍ ବସନ୍ତଲତା ପଟ୍ଟନାୟକ, ଏକମାତ୍ର ପୁଅ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଦେବାଶିଷ ପଟ୍ଟନାୟକ ଓ ବୋହୂ ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଉପସ୍ଥିତ ଥିଲେ ।

ରବିବାର ସଂଧ୍ୟାରେ ତାଙ୍କ ମୂଳ ବାସସ୍ଥାନ ଭୁବନେଶ୍ୱର ଅଧୀନସ୍ଥ ପାତ୍ରପଡ଼ାଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଯାଇଛି ।

ଆଶୁତୋଷ ପ୍ରସାଦ ପଟ୍ଟନାୟକ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍୍ସା କଲିଜିଏଟ୍୍ ସ୍କୁଲ୍୍ରେ ଶିକ୍ଷକତାରୁ ଚାକିରି ଜୀବନ ଆରମ୍ଭକରି ରାଜ୍ୟ ସରକାରଙ୍କ ବିଭିନ୍ନ ପଦ ପଦବୀରେ ରହି ଅବସର ଗ୍ରହଣ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବୃତିଲାଭ କରି ଦୀର୍ଘ ୨ ବର୍ଷଧରି ଆମେରିକାର ମିଚିଗାନ୍୍ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ ।

ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ଜଣାଶୁଣା ଲେଖକ ଓ ସଂସ୍କୃତି ଗବେଷକ ଥିଲେ । ସେଂଟର ଫର୍୍ ହେରିଟେଜ୍୍ ଷ୍ଟଡିଜ୍୍ ନାମକ ଅନୁÂାନ ପ୍ରତିÂାକରି ସେ କଳିଂଗର ପ୍ରାଚୀନ ଇତିହାସ ଓ ନୌବାଣିଜ୍ୟ ସଂପର୍କରେ ଦୀର୍ଘଦିନଧରି ଗବେଷଣା କରିଥିଲେ । ତାଙ୍କ ରଚିତ ପୁସ୍ତକ ମଧ୍ୟରେ ରହିଛି ‘ଦ ଅର୍ଲି ଭୟେଜର୍ସ ଅଫ୍୍ ଇଷ୍ଟ୍୍’, ‘ମହାଦେବତା’ ଏବଂ ‘ଆକା ମା ବୋଇ’ ।

Share in top social networks!