ରାବଣ କିଏ ବୋଲି ମନ୍ତ୍ରୀ ଡ. ଦାମୋଦର ରାଉତ ସ୍ପଷ୍ଟୀକରଣ ଦିଅନ୍ତୁ : ସମୀର ମହାନ୍ତି

BJPSAMEER

- ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାମ ବୋଲି ସମ୍ବୋଧନ କରିଥିବାରୁ ଡ.ଦାମୋଦର ରାଉତଙ୍କୁ ଧନ୍ୟବାଦ
- ଅମଲାମାନେ ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଥିବାର ବିଜେପିର ଅଭିଯୋଗକୁ ଡ.ରାଉତଙ୍କ ସ୍ୱୀକାର
ନିର୍ବାଚନ ଚାଲୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅମଲାମାନେ ଦଳର ପ୍ରତିନିଧି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜେଡି ପାଇଁ ନିର୍ବାଚନ ପରିଚାଳନା କରିବା ଦେଶର ସାମ୍ବିଧାନିକ ବ୍ୟବସ୍ଥା ସହିତ ବିଶ୍ୱାସଘାତ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚାରି ଜଣ ବରିÂ ଅମଲା ଶ୍ରୀ କାର୍ତିକେୟନ ପାଣ୍ଡିଆନ, ପ୍ରଦୀପ୍ତ ମହାପାତ୍ର, ଡ. ଗୋପବନ୍ଧୁ ଦାଶ, ସୁରଂଜନ ସତପଥୀ ପ୍ରମୁଖ ଶାସକ ବିଜେଡିର ପ୍ରତିନିଧି ଭାବରେ ସାରା ରାଜ୍ୟର ଅମଲାମାନଙ୍କ ମାଧ୍ୟମରେ ନିର୍ବାଚନ ପରିଚାଳନା କରୁଥିବାର ନିର୍ଦିଷ୍ଟ ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଅଭିଯୋଗମାନ ଆସୁଛି । ଏହି ଅମଲାମାନେ ଜିଲ୍ଲାପାଳମାନଙ୍କୁ ବିଜେଡିର ଜିଲ୍ଲା ସଭାପତି ଓ ଏସପିମାନଙ୍କୁ ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ କାମ କରିବା ପାଇଁ ବାଧ୍ୟ ବାଧକତାର ସ୍ଥିତି ତିଆରି କରୁଛନ୍ତି । କେବଳ ଅପରାଧିକ କାମରେ ଶାସକ ଦଳକୁ ସଂରକ୍ଷଣ ନୁହେଁ, ବୁଥ କେନ୍ଦ୍ରକୁ ଭୋଟର ମାନେ ଆସି ଶାସକ ଦଳକୁ କିପରି ସମର୍ଥନ କରିବେ ସେଥି ପାଇଁ ଭୋଟର ମ୍ୟାନେଜମେଂଟ କାମରେ ତଳ ସ୍ତର ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ବ୍ୟବହାରର ସଂଚାଳନ ତୃତୀୟ ମହଲାରୁ କରାଯାଉଥିବା ସଂପର୍କରେ ଅଭିଯୋଗ ବିଜେପି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ କରିଥିଲା । ବିଜେପିର ଏହି ଅଭିଯୋଗକୁ ଗତ କାଲି ବିଜେଡିର ବରିÂ ନେତା ତଥା ମନ୍ତ୍ରୀ ଡ.ଦାମୋଦର ରାଉତ ସ୍ୱୀକାର କରିଛନ୍ତି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଗତ କାଲି ମନ୍ତ୍ରୀ ଡ.ରାଉତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ “ରାମ” ବୋଲି ସମ୍ବୋଧନ କରିବା ସହ ବିଜେଡିର ବିଭୀଷଣମାନେ ଶ୍ରୀ ପ୍ରଧାନଙ୍କ ସହ ମିଶି ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ବକ୍ତବ୍ୟ ଦେଇଛନ୍ତି । ଶ୍ରୀ ପ୍ରଧାନଙ୍କୁ ରାମ ବୋଲି ସମ୍ବୋଧନ କରିଥିବା ପାଇଁ ଡ. ରାଉତଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି । ଯଦି ବିଭୀଷଣଙ୍କ ପାଇଁ ବିଜେଡିର ବିପର୍ଯ୍ୟୟ ହୋଇଛି, ତାହେଲେ “ରାବଣ” କିଏ ବୋଲି ଡ.ରାଉତ ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ମହାନ୍ତି କହିଛନ୍ତି ।
ସେହିପରି ଅମଲାଙ୍କ ଉପରେ ଅତ୍ୟାଧିକ ନିର୍ଭର କରିବା କାରଣରୁ ଚଳିତ ପଂଚାୟତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ଘଟିଛିି ବୋଲି ମଧ୍ୟ ଡ.ରାଉତ ମନ୍ତବ୍ୟ ଦେଇଛନ୍ତି । ଡ. ରାଉତ ଯେଉଁ ଅମଲାଙ୍କୁ ଦୋଷ ଦେଉଛନ୍ତି ସେମାନେ ଏହି ଚାରି ଜଣ ନା ଏହା ବାଦ ଆଉ କିଏ ଅଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଡ. ରାଉତଙ୍କ ଏଭଳି ସ୍ୱୀକାରୋକ୍ତି ଶାସକ ବିଜେଡି ଅମଲାଙ୍କ ଦ୍ୱାରା ପରିଚାଳିତ ହେଉଥିବାର ସ୍ପଷ୍ଟ ପ୍ରମାଣ କରୁଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ସାକ୍ଷାତକାର ଅବସରରେ ଶ୍ରୀ ମହାନ୍ତିଙ୍କ କହିଛନ୍ତି । ଏହି ଅବସରରେ ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ ଏବଂ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।

Share in top social networks!