ବିଜେପି ଚଳିତ ନିର୍ବାଚନରେ ସମ୍ବିଧାନର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରତି ଗଭୀର କୁଠାରଘାତ କରିଛି: ବିଜୁ ଜନତା ଦଳ

BJDMEMOରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ୩ଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ପ୍ରାପ୍ତ ଫଳାଫଳ ଅନୁସାରେ ବିଜୁ ଜନତା ଦଳ ଏକ ନମ୍ବର ସ୍ଥାନରେ ରହିଛି । ବିଜୁ ଜନତା ଦଳର ଲୋକପ୍ରିୟତାରେ ଅବକ୍ଷୟ ଆସିନାହିଁ, ହୁଏତ ଆସନ ସଂଖ୍ୟା ହ୍ରାସ ପାଇଥାଇପାରେ । କଂଗ୍ରେସର ଦାରୁଣ ବିପର୍ଯ୍ୟୟ ଏବଂ କଂଗ୍ରେସ ଭୋଟ୍‍କୁ ହାତେଇ ଭାରତୀୟ ଜନତା ପାର୍ଟି ପୂର୍ବ ନିର୍ବାଚନ ତୁଳନାରେ ଜିଲ୍ଲା ପରିଷଦ ନିର୍ବାଚନରେ ଅଧିକ ଆସନ ହାସଲ କରି ଯେଉଁ ଅବିଶ୍ୱସନୀୟ ସଫଳତା ପାଇଛି ତାହା ସାମୟିକ । ଭାରତୀୟ ଜନତା ପାର୍ଟି ଯେଉଁ ଢଙ୍ଗରେ ପଞ୍ଚାୟତିରାଜ ନିର୍ବାଚନକୁ ପରିଚାଳନା କରିଛି ତାହା ପଞ୍ଚାୟତିରାଜ ବ୍ୟବସ୍ଥାର ପରିପନ୍ଥୀ । ସମଗ୍ର ଭାରତ ବର୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନୂତନ ରୂପ ଓ ଦିଗ ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକ ହିଁ ଦେଇଥିଲେ ।

ତାଙ୍କର ଅନେକ ପରିକଳ୍ପନା, ଯୋଜନା ପରବର୍ତ୍ତୀ ସମୟରେ ସମ୍ବିଧାନ ସଂଶୋଧନରେ ସ୍ଥାନ ପାଇଥିଲା । ସେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ ନିର୍ବାଚନକୁ ନିର୍ଦ୍ଧଳୀୟ କରିବାକୁ ଚାହିଁଥିଲେ ଏବଂ ତାହା ମଧ୍ୟ ସାମ୍ବିଧାନିକ ସ୍ୱୀକୃତି ପାଇଥିଲା । କିନ୍ତୁ ବିଜେପି ଚଳିତ ନିର୍ବାଚନରେ ସମ୍ବିଧାନର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରତି ଗଭୀର କୁଠାରଘାତ
କରିଛି । ପଞ୍ଚାୟତିରାଜ ଏକ ରାଜ୍ୟ ପ୍ରସଂଗ । କିନ୍ତୁ ବିଜେପି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ଯେଉଁଭଳି ଭାବରେ ନିର୍ବାଚନ ପ୍ରଚାରରେ ଲଗାଇଲା ତାହା ଆଗରୁ କେବେ ହୋଇନଥିଲା । ଏହାସହିତ ବିପୁଳ ଅର୍ଥ ବଳ ପ୍ରୟୋଗ କଲା । ସବୁବେଳେ ହିଂସା ଓ ସାମ୍ପ୍ରଦାୟିକତାକୁ ଆଧାର କରି ରାଜନୀତି କରୁଥିବା ବିଜେପି ଶାନ୍ତିପ୍ରିୟ ଓଡ଼ିଶାର ଗାଁ ଗାଁରେ ଏଭଳି ହିଂସା ଓ ବିଦ୍ୱେଷର ମଞ୍ଜି ବୁଣିଲା ତାହାର ଏକ ନକରାତ୍ମକ ପ୍ରଭାବ ଆମ ରାଜ୍ୟ ଉପରେ ପଡିଛି । ବିଜେପିର ଏହି ସାମୟିକ ସଫଳତା ପାଣିଫୋଟକା ଭଳି ଫାଟିଯିବ । ଏହାର କୌଣସି ଦୀର୍ଘକାଳୀନ ପ୍ରଭାବ ରହିବ ନାହିଁ । ବିଜେପିର ଏହି ନିର୍ବାଚନ ରଣକୌଶଳକୁ ପ୍ରତିହତ କରିବା

ପାଇଁ ବିଜେଡିର କର୍ମୀ ଓ ଓଡ଼ିଶାର ଜନସାଧାରଣ ଆଗାମୀ ଦିନରେ ସଂଗଠିତ ପ୍ରୟାସ କରିବେ । ବିଜେପି ଯେଉଁ ରାଜନୈତିକ ତତ୍ତ୍ୱ ଓ ଆଦର୍ଶରେ ବିଶ୍ୱାସ କରେ, ଓଡ଼ିଶା ସେଥିପାଇଁ ଉର୍ବର ଭୂମି ନୁହେଁ । ଶାନ୍ତି, ପ୍ରୀତି ଓ ସଂହତିର ଜଗନ୍ନାଥ ଦେଶରେ ବିଜେପିର ବିଷ ମଞ୍ଜି ବେଶୀକାଳ ଉଧେଇ ପାରିବ ନାହିଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଚୂଡ଼ାନ୍ତ ଫଳାଫଳକୁ ବିଶ୍ଳେଷଣ କଲେ ଜଣାପଡିବ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଲୋକାଭିମୁଖି କାର୍ଯ୍ୟକ୍ରମ ପ୍ରତି କିଭଳି ଜନସମର୍ଥନ ବୃଦ୍ଧି ପାଇଛି । ଜିଲ୍ଲା ପରିଷଦ ନିର୍ବାଚନ ଦଳୀୟ ଭିତ୍ତିରେ ହେଉଛି ଏବଂ ସରପଞ୍ଚ, ୱାର୍ଡମେମ୍ବର ଠାରୁ ଆରମ୍ଭ କରି ସମିତି ସଭ୍ୟ ନିର୍ଦ୍ଧଳୀୟ
ଭିତ୍ତିରେ ହେଉଥିବା ନିର୍ବାଚନରେ ବିଜୁ ଜନତା ଦଳର କର୍ମୀମାନେ ପୂର୍ବାପେକ୍ଷା ଆଶାତୀତ ସଫଳତା ହାସଲ କରିଛନ୍ତି । ବିଜେପି ଅବିଶ୍ୱସନୀୟ ସଫଳତାରେ ଉଲ୍ଲସିତ ନହୋଇ ତୃଣମୂଳସ୍ତରୀୟ ବାସ୍ତବ ସ୍ଥିତିକୁ ପରଖିଲେ ଓ ଆତ୍ମ ସମୀକ୍ଷା କଲେ ଲୋକମତ କାହା ସପକ୍ଷରେ ଯାଇଛି ଅନାୟସରେ ଜାଣିପାରିବ । ଆଗାମୀ ୨ଟି ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଓ ପରବର୍ତ୍ତୀ ସମୟରେ ମଧ୍ୟ ବିଜେପିକୁ ଉଚିତ୍‍ ଜବାବ ଦେବା ପାଇଁ ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ ଓ ଜନସାଧାରଣଙ୍କୁ ଆଜି ବିଜୁ ଜନତା ଦଳ କାର୍ଯ୍ୟାୟଳରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ ଉପସ୍ଥିତ ଥିଲେ ।

Share in top social networks!