ପଞ୍ଚାୟତ ନିର୍ବାଚନରେ ବିଜେପି ଦଳ ଛତିଶଗଡ଼ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଦୁଇଟି ରାଜ୍ୟର ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଆଣି ବ୍ୟୟବହୁଳ ନିର୍ବାଚନ ପ୍ରଚାର କରାଇଛି

bjdପଞ୍ଚାୟତ ନିର୍ବାଚନରେ ବିଜେପି ଦଳ ଛତିଶଗଡ଼ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଦୁଇଟି ରାଜ୍ୟର ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଆଣି ବ୍ୟୟବହୁଳ ନିର୍ବାଚନ ପ୍ରଚାର କରାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦୁଇଟି ସ୍ତରକୁ ନିର୍ଦ୍ଧଳୀୟ କରିବା ପାଇଁ ସାମ୍ବିଧାନିକ ନିଦେ୍ର୍ଧଶ ରହିଛି । ଏଭଳି ସ୍ଥିତିରେ ବିଜେପି ଯେଉଁଭଳି ଭାବରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜନୀତିକରଣ କରିବାକୁ ଚେଷ୍ଟା କରିଛି ତାହା ପଞ୍ଚାୟତିରାଜ ବ୍ୟବସ୍ଥାର ଆଧାରକୁ ଆଘାତ ଦେଇଛି ।

ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଆସନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ । କାରଣ ବିଜେପି ଯେଉଁ ଢଙ୍ଗରେ କ୍ଷମତା ଆହରଣ କରିବା ପାଇଁ ଅର୍ଥ ଓ ମିଛକୁ ପାଥେୟ କରିଛି ତାହା ଭବିଷ୍ୟତରେ ଓଡ଼ିଶାର ଗ୍ରାମ୍ୟ ପରିବେଶକୁ କଳୁଷିତ କରିବା ସହ ବିଜେପି ପାଇଁ ଘାତକ ହେବ । ବିଜେପି ରାଷ୍ଟ୍ରୀୟ ଶାଖାର ଟୁଇଟ୍‍ରୁ ଯାହା ଜଣାପଡୁଛି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ନୁହଁନ୍ତି, ବିଜେପି ଦଳର ପ୍ରଧାନମନ୍ତ୍ରୀ ବୋଲି ପରିଚୟ ଦେଉଛନ୍ତି ।

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ କେବଳ ଜିଲ୍ଲା ପରିଷଦ ନିର୍ବାଚନକୁ ଛାଡ଼ି ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ଦଳୀୟ ଭିତ୍ତିରେ ହୁଏନାହିଁ । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ କନୌଜର ଏକ ନିର୍ବାଚନ ସଭାରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ବିଜେପିର ଅବିଶ୍ୱସନୀୟ ସଫଳତାକୁ କହି ଲୋକମାନଙ୍କୁ ଭୋଟ୍‍ ଭିକ୍ଷା କରୁଛନ୍ତି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ୱାର୍ଡମେମ୍ବର ପାଇଁ ମଧ୍ୟ ପ୍ରଚାର କରୁଥିବା ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ବିଜେପି ବର୍ତ୍ତମାନ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଲଢେ଼ଇକୁ ଅତି ନିମ୍ନ ସ୍ତରକୁ ନେବାକୁ ଚେଷ୍ଟା କରୁଛି ଏବଂ ପ୍ରଧାନମନ୍ତ୍ରୀ ନିଜ ପଦ ଓ ମର୍ଯ୍ୟାଦାର ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀ ଭାବରେ ଏଭଳି ମତ ଓ ମନ୍ତବ୍ୟ ଦେବା ଆଦୌ ସମୀଚିନ ନୁହେଁ । ଏହା ଭାରତୀୟ ଜନତା ପାର୍ଟିର ରାଜନୈତିକ ଦେବାଳିଆ ସ୍ଥିତି ଜାହିରି କରୁଛି ବୋଲି ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ କହିଛନ୍ତି ।

Share in top social networks!