ପଦ୍ମଶ୍ରୀ ସାଧୁ ମେହେରଙ୍କୁ ମୁମ୍ବାଇ ଓଡ଼ିଆଙ୍କ ସମ୍ବର୍ଦ୍ଧନା

sadhuji

ମୁମ୍ବାଇ ଏବଂ ନବୀ ମୁମ୍ବାଇ ରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଗତ ସପ୍ତାହରେ ପଦ୍ମଶ୍ରୀ ସମ୍ମାନ ରେ ବିଭୂଷିତ ବିଶିଷ୍ଟ ଚଳଚିତ୍ର ନାୟକ ଏବଂ ନିର୍ଦେଶକ ସାଧୁ ମେହେରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ | ଶହେ ରୁ ଅଧିକ ଓଡ଼ିଆ ନବୀ ମୁମ୍ବାଇ ସ୍ଥିତ ଓଡିଶା ଭବନ ରେ ଏକାଠି ହୋଇଥିଲେ | ଭୂତତ୍ୱ ବିଜ୍ଞାନୀ ରବି ବସ୍ତିଆ ଯେ କି ନିଜେ ଜଣେ ପଦ୍ମଶ୍ରୀ ମେହେରଙ୍କୁ ଉପଢୌକନ ସହ ସମ୍ମାନିତ କରିଥିଲେ | ମେହେର ନିଜର ଚାଳିଶ ବର୍ଷର କାର୍ଯ୍ୟକଲା ଭିତରେ ଅନେକ ହିନ୍ଦୀ ଓ ଓଡ଼ିଆ ଚଳଚିତ୍ର ରେ ଅଭିନୟ କରିଛନ୍ତି | ସେ ଅଂକୁର ଚଳଚିତ୍ର ପାଇଁ ଶ୍ରେଷ୍ଠ ନାୟକ ଭାବରେ ଜାତୀୟ ପୁରସ୍କାର ଲାଭ କରିଥିଲେ | ମେହେର ନିଜ କାର୍ଯ୍ୟ ଜୀବନ ର କିଛି ଅନୁଭୂତି ବର୍ଣ୍ଣନା କରିଥିଲେ | ଓଡ଼ିଆ ଚଳଚିତ୍ର ଜଗତର ବିକାଶ ଏବଂ ଅଧିକ ଶିଶୁ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେହେରଙ୍କ ଦ୍ୱାରା ଅଶୀ ଦଶକ ରେ ନିର୍ଦେଶିତ ବାବୁଲା ଶିଶୁ ଚଳଚିତ୍ର ଉଚ୍ଚ ପ୍ରଶଂସିତ ହୋଇଥିଲା | ବିଭୁତି ରଥ, ଡ଼ାଃ ପ୍ରଶାନ୍ତ ମହାନ୍ତି ସଭା ପରିଚାଳନା କରିଥିଲେ |

Share in top social networks!