ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ନିମନ୍ତେ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ

malariaaa
ମ୍ୟାଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା । ରାଜ୍ୟରୁ ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ମ୍ୟାଲେରିଆ ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର କରିବାକୁ ନିଷ୍ପତି ହୋଇଛି । ରାଜ୍ୟରେ ମ୍ୟାଲେରିଆ ସ୍ଥିତି ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁÂିତ ହୋଇ ଏହି ନିଷ୍ପତି ଗ୍ରହଣ କରାଯାଇଛି ।
ସମୀକ୍ଷାରୁ ପ୍ରକାଶ ଯେ ୨୦୧୩ ମସିହା ଠାରୁ ୨୦୧୪ , ୧୫ ଏବଂ ୧୬ ମସିହାରେ ମ୍ୟାଲେରିଆ ଜନିତ ମୃତ୍ୟୁହାର କ୍ରମଶଃ ହ୍ରାସ ପାଇଛି । ୨୦୧୭ ମସିହାରେ ମ୍ୟାଲେରିଆ ଆକ୍ରାନ୍ତ ହାର ପୂର୍ବ ବର୍ଷମାନଙ୍କ ତୁଳନାରେ ହ୍ରାସପାଇବା ଆରମ୍ଭ ହୋଇଛି । ୨୦୧୩ ମସିହାରେ ରକ୍ତ ନମୂନା ସଂଗ୍ରହ ହାର ୧୧.୮୧ ଥିବା ବେଳେ ୨୦୧୬ ରେ ଏହା ୧୬.୩୭ କୁ ବୃଦ୍ଧି ପାଇଛି । ମୃତ୍ୟୁହାର ୪୦ ପ୍ରତିଶତରୁ ୨୮ ପ୍ରତିଶତକୁ ହ୍ରାସ ପାଇଛି ।
ତେବେ ମ୍ୟାଲେରିଆ ରୋଗର ତୁରନ୍ତ ଚିହ୍ନଟ ଓ ସମ୍ପୂର୍ଣ୍ଣ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗ୍ରାମାଚଂଳରେ ନିୟୋଜିତ ୪୫ ହଜାରରୁ ଉଦ୍ଧ୍ୱର୍ ଆଶା କର୍ମୀଙ୍କ ଦକ୍ଷତା ବୃଦ୍ଧି , ଉନ୍ନତମାନର ତୁରନ୍ତ ରୋଗ ନିରୂପଣ କିଟ୍ ଓ ନିରବଚ୍ଛିନ ଔଷଧ ଯୋଗାଣକୁ ସୁନିଶ୍ଚିତ କରାଯିବ । ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରୁ ପୁରୀ , କଟକ , ଖୋର୍ଦ୍ଧା , ବାଲେଶ୍ୱର , କେନ୍ଦ୍ରାପଡା , ଯାଜପୁର , ଜଗତସିଂହପୁର ଏବଂ ଭଦ୍ରଖ ଭଳି ୮ ଟି ଜିଲ୍ଲାରେ ମ୍ୟାଲେରିଆ ପରଜୀବି ହାର ( ଏ.ପି.ଆଇ ) ୧ରୁ କମ୍ ଥିବାରୁ ଏହି ସବୁ ଜିଲ୍ଲାରୁ ମ୍ୟାଲେରିଆର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଏ.ପି.ଆଇ ୧ ରୁ ୧୦ ମଧ୍ୟରେ ଥିବା ୯ ଟି ଜିଲ୍ଲା , ବରଗଡ , ଗଞ୍ଜାମ , ଝାରସୁଗୁଡା , ନୟାଗଡ , ସୋନପୁର , ବଲାଙ୍ଗିର , ବୌଦ୍ଧ , ନୂଆପଡା ଏବଂ ଢେଙ୍କାନାଳ ଜିଲ୍ଲ୍ାରେ ତିରନ୍ତ ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ । ଏ.ପି.ଆଇ ୧୦ ଅଧିକ ଥିବା ବାକି ୧୩ ଟି ଜିଲ୍ଲ୍ାରେ ମଧ୍ୟ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ କରାଯିବା ସଙ୍ଗେ ସଙ୍ଗେ ରୋଗବାହକ ମଶାର ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଗର୍ଭବତୀ ମହିଳା ଓ ୫ ବର୍ଷରୁ କମ୍ ଶିଶୁମାନଙ୍କ କ୍ଷେତ୍ରରେ ମ୍ୟାଲେରିଆ ଅଧିକ ବିପଦପୂର୍ଣ୍ଣ ହୋଇଥିବାରୁ ସେ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସଚିବ ଡାଃ ମେହେର୍ଦ୍ଧା ନିଦେ୍ର୍ଧଶ ଦେଇଛନ୍ତି ।
ଆସନ୍ତା ମାସରୁ ଦୁର୍ଗମ ଅଂଚଳ ମ୍ୟାଲେରିଆ ନିର୍କରଣ ( ଦମନ ) କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି । ସେହିପରି ଆସନ୍ତା ଅପ୍ରେଲ ମାସରୁ ଔଷଧୀୟ ମଶାରୀ ବଂଟନ ଆରମ୍ଭ କରାଯିବ । ଦମନ କାର୍ଯ୍ୟକ୍ରମ ଓ ଔଷଧୀୟ ମଶାରୀ ବଂଟନ ନେଇ ରାଜ୍ୟସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯିବ । ଜିଲ୍ଲା ଏବଂ ବ୍ଲକ୍ ସ୍ତରରେ ଥିବା ଖାଲି ପଦବିଗୁଡିକୁ ତୁରନ୍ତ ପୁରଣ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସେହିପରି ରୋଗ ଚିହ୍ନଟ ପାଇଁ ପାଇଲଟ୍ ପ୍ରକଳ୍ପ ଭାବରେ ୪ ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ଏକ ନୂଆ ପ୍ରକାରର ଡିଜିଟାଲ ମାଇକ୍ରୋସ୍କୋପ ବ୍ୟବହାର ସଂପର୍କରେ ଆଲୋଚନା କରାଯାଇଥିଲା । ଏ ନେଇ ଡାକ୍ତରୀଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକ , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଏବଂ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟିର ପରାମର୍ଶ ଅନୁଯାୟୀ ଏହି ନୂତନ ବ୍ୟବସ୍ଥା ସଂପର୍କରେ ନିର୍ଣ୍ଣୟ ନିଆଯିବ । ତେବେ ରାଜ୍ୟକୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ କରିବା ନିମନ୍ତେ ଯାହା କିଛି କରାଯାଇପାରେ ସେ ସବୁ କରାଯିବ ।
ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶାଳୟ ସମ୍ମିଳନୀ କକ୍ଷରେ ଅନୁÂିତ ଉକ୍ତ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ , ଡାକ୍ତରୀଶିକ୍ଷା ଓ ତାଲିମ୍ ନିଦେ୍ର୍ଧଶକ , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ , ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ , ଆର୍.ଏମ୍.ଆର୍.ସି ନିଦେ୍ର୍ଧଶକ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଂଚଳିକ ନିଦେ୍ର୍ଧଶକ , ଭେକ୍ଟର ନିୟନ୍ତ୍ରଣ ଗବେଷଣା କେନ୍ଦ୍ର ନିଦେ୍ର୍ଧଶକ , ଟାଟା ଟ୍ରଷ୍ଟ , ଲେପ୍ରା , କାରିଟାସ୍ର ପଦାଧିକାରୀ ଏବଂ ଖ୍ରୀଷ୍ଟିଆନ ହସପିଟାସଲର ଡାଃ ଜନି ଓମେନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!