ଜାନୁଆରୀ ୨୫ରୁ ଇଣ୍ଡିଆ ସର୍ଫ ଫେଷ୍ଟିଭାଲ୍

indian surf festivalଚଳିତ ଜାନୁଆରୀ ମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରେଞ୍ଜରର୍ସ ଆଡଭେଞ୍ଚରର୍ସ ଫାଉଣ୍ଡେସନ୍ ପକ୍ଷରୁ ଆନ୍ତର୍ଜ୍ୟାତିକ ସର୍ଫ ଫେଷ୍ଟିଭାଲ୍ ଚନ୍ଦ୍ରଭାଗା ବେଳାଭୂମି ନିକଟ ରାମଚଣ୍ଡୀ କୁଶଭଦ୍ରା ନଦୀ ମୁହାଣରେ ସକାଳ ୯ ଘଟିକା ୩୦ ମିନିଟରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ସଚବାଳୟସ୍ଥ ସଂସ୍କୃତି ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏକ ବୈଠକ ପର୍ଯ୍ୟଟନ ସଂସ୍କୃତି, ଯୋଜନା ଓ ସମନ୍ଵୟ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ବିଷଦଭାବେ ଆଲୋଚନା କରାଯାଇଛି |

ଏହାକୁ ସଫଳ ଭାବେ ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଲୋକନୃତ୍ୟ, ବାଲୁକାକଳା ପ୍ରଦର୍ଶନୀ ଆଦି ସଙ୍ଗଠିତ କରାଯାଇ ଦେଶ ବିଦେଶରୁ ଆସିଥିବା ଅଂଶଗ୍ରହଣକାରୀଙ୍କ ମନୋରଞ୍ଜନର ସୁବ୍ୟବସ୍ଥା କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା | ଆବାହକ ଶ୍ରୀ ସଞ୍ଜୟ ସାମନ୍ତରାୟ ଏହି ଉତ୍ସବକୁ ପୁରୀରେ ଦ୍ଵିତୀୟ ଥର ପାଇଁ ଆୟୋଜନ କରୁଛନ୍ତି | ବାରବାଟୀ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ, ପର୍ଯ୍ୟଟନ ନିର୍ଦେଶକ ଶ୍ରୀ ହରିଶଙ୍କର ଉପାଧ୍ୟାୟ ଆଲୋଚନାରେ ଅଂଶ ଗ୍ରହଣ କରି ଏହି ଆନ୍ତେର୍ଜ୍ୟାତିକ ସର୍ଫ ଫେଷ୍ଟିଭାଲ୍ କୁ ଆକର୍ଷଣୀୟ କରିବା ସମ୍ପର୍କରେ ଆଲୋଚନା କରିଥିଲେ |

ବିଦେଶରୁ ୮୨ ଜଣ ସର୍ଫର ଏଥିରେ ଅଂଶ ଗ୍ରହଣ କରିବା ପାଇଁ ସ୍ଵଇଚ୍ଛା ପ୍ରକାଶ କରିଛନ୍ତି | ଆସନ୍ତା ୨୫ ତାରିଖ ସକାଳ ୯ ଘଟିକା ୩୦ ମିନିଟ ସମୟରେ ପର୍ଯ୍ୟଟନ ସଂସ୍କୃତି, ଯୋଜନା ଓ ସମନ୍ଵୟ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି ଉକ୍ତ ଉତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି |