ଧର୍ମେନ୍ଦ୍ର ପ୍ରଧାନଙ୍କ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ମାରାଥନ୍ ପ୍ରଚାର

dprally
ଗାଁମାନଙ୍କରେ ନ୍ୟୁନତମ ସୁବିଧା ପହଂଚି ନଥିବା ନେଇ ଉଠାଇଲେ ପ୍ରଶ୍ନ
- ବିଜେଡି ନେତାମାନେ ଦୁର୍ନୀତିଗ୍ରସ୍ତ ଓ ଗରୀବଙ୍କ ଅର୍ଥକୁ ହରିଲୁଟ୍ କରୁଥିବାର ଲଗାଇଲେ
ଅଭିଯୋଗ
ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ମାରାଥନ୍ ପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୭ ବର୍ଷ ଓଡିଶାରେ ମଜଭୁତ୍ ସରକାର ଥିବା ସତ୍ୱେ ଗାଁ ଗାଁରେ କାହିଁକି ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇପାରିନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଗାଁରେ ବିକାଶମୂଳକ କାମ ହୋଇନାହିଁ । ସରକାରୀ ଅଫିସର , ବିଧାୟକ ଓ ଶାସକ ଦଳର ନେତାମାନେ ସରକାରୀ ଯୋଜନାରେ ଗରୀବ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଅର୍ଥକୁ ହରିଲୁଟ୍ କରିଥିବା କାରଣରୁ ପଂଚାୟତ ନିର୍ବାଚନରେ ବିଜେଡିକୁ ପ୍ରଥମ ଦୁଇ ପର୍ଯ୍ୟାୟରେ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି । ଏହି ଧାରାକୁ ଆଗେଇ ନେବା ପାଇଁ ଶ୍ରୀ ପ୍ରଧାନ ସଭାମାନଙ୍କରେ ନିବେଦନ କରିଛନ୍ତି ।

ଗୁରୁବାର ଶ୍ରୀ ପ୍ରଧାନ ସୋନପୁର ଜିଲ୍ଲାର କଇରାଝୁଲି ପଡିଆ , ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଝି , ବରଗଡର ପାଇକମାଳ , ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ କୁଚିଣ୍ଡା ଠାରେ ସେ ବିଭିନ୍ନ ଜନସଭାରେ ଉଦ୍ବୋଧନ ଦେଇଥିଲେ । ଏହିସବୁ ସଭା ମାନଙ୍କରେ ଶ୍ରୀ ପ୍ରଧାନ କହିଥିଲେ କୃଷକର ସ୍ୱାର୍ଥ ଓ ସ୍କୁଲ ଯାଉଥିବା ପିଲାଙ୍କର ଭବିଷ୍ୟତ ସହ ଓଡିଶାର ଭବିଷ୍ୟତ ଯୋଡି ହୋଇ ରହିଛି । ୧୭ ବର୍ଷରେ ବିଲକୁ ପାଣି ପହଂଚିଲା ନାହିଁ । ସ୍କୁଲରେ ଶିକ୍ଷକ ନାହାନ୍ତି । ଠିକା ଶିକ୍ଷକରେ ଚାଲୁଛି ବିଦ୍ୟାଳୟ ।

ଡାକ୍ତରଖାନାରେ କାହିଁକି ଡାକ୍ତର ନାହାନ୍ତି । ମହିଳା ମାନଙ୍କ ସମ୍ମାନ ଓ ସ୍ୱାର୍ଥ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟର ଅଧେ ଲୋକଙ୍କ ଘରେ ବିଜୁଳି ଆଲୁଅ ପହଂଚିନାହିଁ । ଆଳୁ ମିଶନ ହୋଇଛି ହେଲେ ରାଜ୍ୟରେ ମୋଟ ୫ଟି ଶୀତଳଭଣ୍ଡାର ୬ ହୋଇପାରୁନାହିଁ । ଲୋକ କାହିଁକି ସ୍ଥାଣୁ ଅପାରଗ ସରକାରକୁ ସମର୍ଥନ କରିବେ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ନବୀନ ପଟ୍ଟନୟକଙ୍କର ମନ୍ତ୍ରୀ , ବିଧାୟକ ଓ ନେତା ମାନେ ଦୁର୍ନୀତିରେ ବୁଡି ରହିଛନ୍ତି । ଚିଟଫଣ୍ଡ ଟଙ୍କା ଖାଇଲେ ।
ଗରୀବ ଲୋକଙ୍କ ଜନଧନ ଆକାଉଂଟରେ ୭୫୦ କୋଟି ଟଙ୍କା କୋଉଠୁ ଆସିଲା ବୋଲି ସେ ପ୍ରଶ୍ନ କରିବାରୁ ବିଜେଡି ନେତାମାନେ ତାଙ୍କୁ ଗାଳି ଗୁଲଜ କରୁଛନ୍ତି ।
ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ଜନମତ ତିଆରି କରିବା ପାଇଁ ପଂଚାୟତ ନିର୍ବାଚନ ଏକ ସୁଯୋଗ ହୋଇଥିବାରୁ ସାଧାରଣ ଜନତା ବିଜେପିକୁ ଭୋଟ୍ ଦେବା ପାଇଁ ସେ ନିବେଦନ କରିଥିଲେ ।

Share in top social networks!