ନିର୍ବାଚନ କମିଶନଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16864468_1270066943076882_1281072313873154283_n- ହ୍ୱାଟସଆପ, ଟେଲିଗ୍ରାମକୁ ତଦନ୍ତ ପରିସରଭୁକ୍ତ କରିବାକୁ କଲେ ଦାବି
- ଗରୀବ ଓଡିଆଙ୍କ ଖଜଣାରେ ଦରମା ନେଉଥିବା ବ୍ୟକ୍ତିଙ୍କ ଠାରୁ ନିରପେକ୍ଷତା ଅପେକ୍ଷା କରାଯାଏ
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ଜଣେ ବରିÂ ପୋଲିସ ଅଧିକାରୀ ଜିଲ୍ଲା, ସବଡିଭିଜନର ଅଫିସର ମାନଙ୍କୁ କଦର୍ଯ ବ୍ୟବହାର କରିବା ସହିତ ଶାସକ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ·ପ ସୃଷ୍ଟି କରୁଛନ୍ତି । ଏହି ସଂପୃକ୍ତ ଅଧିକାରୀଙ୍କ ହ୍ୱାଟସଆପ ଓ ଟେଲିଗ୍ରାମର ବାର୍ତା ସମ୍ପର୍କରେ ସୂଚନା ଦେଇ ସେ ହ୍ୱାଟସ ଆପ ଓ ଟେଲିଗ୍ରାମକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ରାଜ୍ୟ ର୍ନିବାଚନ କମିଶନଙ୍କୁ ଦାବି କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କୌଣସି ବ୍ୟକ୍ତି ବିଜେଡିର କର୍ମୀ ଭାବେ ଏସବୁ କରିବାରେ ତାଙ୍କର ଆପତି ନାହିଁ । ମାତ୍ର ଗରୀବ ଓଡିଆ ଲୋକଙ୍କର ଝାଳବୁହା ଖଜଣା ଅର୍ଥରେ ଦରମା ନେଉଥିବା ପୋଲିସ ଓ ଅମଲା ମାନଙ୍କ ଠାରୁ ଓଡିଶା ଲୋକଙ୍କର ନିରପେକ୍ଷତାର ଅପେକ୍ଷା ରହିଛି । ସେମାନେ ଦଳୀୟ କର୍ମୀ ଭାବେ ବ୍ୟବହାର କରିବା
ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଓ ତାଙ୍କ ସର୍ଭିସ କୋଡର ବିରୋଧୀ ।

ଉଲ୍ଲେଖଯୋଗ୍ୟ ଯେ ବିଜେପି ରାଜ୍ୟ ଶାଖା ତରଫରୁ ଓଡିଶା ପୋଲିସର ଆଇନ ଶୃଙ୍ଖଳା ଡିଆଇଜି ବିନୟାନନ୍ଦ ଝା , ସରକାରୀ ଦଳର ଆପରାଧିକ ଓ ହିଂସାତ୍ମକ କାର୍ଯକୁ ସୁରକ୍ଷା ଦେବା ବିଶେଷ ଭାବେ ବିଜେପିର ପ୍ରାର୍ଥୀ, ନେତା ଓ କାର୍ଯକର୍ତା ମାନଙ୍କୁ ଅଯଥା ହଇରାଣ ହରକତ କରିବାର ଅଭିଯୋଗ ଆଣିଥିଲା । ଏହା ସହ ବିଜେପି ରାଜ୍ୟ
ଶାଖା ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟର ପ୍ରମୁଖ ଅମଲା – ଶ୍ରୀ କାର୍ତିକେୟନ ପାଣ୍ଡିଆନ, ଆଇଏଏସ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୨ ପ୍ରଦୀପ୍ତ ମହାପାତ୍ର ଓଏସ ( ଏସଏଜି), ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ୩- ଡ. ଗୋପବନ୍ଧୁ ଦାଶ, ଓଏଏସ (ଏସ), ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ୪- ସୁରଂଜନ ସତପଥୀ, ଓଏଏସ (ଏସବି), ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ
ସଚିବ ଙ୍କ ବିରୁଦ୍ଧରେ ତୃତୀୟ ମହଲାରୁ ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଥିବାର ଅଭିଯୋଗ ଆଣିଥିଲା ।

Share in top social networks!