ଓଡିଆ ଯୁବ ପୀଢୀକୁ ଉଦ୍ୟମୀ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନେଉ ଏସବିଆଇ – ଧର୍ମେନ୍ଦ୍ର ପ୍ରଧାନ

sbiରାଜ୍ୟ ଷ୍ଟେଟ ବ୍ୟାଙ୍କ ଅଫିସର୍ସ ଆସୋସିଏସନର ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟର ବିକାଶ, ବିଶେଷ ଭାବରେ ଯୁବ ପୀଢୀକୁ ଚାକିରୀରୁ ବାହାରି ଉଦ୍ୟମୀ କରାଇବାରେ ଷ୍ଟେଟ ବ୍ୟାଙ୍କ ମହତ୍ୱପୂର୍ଣ ଯୋଗ ଦାନ ଦେବା ପାଇଁ ଆହ୍ବାନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପାଖରେ ଅନେକ ସୁବିଧା ସୁଯୋଗ ରହିଛି ଓ ଯୁବକ ଯୁବତୀ ମାନଙ୍କୁ ଚାକିରୀ ଯୋଗାଇ ଦେବାର ଏକ ସୀମା ରହିଛି । ଯଦି ଓଡିଆ ଯୁବକ ଯୁବତୀ ମାନେ ଓଡିଶାରେ ଥିବା ବ୍ୟବସାୟିକ ସମ୍ଭାବନାକୁ ନେଇ କାର୍ଯ୍ୟ କରିବେ ତା ହେଲେ ଭାରତ ଓ ଭାରତ ବାହାରର ବଜାରରେ ନିଜ ପାଇଁ ଏକ ସ୍ଥାନ ତିଆରି କରି ପାରିବେ । ଓଡିଆ ଯୁବ ପୀଢୀର ସଫଳତା ଏସବିଆଇ ପରି ରାଷ୍ଟ୍ରାୟତ ବ୍ୟାଙ୍କ ମାନଙ୍କର ସହଯୋଗ ବିନା ସମ୍ଭବ ନୁହେଁ ବୋଲି ଶ୍ରୀ ପ୍ରଧାନ ଅଫିସର ମାନଙ୍କୁ
ସମ୍ବୋଧିତ କରି କହିଛନ୍ତି ।

ଓଡିଶାର ଅମାପ ଖଣିଜ ସମ୍ପଦ ଛଡା ଅନେକ କ୍ଷେତ୍ରରେ ଥିବା ସମ୍ଭାବନାର ଯୁବ ପୀଢୀ ସଦୁପଯୋଗ କରି ପାରିବା ଯୁବ ପୀଢୀର ଏଥି ପାଇଁ ଆବଶ୍ୟକୀୟ ପୁଂଜି ଆବଶ୍ୟକତା ରାଷ୍ଟ୍ରାୟତ ବ୍ୟାଙ୍କ ମାନଙ୍କର ବିନା ସହଯୋଗରେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶର ଗରୀବ ଲୋକଙ୍କର ବ୍ୟାଙ୍କ ଖାତା ପାଇଁ ଜନ ଧନ ବ୍ୟାଙ୍କ ଖାତା କାର୍ଯ୍ୟକ୍ରମ ହେଉ ବା ବିମୁଦ୍ରୀକରଣ ଏହା ବ୍ୟାଙ୍କ କର୍ମଚାରୀ ମାନଙ୍କର କଠିନ ପରିଶ୍ରମ ଯୋଗୁ ସମ୍ଭବ ହୋଇଛି । ଏବେ ଏସବିଆଇ ପରି ବ୍ୟାଙ୍କ ଟେକ୍ନୋଲଜିକୁ ବ୍ୟାଙ୍କ ସହ େ ଯାଡି ଲୋକ ମାନଙ୍କୁ ସୁବିଧା ଯୋଗାଇ ଦେବା ସହ ଦେଶରୁ ଦୁର୍ନୀତି ଓ ଦଲାଲୂୀକୁ ସମ୍ପୂର୍ଣ
ରୂପେ ବନ୍ଦ କରି ଦେଇ ପାରିବ । ନଗଦ ନେଣଦେଣ ଦେଶରେ ଦୁର୍ନୀତିକୁ ସୁରକ୍ଷା ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଯେ ବିମୁଦ୍ରୀକରଣ ସମୟରେ ଯେତେବେଳେ ପେଟ୍ରୋଲ ଟାଙ୍କିରୁ ନଗଦ ଉଠାଣର ବ୍ୟବସ୍ଥା ଥିଲା ସେତେବେଳେ ବିଭିନ୍ନ ସ୍ଥାନରେ ନଗଦ ଦେବା ପାଇଁ ପ୍ରଭାବଶାଳୀ ଲୋକଙ୍କ ପକ୍ଷରୁ ଚାପ ପଡୁ ଥିଲା । ଯେତେ ଶୀଘ୍ର ନଗଦ କାରବାରକୁ ଯେତେ କମ କରାଯିବ ତାହା ଦେଶର ଅର୍ଥନୀତି ପାଇଁ ଅଧିକ ଲାଭଦାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଦେଶର ନଗଦ ବିହୀନ ଅର୍ଥନୀତିକୁ ମଜବୂତ କରିବା ପାଇଁ ଏସବିଆଇର ଅଫିସର ମାନେ ଗୁରୁତ୍ୱପୂର୍ଣ ଭୂମିକା ନେବାକୁ ସେ
ଆହ୍ୱାନ ଜଣାଇଛନ୍ତି ।

Share in top social networks!