ନାଲ୍କୋକୁ କ୍ୟାପେକ୍ସିଲ୍ ପକ୍ଷରୁ ସର୍ବୋଚ୍ଚ ରପ୍ତାନୀ ପୁରସ୍କାର

nalcocapiexଆନ୍ତର୍ଜାତୀୟ ବଜାରରେ ଆଲୁମିନା ଓ ଆଲୁମିନିୟମ୍ର ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରନô ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ (ନାଲ୍କୋ)କୁ କେମିକାଲ୍ ଆଣ୍ଡ୍ ଆଲାଏଡ୍ ପ୍ରଡକ୍ଟସ ଏକ୍ସପୋର୍ଟ୍ ପ୍ରମୋସନ୍ କାଉନ୍ସିଲ୍ (କ୍ୟାପେକ୍ସିଲ୍) ପକ୍ଷରୁ ୨୦୧୪-୧୫ ଆର୍ଥôକ ବର୍ଷ ପାଇଁ ଶ୍ରେÂ ରପ୍ତାନିକାରୀ ଭାବେ ପୁରସ୍କୃତ କରାଯାଇଛି । ନାଲ୍କୋକୁ ଖଣିଜ ଓ ଧାତୁ ଉଦ୍ୟୋଗ ବର୍ଗରେ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଦ୍ୱାରା ପ୍ରାୟୋଜିତ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମାନ୍ୟବର ବୃହତ୍ ଉଦ୍ୟୋଗ ଓ ଲୋକ ଉଦ୍ୟୋଗ ବିଭାଗର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନନ୍ତ ଗୀତେ, ଫେବୃୟାରୀ ୯ ତାରିଖରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଉପଲବ୍ଧି ସମ୍ପର୍କରେ ମତବ୍ୟକ୍ତ କରି ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ନାଲ୍କୋ ଦେଶର ଦ୍ୱିତୀୟ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ କେନ୍ଦ୍ରୀୟ ଲୋକଉଦ୍ୟୋଗ ଭାବେ ମାନ୍ୟତା ଲାଭ କରିଥିବା ବିଷୟ ଉଲ୍ଲେଖ କରିଛନ୍ତି । ୧୯୮୮ ମସିହାରେ ପ୍ରଥମ ଥର ପାଇଁ କ୍ୟାପେକ୍ସିଲ୍ ଦ୍ୱାରା ପୁରସ୍କୃତ ହେବା ପର ଠାରୁ କ୍ରମାଗତ ଭାବେ ରପ୍ତାନୀ କ୍ଷେତ୍ରରେ ସଫଳତାର ଧାରା ଅବ୍ୟାହତ ରଖିଥିବାରୁ ନାଲ୍କୋ ସମୂଦାୟକୁ ଡଃ ଚାନ୍ଦ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!