ବିଜେପି ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

16730355_1815866978630311_5796315221274268166_n‘କନୌଜ ମାଟିରୁ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ମୋର ଅଭିନନ୍ଦନ । ପଂଚାୟତ ନିର୍ବାଚନରେ ଗାଁର ଗରୀବ ଲୋକମାନେ ଭାରତୀୟ ଜନତା ପାର୍ଟିକୁ ଯେଉଁ ଅଭୂତପୂର୍ବ ସମର୍ଥନ ଦେଇଛନ୍ତି, ସେଥିପାଇଁ ମୁଁ ସେମାନଙ୍କୁ ଅଶେଷ ଓ ଅନ୍ତରଙ୍ଗ ଅଭିନନ୍ଦନ ଜଣାଉଛି’ । ନିର୍ବାଚନୀ ପ୍ରଚାର ଗସ୍ତରେ ଯାଇ ଉତରପ୍ରଦେଶର କନୌଜରେ ଅନୁÂିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁଦୂର ଓଡ଼ିଶାବାସୀଙ୍କୁ ଏଭଳି ଅଭିନନ୍ଦନ ଜଣାଇବା ସହ ଓଡ଼ିଶାବାସୀଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିରୋଧୀ ଦଳ ମାନେ ଭାରତୀୟ ଜନତା ପାର୍ଟି ବିରୋଧରେ ଲୋକମାନଙ୍କ ପାଖରେ ଢେର୍ ଅପପ୍ରଚାର କରୁଛନ୍ତି । ମାତ୍ର ପ୍ରତ୍ୟେକ ଭାରତୀୟ ନାଗରିକ ବିରୋଧୀ ଦଳଙ୍କ ଏଭଳି ମିଥ୍ୟା ପ୍ରଚାରକୁ ଭଲ ଭାବେ ବୁଝି ପାରିଛନ୍ତି । ପୂର୍ବରୁ ଓଡ଼ିଶାରେ ବିଜେପିର ସ୍ଥିତି ଏତେ ଶକ୍ତ ନଥିଲା, ଏପରିକି ଲୋକସଭାରେ ମଧ୍ୟ ଓଡ଼ିଶାର ପ୍ରତିନିଧିତ୍ୱ ଅତି ଗୌଣ । ମାତ୍ର ଓଡ଼ିଶାରେ ଚଳିତ ପଂଚାୟତ ନିର୍ବାଚନର ଫଳାଫଳ ସ୍ପଷ୍ଟ କରୁଛି ଯେ, ବିଜେପିର ବିକାଶମୂଳକ କାର୍ଯ୍ୟଧାରାକୁ ବିଶେଷ କରି ଗ୍ରାମାଂଚଳବାସୀ ଆପଣାଇବା ସହ ବିଶ୍ୱାସ କରିଛନ୍ତି ଏବଂ ବିକାଶର ଧାରାରେ ସାମିଲ ହେବା ପାଇଁ ଗାଁରେ ଥିବା ଗରୀବ ଲୋକମାନେ ସେମାନଙ୍କ ଭୋଟ୍ କେବଳ ଭାରତୀୟ ଜନତା ପାର୍ଟିକୁ ଦେଇଛନ୍ତି । ଭାରତୀୟ ଜନତା ପାର୍ଟିକୁ ଅଭୂତପୂର୍ବ ସଫଳତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଅଶେଷ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି ।’

Share in top social networks!