ଦେଶର ଗରୀବ ମାନଙ୍କର ସମସ୍ୟାର ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ସମାଧାନର ରାସ୍ତା କାଢନ୍ତୁ ଆଇଆଇଟି ବିଦ୍ୟାର୍ଥୀ : ଧର୍ମେନ୍ଦ୍ର ପ୍ରଧାନ

iitbbsrଆଇଆଇଟି ଭୁବନେଶ୍ୱରର ନବମ ପ୍ରତିÂା ଦିବସରେ ଯୋଗ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଆଇଟିରେ ପଢୁଥିବା ଜ୍ଞାନୀ ଛାତ୍ର- ଛାତ୍ରୀ ମାନେ ଦେଶର ଗରୀବ ଓ ବଂଚିତ ଲୋକ ମାନଙ୍କର ଜୀବନ ମାନରେ ଉନ୍ନତି ଆଣିବା ପାଇଁ ଦେଶ ସାମନା କରୁଥିବା ସମସ୍ୟାକୁ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗରେ ସମାଧାନର ରାସ୍ତା କାଢିବାର ଦାୟିତ୍ୱ ସେମାନଙ୍କ ମୁଣ୍ଡରେ ନ୍ୟସ୍ତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭୁବନେଶ୍ୱର ଆଇଆଇଟିର ଛାତ୍ର- ଛାତ୍ରୀ ମାନେ ସେମାନଙ୍କର ସୃଜନଶୀଳତାକୁ ବ୍ୟବହାର କରି ଲୋକଙ୍କ ଜୀବନ ମାନରେ ଉନ୍ନତି ଆଣିବାରେ ସହାୟକ ହେବା ପାଇଁ ଶ୍ରୀ ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ । ଆଇଆଇଟି ଭୁବନେଶ୍ୱରରେ ଷ୍ଟାର୍ଟ ଅପ ସେଂଟର ଖୋଲା ଯିବା ଓ ଏହା ଦ୍ୱାରା ଦେଶର ଅଧିକ ଯୁବକ ଯୁବତୀ
ମାନଙ୍କୁ ଉଦ୍ୟମୀ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭୁବନେଶ୍ୱର ଆଇଆଇଟିର ଷ୍ଟାର୍ଟ ଅପ ସେଂଟରକୁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତରଫରୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦିଆ ଯିବା ନେଇ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ ।

ଦେଶରେ ତୈଳ ଓ ପ୍ରାକୃତିକ ଗ୍ୟାସର ସ୍ୱଳ୍ପତା କାରଣରୁ ଭାରତ ଭଳି ଦେଶର ପ୍ରଗତି ପ୍ରଭାବିତ ହେଉଥିବା କାରଣରୁ ଆଇଆଇଟିର ଛାତ୍ର- ଛାତ୍ରୀ ମାନେ ଦେଶର ନିରନ୍ତର ବିକାଶ ପାଇଁ ପରିବେଶକୁ ସୁରକ୍ଷିତ ରଖିବାର ନୂତନ ରାସ୍ତା ବାହାର କରିବା ପାଇଁ ସକ୍ଷମ ହେବେ ବୋଲି ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଥିଲେ । ଏହି
ଅନୁସନ୍ଧାନରେ ତାଙ୍କ ମନ୍ତ୍ରଣାଳୟ ଆର୍ଥିକ ସହଯୋଗ ଯୋଗାଇ ଦେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ପ୍ରତିÂା ଉତ୍ସବ ପୂର୍ବରୁ ଆଇଆଇଟି ସମେତ ବିଭିନ୍ନ ଶିକ୍ଷାନୁÂାନରୁ ଆସିଥିବା ଛାତ୍ର ପ୍ରତିନିଧି ମାନଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ । ଏହି ବୈଠକ ସମୟରେ ବିଭିନ୍ନ ଅନୁÂାନର ଛାତ୍ର- ଛାତ୍ରୀ ମାନେ ବିଭିନ୍ନ ମଡେଲ ପ୍ରଦର୍ଶନ କରିଥିଲେ । ଆଇଆଇଟି ଭୁବନେଶ୍ୱର ଷ୍ଟାର୍ଟ ଅପ ମଡେଲ ତାଙ୍କୁ ବିଶେଷ ପ୍ରଭାବିତ କରିଥିଲା
ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Share in top social networks!