କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସ ଗୃହ ଉପରେ ପୋଲିସ ଚଢାଉ ପ୍ରସଙ୍ଗରେ

samirr
ରାଜ୍ୟ ପୋଲିସର ଆଇନ ଓ ଶୃଙ୍ଖଳା ବିଭାଗର ଅତିରିକ୍ତ ପୋଲିସ ମହା ନିଦେ୍ର୍ଧଶକ ବିନୟାନନ୍ଦ ଝା ଜଣେ ସଚ୍ଚା ବିଜେଡି କର୍ମୀ ଭଳି ରକ୍ତ ମୁଖା ଓ ହିଂସ୍ର ହୋଇ ପଡିଛନ୍ତି
- ତୃତୀୟ ମହଲାର ମୁଷ୍ଟିମେୟ ଅମଲାଙ୍କ ଇଙ୍ଗିତରେ ଶ୍ରୀ ଝା ବିଜେଡି ପାଇଁ କାମ କରୁଛନ୍ତି
- ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ବ୍ୟବହାର କରି ବିରୋଧୀଙ୍କ କଣ୍ଠରୋଧ କରାଯାଉଛି
ଭୂବନେଶ୍ୱର, ତା.୧୯/୦୨: ରାଜ୍ୟ ପୋଲିସର ଆଇନ ଓ ଶୃଙ୍ଖଳା ବିଭାଗର ଅତିରିକ୍ତ ପୋଲିସ ମହା ନିଦେ୍ର୍ଧଶକ ବିନୟାନନ୍ଦ ଝା ଜଣେ ସଚ୍ଚା ବିଜେଡି କର୍ମୀ ଭଳି ରକ୍ତ ମୁଖା ଓ ହିଂସ୍ର ହୋଇ ପଡିଛନ୍ତି । ସେଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଓ ଏହା ସହ ଲାଗିଥିବା ବିଜେପି ଅଫିସ ଉପରେ ପୋଲିସ ଲଗାଇ ଆକ୍ରମଣ ଓ ଉପସ୍ଥିତ ଲୋକଙ୍କୁ ବେଇଜ୍ଜତ କରିଛନ୍ତି । ବିଜେଡିର ନିର୍ବାଚନ ପରିଚାଳନା କରୁଥିବା ତୃତୀୟ ମହଲାର ମୁଷ୍ଟିମେୟ ଅମଲାଙ୍କ ଇଙ୍ଗିତରେ ଶ୍ରୀ ଝା ବିଜେଡି ପାଇଁ କାମ କରୁଛନ୍ତି । ଦେଶର ସମ୍ବିଧାନ ଓ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଜନମତକୁ ଚାପି ଦେବାର ପୋଲିସ ଓ ପ୍ରଶାସନିକ ଉଦ୍ୟମକୁ ବିଜେପି ଘୋର ନିନ୍ଦା କରୁଛି । ଓଡିଶାର ମତଦାତା ଏହା ବିରୁଦ୍ଧରେ ସ୍ୱର ଉତୋଳନ କରିବା ପାଇଁ ନିବେଦନ କରୁଛି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଗତ କାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ସହିତ ରାଜ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ପରେ ବରିÂ ପୋଲିସ ଅଧିକାରୀ ଶ୍ରୀ ଝା ଶାସକ ବିଜେଡି ଦଳକୁ ସମର୍ଥନରେ ପଂଚାୟତ ନିର୍ବାଚନରେ ବେଆଇନ ଭାବେ କାର୍ଯ୍ୟ ବିଷୟରେ ନିର୍ଦିଷ୍ଟ ଓ ଗୁରୁତର ଅଭିଯୋଗ ଆଣିଥିଲେ । ସଂଧ୍ୟାରେ ଏହି ଅଭିଯୋଗ ଆଣୁ ଆଣୁ ବିଳମ୍ବିତ ରାତ୍ରୀରେ ଦୁଇ ଥର ଅନୁଗୁଳ ଜିଲ୍ଲାର ତାଳଚେରଠାରେ ଶ୍ରୀ ପ୍ରଧାନଙ୍କ ପିତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କ ବାସଗୃହ ପରିସରରେ ପୋଲିସ ଜୋର ଜବରଦସ୍ତ ପଶିଥିଲା । ଏହି ସମୟରେ ସ୍ଥାନୀୟ ବିଜେଡିର ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ । ବାସଗୃହକୁ ଲାଗି ବିଜେପିର କାର୍ଯ୍ୟାଳୟ ମଧ୍ୟ ପୋଲିସର କ୍ରୋଧରୁ ବର୍ତି ନ ଥିଲା । ସେଠାରେ ଥିବା ଲୋକ ମାନଙ୍କୁ ପୋଲିସ ଦୁର୍ବବ୍ୟହାର କରିବା ସହିତ ଆସବାବ ପତ୍ରକୁ ଫୋପଡା ଫିଙ୍ଗା କରିଥିଲେ ଓ ବିଭିନ୍ନ ଜିନିଷର ଖାନତଲାଶୀ କରିଥିଲେ ।
ସେହିପରି ଗତ କାଲି ଅନୁଗୁଳଠାରେ ରାଜ୍ୟ ସଂପାଦକ ତଥା ଚଳିତ ପଂଚାୟତ ନିର୍ବାଚନ ପାଇଁ ତାରକା ପ୍ରଚାରକ ଶ୍ରୀ କାଳନ୍ଦୀ ସାମଲ ଏବଂ ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ଭାଗିରଥୀ ପ୍ରଧାନ ରହୁଥିବା ହୋଟେଲରେ ପୋଲିସ ସ୍ଥାନୀୟ ଶାସକ ବିଜେଡି କର୍ମୀଙ୍କ ଉପସ୍ଥିତିରେ ଚଡାଉ କରିଥିଲା । ଏହା ସଂପୂର୍ଣ୍ଣ ଭାବେ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ ଏବଂ ପୋଲିସ, ପ୍ରଶାସନିକ ଅଧିକାରୀମାନଙ୍କୁ ବ୍ୟବହାର କରି ଭିନ୍ନମତ ଓ ଗଣତନ୍ତ୍ରର କଣ୍ଠରୋଧ କରିବାର ଅପପ୍ରୟାସ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!