ତିନି ପର୍ଯ୍ୟାୟର ଫଳାଫଳ ମୋଦିଙ୍କ ପ୍ରତି ଆସ୍ଥା – ନବୀନଙ୍କ ପ୍ରତି ଅନାସ୍ଥାର ପ୍ରମାଣ – ଧର୍ମେନ୍ଦ୍ର ପ୍ରଧାନ

dpairport
– ବିମୁଦ୍ରୀକରଣ ପରେ କଳା ଧନ ବିରୁଦ୍ଧରେ ମୋଦିଙ୍କ ସପକ୍ଷରେ ଗରୀବ ଓଡିଆଙ୍କ ମେଳି
- ବଡପାଟିଆ, ବାହାପିଆଙ୍କୁ ଖୋଜି ଖୋଜି ହରାଇଛନ୍ତି ଲୋକେ
- ତିନି ପର୍ଯ୍ୟାୟରେ ସମର୍ଥନ ପାଇଁ ଓଡିଶାର ଜନ ସାଧାରଣଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଲମ୍ବା ସମୟ ଧରି ଓଡିଶାର ·ଲିଥିବା ଅପାରଗ, ସ୍ଥାଣୁ, ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ, ଗରୀବ ବିରୋଧୀ ସରକାର ବିରୁଦ୍ଧରେ ଓଡିଆ ଲୋକ ମାନେ ଅନାସ୍ଥା ପ୍ରକଟ କରିଛନ୍ତି । ଅପର ପକ୍ଷରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ଯୋଜନାର ସୁଫଳ ସପକ୍ଷରେ ଓଡିଆ ଲୋକ ମାନେ ଆସ୍ଥା ପ୍ରକଟ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବିଶେଷ ଭାବରେ ବିମୁଦ୍ରୀକରଣ ପରେ କଳା ଧନ ବିରୁଦ୍ଧରେ ଦେଶର ଗରୀବ ଲୋକ ମାନଙ୍କ ମେଳି ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ହୋଇଛି ବୋଲି ସେ କହିଛନ୍ତି । ପଂଚାୟତ ନିର୍ବାଚନର ତିନି ପର୍ଯ୍ୟାୟରେ ସମର୍ଥନ ପାଇଁ ଓଡିଶାର ଜନ ସାଧାରଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଶନିବାର ଦିନ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ତିନି ପର୍ଯାୟର ପଂଚାୟତ ନିର୍ବାଚନରେ ମଧ୍ୟ ଓଡିଶାର ଗରୀବ ଲୋକ ମାନଙ୍କର ସମର୍ଥନ ଯୋଗୁଁ ବିଜେପିକୁ ବିପୁଳ
ସମର୍ଥନ ମିଳିଛି ।
ସେ କହିଛନ୍ତି ଯେ ଓଡିଶାର ଗରୀବ କେବିକେ ଅଂଚଳରେ ତିନି ପର୍ଯ୍ୟାୟରେ ହୋଇଥିବା ୧୧୬ ଜିଲ୍ଲା ପରିଷଦ ଜୋନ ନିର୍ବାଚନ ପାଇଁ ବିଜେପିକୁ ଅଧେରୁ ଅଧିକ ସିଟ ମିଳିଛି । ବିଜେÿଡି ୩୫ ଆସନରେ ସୀମିତ ରହିଛି । ସେ କହିଛନ୍ତି ଯେ ବିଜେÿଡିର ବଡପାଟିଆ , ବାହାପିଆ ନେତା ମାନଙ୍କୁ ଓଡିଶାର ଜନତା ବାଛି ବାଛି ଶିକ୍ଷା
ଦେଇଛନ୍ତି । ଓଡିଶା ବିଜେପିକୁ ଡେଙ୍ଗୁ ହୋଇଥିବା କହୁଥିବା ନେତା ମାନଙ୍କୁ ଜାପାନୀ ଜ୍ୱର ଓ ମ୍ୟାଲେରିଆ ଆକ୍ରାନ୍ତ ମାଲକାନଗିରି ଜିଲ୍ଲା ଉଚିତ ଜବାବ ଦେଇଛି । ସେ ଜଗତସିଂହପୁରର ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅହଙ୍କାରକୁ ଗରୀବ ଲୋକ ସହେ ନାହିଁ, କରିକି ଦେଖାଏ । କୁଜଙ୍ଗର ଜନ ସାଧାରଣ ବିଜେପିକୁ
ଜିତାଇ ଏହା ହିଁ ପ୍ରମାଣିତ କରିଛନ୍ତି ।

ଅନ୍ୟ ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେଡି ପ୍ରବକ୍ତା ମାନେ ପେଟ୍ରୋଲ ଟାଙ୍କି ଓ ଗ୍ୟାସ ଏଜେନ୍ସୀ ବିଜେପି ପ୍ର·ରରେ ଲାଗିଥିବା ନେଇ ଯାହା ଅମଲା ମାନେ ଲେଖି ଦେଇଥିବେ ତାହା ସେମାନେ ପଢିଥିବେ । ଓଡିଶାର ବହୁତ ମହିଳାଙ୍କୁ ଗ୍ୟାସ ସଂଯୋଗ ମିଳିଛି । ତେଣୁ ମହିଳା ମାନେ ମଧ୍ୟ ପ୍ର·ରରେ ଲାଗିଛନ୍ତି
ବୋଲି ସେମାନେ କହି ପାରନ୍ତି । ଯାହା ମୁହଁରେ ଲଜ୍ଜା ନାହିଁ ତାକୁ ମୁଁ ଡରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!