ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ମୁକ୍ତ, ଅବାଧ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଅମଲାତନ୍ତ୍ରକୁ ସଠିକ ନିୟନ୍ତ୍ରଣରେ ରଖିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିବେଦନ କଲା ରାଜ୍ୟ ବିଜେପି

bjpsec
ରାଜ୍ୟର ଶାସକ ବିଜୁ ଜନତା ଦଳ ଅମଲାତନ୍ତ୍ର ଓ ସରକାରୀ ବ୍ୟବସ୍ଥାର ଦୁରୁପଯୋଗ କରିବାରେ ଲାଗିଛି । ଜିଲ୍ଲାପାଳ ମାନେ ବିଜେଡିର ଜିଲ୍ଲା ସଭାପତି ଓ ଏସପି ମାନେ ଜିଲ୍ଲା ସାଧାରଣ ସମ୍ପାଦକ ଭଳି କାର୍ଯ୍ୟ କରୁଥିବାର ଅନେକ ତଥ୍ୟ ପ୍ରମାଣ ନିର୍ବାଚନ ଆୟୋଗଙ୍କ ପାଖରେ ପାର୍ଟି ଉପସ୍ଥାପନା କରିଛି । ଜିଲ୍ଲାପାଳଙ୍କ ଠାରୁ ତଳ ସ୍ତର କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଶାସକ ଦଳକୁ ଜିତାଇବା ପାଇଁ ଲାଗି ପଡିଥିବା ଦେଖା ଯାଉଛି । ନିର୍ବାଚନ କମିଶନଙ୍କ ଉପର ଠାଉରିଆ ନିଦେ୍ର୍ଧଶ କାରଣରୁ ତୃଣମୁଳ ସ୍ତରରେ ବସ୍ତୁ ସ୍ଥିତିରେ ସେପରି କିଛି ପରିବର୍ତନ ହେଉ ନାହିଁ ବୋଲି ବହୁତ ଦୁଃଖ ଓ ପରିତାପ ସହିତ ରାଜ୍ୟ ବିଜେପି ମାନ୍ୟବର ନିର୍ବାଚନ ଆୟୋଗଙ୍କୁ ଅବଗତ କରିଛି ।
ଢେଙ୍କାନାଳର ତରଭାରେ ମନ୍ତ୍ରୀଙ୍କ ପୃÂ ପୋଷକତାରେ ଶାସକ ଦଳ ସମର୍ଥନରେ ଜଣେ ପୋଲିସ କର୍ମଚାରୀ ନିଜର ସର୍ଭିସ ବନ୍ଧୁକରୁ ବିଜେପି କର୍ମୀ ସଲମନ ରାଉତଙ୍କୁ ହତ୍ୟା କାଣ୍ଡର ତଦନ୍ତ ଭାର ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚକୁ ନିଦେ୍ର୍ଧଶ ଦେଇଛନ୍ତି । ମାତ୍ର ବର୍ତମାନ ସୁଦ୍ଧା କ୍ରାଇମବ୍ରାଂଚ ଏ ସଂକ୍ରାନ୍ତରେ ପତ୍ରଟିଏ ମଧ୍ୟ ହଲାଇ ନାହିଁ । ମାନ୍ୟବର ନିର୍ବାଚନ ଆୟୋଗ ଏହି ଘଟଣା ଉପରେ ଅବଗତ ଥିବା ସହ ସଂପୂର୍ଣ୍ଣ ନଜର ରଖିବାକୁ ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଅଛି ।
ଜିଲ୍ଲା ପାଳ ଓ ବିଡିଓ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଭୋଟର ତାଲିକାକୁ ଚଂଚକତା ଭାବେ ସଂଶୋଧନ କରି ନୂଆ ନାମ ହାତରେ ଯୋଡି ବେନିୟମ କାର୍ଯ୍ୟରେ ସଂଶ୍ଲିଷ୍ଟ ଥିବାର ପ୍ରମାଣ ନିର୍ବାଚନ ଆୟୋଗଙ୍କ ପାଖରେ ଉପସ୍ଥାପିତ କରିବା ପରେ ମଧ୍ୟ ସେପରି କିଛି ପଦକ୍ଷେପ ନ ନିଆ ଯିବା ଆମକୁ ଚିନ୍ତାର ବିଷୟ ବୋଲି ପାର୍ଟି ଉଦ୍ବେଗ ପ୍ରକାଶ କରିଛି ।
ଓଡିଶାର ସାଧାରଣ ଜନତା ରାଜ୍ୟରେ ବଡ ପରିବର୍ତନ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିବା ପଂଚାୟତ ନିର୍ବାଚନ ଫଳ ସ୍ପଷ୍ଟ ଭାବେ ସଂକେତ ଦେଇଛି । ଶାସକ ବିଜେଡି ଏଥିରେ ହତାଶ ଓ ବିବ୍ରତ ହୋଇ ପ୍ରଶାସନିକ କଳର ବେଆଇନ ଉପଯୋଗ କରି ଜନମତକୁ ଚାପି ଦେବାର ଷଡଯନ୍ତ୍ର କରୁଥିବାର ସୂଚନା ଗଣମାଧ୍ୟମ ଓ ସର୍ବ ସାଧାରଣରେ ଚର୍ଚିତ ହେଉଥିବାର ଆୟୋଗଙ୍କ ପାଖରେ ପାର୍ଟି ଅବଗତ କରିଛି ।
ନିର୍ବାଚନ ପ୍ରକ୍ରିୟା ଚାଲିଥିବା କାରଣରୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦେଶକ ସାମ୍ବିଧାନିକ ଭାବେ ନିର୍ବାଚନ ଆୟୋଗଙ୍କ ପାଖରେ ଉତରଦାୟୀ । ଚଳିତ ପଂଚାୟତ ନିର୍ବାଚନ ମୁକ୍ତ ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ କରିବାର ସାମ୍ବିଧାନିକ ଦାୟିତ୍ୱ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ଅଛି । ଏପରି ପରିସ୍ଥିତିରେ ମୁକ୍ତ ଅବାଧ ନିର୍ବାଚନ କରିବା ପାଇଁ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବାକୁ ଆୟୋଗଙ୍କୁ ପାର୍ଟି ଅନୁରୋଧ କରିଛି ।
ଆଜି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ରାଜ୍ୟ ବିଜେପି ଆଇନ ପ୍ରକୋÂର ସହ ଆବାହକ ସୂର୍ଯ୍ୟ ଦାଶ, ସୁବାଷ ଗନ୍ତାୟତ ପ୍ରମୁଖ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ଆଲୋଚନା କରି ଏ ସଂକ୍ରାନ୍ତରେ ହସ୍ତକ୍ଷେପ କରି ମୁକ୍ତ, ନିରପେକ୍ଷ ଓ ଅବାଧ ନିର୍ବାଚନ କରିବାକୁ ଅନୁରୋଧ କରିଛନ୍ତି ।

Share in top social networks!