ରେଡ୍ ମଡ୍ ଅଞ୍ଚଳରେ ନିରନ୍ତର ଥଇଥାନ ଓ ବିକାଶ ପାଇଁ ନାଲ୍କୋ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷର

nalcoଖଣି ଅଞ୍ଚଳରେ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ତଥା ନିରବଚ୍ଛିନ୍ନ ବିକାଶକୁ ସୁନିଶ୍ଚିତ କରିବା ତଥା ଏହି ଦିଗରେ ବିଭିନ୍ନ ବୈଜ୍ଞାନିକ, ବୈଷୟିକ ଏବଂ ଶିକ୍ଷାମୂଳକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ନିମନ୍ତେ ଫେବୃୟାରୀ ୧୫ ତାରିଖରେ ନାଲ୍କୋ ଏବଂ ନୂଆଦିଲ୍ଲୀର ଦି ଏନର୍ଜୀ ଆଣ୍ଡ୍ ରିସୋର୍ସେସ୍ ଇନ୍ଷ୍ଟିଚୁ୍ୟଟ୍ (ଟେରୀ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ, କେନ୍ଦ୍ର ଶକ୍ତି, କୋଇଲା, ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ଏବଂ ଖଣି ବିଭାଗର ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ୍, କେନ୍ଦ୍ର ଖଣି ସଚିବ ଶ୍ରୀ ବଲବିନ୍ଦର କୁମାର, ଆଇ.ଏ.ଏସ୍., ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ଖଣି ମନ୍ତ୍ରାଳୟ ଓ ଟେରୀର ବରିÂ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଏହି ବୁଝାମଣା ଦ୍ୱାରା ସଷ୍ଟେନେବଲ୍ ଡେଭେଲପ୍ମେଣ୍ଟ ଫ୍ରେମ୍ୱର୍କ (ଏସ୍.ଡି.ଏଫ୍.) ଅଧୀନରେ ନାଲ୍କୋ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକର କାର୍ଯ୍ୟାନ୍ୱୟନ ଅଧିକ ସମୃଦ୍ଧ ହେବା ସହ ଏହା ବକ୍ସାଇଟ୍ ଖଣି ଖନନ ଦିଗରେ ଏକ ମାନକ ସୃଷ୍ଟି କରିବ ବୋଲି ଡଃ ଚାନ୍ଦ ଏହି ଅବସରରେ ମତ ବ୍ୟକ୍ତ କରିଥିଲେ । ଏହି ବୁଝାମଣାପତ୍ରରେ ଖଣି ଅଞ୍ଚଳରେ ଥଇଥାନ ପଦ୍ଧତି, ରେଡ୍ ମଡ୍ ଅଞ୍ଚଳରେ ଉପଯୁକ୍ତ ଥଇଥାନ ବ୍ୟବସ୍ଥା, ଦକ୍ଷତା ବିକାଶ, କର୍ମଶାଳାର ଆୟୋଜନ ଏବଂ ଖଣି ଅଞ୍ଚଳରେ ଥଇଥାନ ସମ୍ପର୍କିତ ଦସ୍ତାବିଜ ପ୍ରସ୍ତୁତି ଆଦି ଅନ୍ତର୍ଭୁକ୍ତ ବୋଲି ସେ ସୂଚନା ପ୍ରଦାନ କରିଥିଲେ ।

Share in top social networks!