ଭ୍ରଷ୍ଟ ଅମଲାଙ୍କୁ ଧର୍ମେନ୍ଦ୍ରଙ୍କୁ ଚେତାବନୀ :ସରକାରୀ ଦଳକୁ ବେନିୟମ ସମର୍ଥନ କଲେ କମିଶନ ବସାଇ ଦଣ୍ଡ ଦିଆଯିବ

dpjipp
• ମହାନଦୀର ପାଣିକୁ ଋଷିକୂଲ୍ୟାକୁ ଆଣିବା ପାଇଁ ବିଧିବଦ୍ଧ ଭାବେ କାହିଁକି ପ୍ରସ୍ତାବ ଦେଉ ନାହାନ୍ତି ରାଜ୍ୟ ସରକାର
• ସରକାରଙ୍କ ଅପାରଗତା ପାଇଁ ରାଜ୍ୟର ମେଧାବୀ ପିଲାଙ୍କ ଭବିଷ୍ୟତ କାହିଁକି ଖରାପ ହେବ ?
ଓଡିଶାର ଲୋକ ମାନେ ବଡ ପରିବର୍ତନ ପାଇଁ ମନ ବନେଇଲେଣି । ତେବେ କିଛି ନିର୍ଦିଷ୍ଟ ଭ୍ରଷ୍ଟା·ରୀ ଅମଲା ଚିଟ ଫଣ୍ଡ କେଳେଙ୍କାରୀରେ ସାଧାରଣ ଗରୀବ ଲୋକଙ୍କୁ ଲୁଟିଥିବା ନବୀନ ବାବୁଙ୍କ ଚେଲା ·ମୁଣ୍ଡା ମାନଙ୍କ ପାଇଁ କାମ କରୁଛନ୍ତି । ଏହି ଅମଲା ମାନେ ଓଡିଶାର ମନ ପରିବର୍ତନର ଲକ୍ଷଣକୁ ବୁଝନ୍ତୁ , ନ ହେଲେ ବେଶୀ ଦିନ ନୁହେଁ କମିଶନ ବସାଯାଇ ଦଣ୍ଡ ଦିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟୀ ପାଇଁ ମାରାଥନ ପ୍ରଚାର ଅବସରରେ ବିଭିନ୍ନ ସଭା ମାନଙ୍କରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ
ଦେବଗଡର ବୁଢାପାଳ, ଗଂଜାମର ହୁମା, କେନ୍ଦ୍ରାପଡା କିଆପଦା, ଜଗତସିଂହପୁରର ନୂଆଗାଁ, ଖୋର୍ଧାର ସୋରଣ ଠାରେ ନିର୍ବାଚନୀ ର୍ୟାଲୀକୁ
ସମ୍ବୋଧିତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଗଞ୍ଜାମ ଜିଲ୍ଲାରେ ପାଣିର ସମସ୍ୟା ନେଇ ଶାସକ ବିଜେଡିର ୨୦ ଜଣ ସାଂସଦ ମହାନଦୀର ପାଣିକୁ ଋଷିକୂଲ୍ୟାକୁ
ଅ ।ଣିବା ପାଇଁ ଲିଖିତ ଭାବେ ଦାବି ପତ୍ର ଦେଇଥିଲେ । କେନ୍ଦ୍ର ସରକାର ଉଭୟ ନଦୀର ସଂଯୋଗୀକରଣ ପାଇଁ ଅର୍ଥ ଖର୍ଚ କରିବାକୁ ପ୍ରସ୍ତୁତ ।
ହେଲେ ଓଡିଶା ସରକାର ଏଥିପାଇଁ ବିଧିବଦ୍ଧ ପ୍ରସ୍ତାବ ଦେଉ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡିଶା ପ୍ରସ୍ତାବ ଦେଉ ସେ
ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇ କାମକୁ ଆଗେଇ ନେବେ ବୋଲି କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ମୂଳ ପୁଂଜି ହେଉଛି ଓଡିଆ ପିଲାଙ୍କ ବୌଦ୍ଧିକ ଶକ୍ତି । ଆମ ସ୍କୁଲ ମାନଙ୍କରେ ଶିକ୍ଷକ ନାହାନ୍ତି । ଆମର
ସ୍କୁଲ ଗୁଡିକରେ ଯଦି ଭଲ ପାଠପଢା ହେବ ନାହିଁ ଆମ ମେଧାବୀ ପିଲା ଆଗକୁ ବଢିବେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ୧୭
ବର୍ଷରେ ସ୍କୁଲକୁ ଶିକ୍ଷକ ଦେଇ ପାରିଲେ ନାହିଁ ତା ହେଲେ ନବୀନ ବାବୁ କି ପ୍ରକାର ପାରିବାର ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ କୋଟିଏ ଘରୁ ୪୨ ଲକ୍ଷ ଘରେ ବିଜୁଳି ପହଂଚି ନାହିଁ । ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ
ସେଠାରେ ପ୍ରତି ଗାଁକୁ ଦୁଇଟି ଲାଇନର ବ୍ୟବସ୍ଥା କରିଥିଲେ । ଗୋଟିଏ ଲାଇନରେ ଘରକୁ ବିଜୁଳି ଓ ଆଉ ଏକ ଲାଇନରେ କୃଷି ପାଇଁ
ବିଜୁଳି । ଗୁଜରାଟରେ ·ଷ ପାଇଁ ରାଜ୍ୟରେ ମୋଟ ବିଜୁଳି ଖର୍ଚର ୪୦ ଭାଗ ଖର୍ଚ ହୁଏ । ଓଡିଶାରେ ଏହା ମାତ୍ର ୧.୫ ଭାଗ । ଗାଁ ଗାଁକୁ
ବିଜୁଳି ପହଂଚାଇବାକୁ ମୋଦି ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନା ମାଧ୍ୟମରେ ପ୍ରଚୁର ଅର୍ଥ ଦେଉଛନ୍ତି । ମାତ୍ର ନବୀନ ପଟ୍ଟନାୟକ
ସରକାରର ଅପାରଗତା ଯୋଗୁ ଓଡିଆ ଲୋକ ମାନେ ତାଙ୍କର ହକ ହରାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଅହଙ୍କାରୀ ଶାସକ ଦଳ କିଛି ନ କରି ଲୋକ ମାନେ ତାଙ୍କୁ ଭୋଟ ଦେଉଛନ୍ତି ବୋଲି କହି ସମାଲୋଚନାକୁ ଏଡାଇ ଯାଉଛନ୍ତି ।
ପ୍ରଥମ ପର୍ଯାୟ ପଂ·ୟତ ର୍ନିବାଚନରେ ଲୋକେ ରାଜ୍ୟ ସରକାରଙ୍କ ପ୍ରତି ବିରୋଧକୁ ସ୍ପଷ୍ଟ କରିଛନ୍ତି । ବିଜେପି ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇ
ଓଡିଶାର ପ୍ରଗତିରେ ସାମିଲ ହେବା ପାଇଁ ସେ ଆହ୍ୱାନ କରିଛନ୍ତି ।

Share in top social networks!