ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ହିଂଜିଳିର ବ୍ୟାପକ ଅଞ୍ଚଳରେ ନିର୍ବାଚନ ପ୍ରଚାର

16708346_1528742267143894_7953134026093242686_nଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ମୈଦାନ୍‍କୁ ଓହ୍ଲାଇଛନ୍ତି । ସେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିର ବ୍ୟାପକ ଅଞ୍ଚଳରେ ନିର୍ବାଚନ ପ୍ରଚାର କରି ଜନସାଧାରଣଙ୍କୁ ଆସନ୍ତା ୨୧ ତାରିଖରେ ବହୁ ସଂଖ୍ୟାରେ ଆସି ନିଜର ମତ ସାବ୍ୟସ୍ତ କରିବା ସହ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଥମେ ହିଂଜିଳି ବ୍ଲକର ମକରଝୋଳ ଠାରୁ ରୋଡ୍‍ ଶୋ’ ଜରିଆରେ ପ୍ରଚାର ଆରମ୍ଭ କରି ନିମାଇଁ ଗାଁ, ଧୋବଡ଼ି, ନାଡିକୋ ଏବଂ ସିକିରି ଠାରେ ନିର୍ବାଚନ ସଭାରେ ଉଦ୍‍ବୋଧନ ଦେବା ସହିତ ଶେରଗଡ଼ ବ୍ଲକର ପିତ୍ତଳ, ଧବଳପୁର, କୁଲାଗଡ଼ା ଏବଂ ଶେରଗଡ଼ ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଜନସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ଓ ଉଦ୍ଧୀପନା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ସଭାସ୍ଥଳକୁ ବହୁ ସଂଖ୍ୟାରେ ଜନସାଧାରଣ
ସ୍ୱତଃସ୍ଫୂର୍ତ୍ତ ଭାବେ ଆସିବା ସହ ହୁଳହୁଳି ଓ ପାରମ୍ପରିକ ନୃତ୍ୟବାଦ୍ୟରେ ନିଜର ପ୍ରିୟ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଜନସମର୍ଥନ ତାଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସର ପ୍ରମାଣ । ବିଭିନ୍ନ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଗତି ପ୍ରକ୍ରିୟାରେ ଜନସାଧାରଣଙ୍କ ସହଯୋଗିତା ଓ ସହଭାଗିତା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶାରେ ପ୍ରଗତି ପ୍ରକ୍ରିୟା ଆଗେଇ ଚାଲିଛି, ଏଥିରେ ଜନସାଧାରଣଙ୍କର ସକି୍ରୟ ସହଯୋଗ
ଓ ସଂପୃକ୍ତି ଏକାନ୍ତ ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଆଜି ୧୫୦ କିମି ରୋଡ୍‍ ଶୋ’ କରି ହିଂଜିଳି ଓ ଶେରଗଡ଼ ବ୍ଲକର ୧୪ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଅବଗତ କରାଇ ହିଂଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ଟି ଜିଲ୍ଲା ପରିଷଦ ଜୋନ୍‍ର ବିଜୁ ଜନତା ଦଳ ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ କର୍ମୀ ତଥା ଦଳୀୟ ନେତୃମଣ୍ଡଳୀଙ୍କ ମଧ୍ୟରେ ଉତ୍ସାହ ବହୁଗୁଣିତ ହୋଇଛି ଏବଂ ପୂର୍ବ ବର୍ଷ ଅପେକ୍ଷା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ସପକ୍ଷରେ ଭୋଟ ହାର ବହୁମାତ୍ରାରେ ବଢ଼ିବ ବୋଲି କର୍ମୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ପ୍ରକାଶ ପାଇଛି ।

Share in top social networks!