ରମଣ ସିଂହଙ୍କ ଗସ୍ତ ମାମଲାରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ନିଜର ଅପାରଗତାକୁ ଲୁଚାଇବା ପାଇଁ ଅପଚେଷ୍ଟା କରୁଛି ବିଜେଡି : ବିଜେପି

16602878_1813931465490529_5527872010890198326_n
• ଝିଅ ଜନ୍ମ ବର୍ଷ ଠାରୁ ୧୮ ବର୍ଷ ଯାଏ ପାଂଚ ହଜାର ଛତିଶଗଡରେ, ଓଡିଶାରେ ହେବ କେବେ ?
• ବିନା ସୁଧରେ କୃଷି ଋଣ ମିଳୁଛି ଛତିଶଗଡରେ, ଓଡିଶାରେ କାହିଁକି ନାହିଁ ?
• ଓଡିଶାରୁ ହଜାର-ହଜାର ଦାଦନ ଖଟିବାକୁ ଯାଉଛନ୍ତି ମାତ୍ର ଛତିଶଗଡ ଦାଦନ ଶୂନ୍ୟ ହେଲା କେମିତି ?
• ମହାନଦୀ ମାମଲାରେ ଲୋକଙ୍କ ମନରେ ମିଛ ଭୟ ସୃଷ୍ଟି କରି ଭୋଟ ହାସଲ ବିଜେଡିର ଏକ ମାତ୍ର ଉଦେ୍ଧଶ୍ୟ
ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଓଡିଶା ଗସ୍ତ ମାମଲାରେ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ନିଜର ଅପାରଗତାକୁ ଲୁଚାଇବା ପାଇଁ ଅପଚେଷ୍ଟା କରୁଛି ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
ରମଣ ସିଂହ ଛତିଶଗଡରେ ଲୋକପ୍ରିୟ ନୁହନ୍ତି ମାତ୍ର ଏକ ପ୍ରତିଶତ ଭୋଟ ବ୍ୟବଧାନରେ ଜିତିବା କଥା କହିଛି ବିଜେଡି । ମାତ୍ର ନବୀନ ପଟ୍ଟନାୟକ ଓ ବିଜେଡିକୁ ଓଡିଶାର ଲୋକ ଚାରିଟି ନିର୍ବାଚନରେ ଭରପୂର ଆଶୀର୍ବାଦ କରିଛନ୍ତି । ବିଧାୟକ, ସାଂସଦ ଜିଲ୍ଲା ପରିଷଦ ସଦସ୍ୟ ପଦରେ ବିଜେଡିକୁ ପ୍ରଚୁର ସମର୍ଥନ ଦେଇଛନ୍ତି ।
ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଏତେ ଅଧିକ ଜନ ସମର୍ଥନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ କମ ଜନ ସମର୍ଥନ ସତ୍ୱେ ଛତିଶଗଡରେ ଝିଅ ଜନ୍ମ ହେବା ପରେ ପ୍ରତି ବର୍ଷ ପାଂଚ ହଜାର ଟଙ୍କା ରାଜ୍ୟ ସରକାର ଜମା କରି ଝିଅ ୧୮ ବର୍ଷ ହେବା ବେଳକୁ ତାକୁ ଏକ ଲକ୍ଷ ଟଙ୍କା ମିଳୁଛି । ଏପରି ଲାଭ ଓଡିଆ ଗରୀବ ଝିଅ ମାନଙ୍କୁ କାହିଁକି ମିଳୁ ନାହିଁ ଏ ପ୍ରଶ୍ନକୁ ବିଜେଡି କାହିଁକି ଏଡାଇ ଯାଉଛି ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି ।
ଚାଷୀଙ୍କୁ ବିନା ସୁଧରେ ଋଣ ଏତେ ଜନ ସମର୍ଥନ ପରେ ମଧ୍ୟ ନବୀନ ଯୋଗାଇବାରେ ଅକ୍ଷମ, ରମଣ ସକ୍ଷମ । ଓଡିଶାରୁ ହଜାର- ହଜାର ଲୋକ କାମ ଧନ୍ଦା ଅନ୍ୱେଷଣରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ମାତ୍ର ଛତିଶଗଡରେ ଦାଦନ ସମସ୍ୟା ସମ୍ପୂର୍ଣ ରୂପେ ବନ୍ଦ ହୋଇ ଯାଇଛି । କେବେ ହେବ ଓଡିଶାରେ ଦାଦନ ଦୁଖ ବନ୍ଦ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ମହାନଦୀ ନାମରେ ଓଡିଆ ଲୋକ ମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରି ରାଜନୈତିକ ଲାଭ ନେବା ପାଇଁ ବିଜେଡି ହୀନ ପ୍ରୟାସ କରୁଛି । ବର୍ଷା ଦିନେ ହୀରାକୁଦରେ ଜଳ ଆସିବାରେ ବିବାଦ ନାହିଁ । ଖୋଦ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଖରା ଦିନେ ମଧ୍ୟ ପୂର୍ବ ବର୍ଷ ମାନଙ୍କରେ ଯେତିକି ପାଣି ଆସୁଥିଲା ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ସେତିକି ପାଣି ଆସିବ । ଓଡିଆ ଲୋକଙ୍କୁ ବୋକା ବନାଇବାରୁ ବିଜେଡି ନିବୃତ ରହୁ ବୋଲି ଶ୍ରୀ ଶର୍ମା କହିଛନ୍ତି ।

Share in top social networks!